ପୋଷ୍ଟମ୍ୟାନ୍‌ ସାଜିଛନ୍ତି ପୁଅ

ଢେଙ୍କାନାଳ ଅଫିସ୍‌, ୨୫।୯:  ‘ବାପ ଥିଲା ପୁଅ ସଭାରେ ହାରେନା’। ଓଡ଼ିଆ ଘରେ ପ୍ରଚଳିତ ଏହି ଆପ୍ତବାକ୍ୟ ହିଁ ଜନ୍ମଦାତାଙ୍କ ଗୁରୁତ୍ୱ ବଖାଣିବାକୁ ଯଥେଷ୍ଟ। ହେଲେ ପକ୍ଷାଘାତରେ ପୀଡ଼ିତ ବାପାଙ୍କ ପାଇଁ ଜଣେ ପୁଅ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇଦେବା ଭଳି ଘଟଣା ଏବର ସମାଜରେ ବିରଳ। ଢେଙ୍କାନାଳ ସହରରୁ ଆସିଛି ଏଭଳି ଏକ ଦୃଶ୍ୟ, ଯେଉଁଠି ରୋଗଣା ବାପା ନବଘନ ଧୁଡୁକାଙ୍କ ପାଇଁ ପୁଅ ଭୋଜରାଜ ସାଜିଛନ୍ତି ପୋଷ୍ଟମ୍ୟାନ୍‌। ପୂର୍ବାହ୍ନ ୮ଟାରୁ ୫ଟା ଯାଏ ସରକାରୀ ଚାକିରି କରିଥିବା ବାପାଙ୍କୁ ସ୍କୁଟିରେ ବସାଇ ଘର ଘର ବୁଲି ସେ ବାଣ୍ଟୁଛନ୍ତି ଚିଠି। ଏଥିପାଇଁ ଏହି ମେଧାବୀ ଯୁବକଙ୍କୁ ପାଠପଢ଼ାରେ ବାନ୍ଧିବାକୁ ପଡ଼ିଛି ଡୋରି। ତଥାପି ସମୟ ଓ ପରିସ୍ଥିତିକୁ ସମ୍ମାନ ଜଣାଇ ସେ ଆଗେଇ ଚାଲିଛନ୍ତି କର୍ତ୍ତବ୍ୟ ପଥରେ।
ଢେଙ୍କାନାଳ ଜିଲା ମୁଖ୍ୟ ଡାକଘରେ ଡାକବାଲା (ପୋଷ୍ଟମ୍ୟାନ୍‌) ଭାବେ ୨୦୧୭ରୁ କାମ କରୁଛନ୍ତି ନବଘନ। ବରଗଡ଼ ଜିଲା ଗାଇସିଲଟ ଥାନା ଗୌରାଙ୍ଗମୁଣ୍ଡା ଗ୍ରାମରେ ତାଙ୍କ ପୈତୃକ ଘର ହୋଇଥିବାବେଳେ ସପରିବାର ଢେଙ୍କାନାଳ ଭାଗୀରଥି ବିହାରରେ ଏକ ଭଡ଼ାଘରେ ରହୁଛନ୍ତି। କରୋନାର ଭୟାବହତା ମଧ୍ୟରେ ମଧ୍ୟ କର୍ମରୁ ମୁହଁ ଫେରାଇ ନ ଥିଲେ ନବଘନ। ତେବେ ୨୦୨୦ ଅକ୍ଟୋବରରେ ତାଙ୍କ ଉପରେ ଛିଣ୍ଡିପଡ଼ିଲା ଦୁଃଖର ପାହାଡ଼। ଟାଣଖରାରେ ଚିଠି ବାଣ୍ଟୁଥିବାବେଳେ ଉଚ୍ଚ ରକ୍ତଚାପ ପାଇଁ ପକ୍ଷାଘାତର ଶିକାର ହେଲେ ସେ। ତାଙ୍କର ଡାହାଣ ପାର୍ଶ୍ୱ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଗଲା। ଦୀର୍ଘଦିନ ଧରି ଛୁଟିରେ ରହିଲେ। ଇତିମଧ୍ୟରେ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଲା। ତେଣୁ ଯନ୍ତ୍ରଣାକୁ ପଛରେ ପକାଇ ସେ କାମରେ ଯୋଗଦେଲେ। ତେବେ ପୂର୍ବ ଭଳି କାମ କରିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଲାନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ନବଘନ। ଏଭଳି କଠୋର ସମୟରେ ଆଶ୍ୱାସନା ଦେଲେ ଭୋଜରାଜ ଏବଂ ସାଜିଲେ ବାପାଙ୍କ ଆଶାବାଡ଼ି। ରାତି ପାହିଲେ ନିତ୍ୟକର୍ମ ସାରି ସକାଳ ୮ଟା ବେଳକୁ ଭୋଜରାଜ ସ୍କୁଟିରେ ବାପାଙ୍କୁ ବସାଇ ବାହାରିଯାଆନ୍ତି ଡାକଘରକୁ। ନବଘନଙ୍କ ପରାମର୍ଶକ୍ରମେ ଚିଠି, ପାର୍ସଲଗୁଡ଼ିକୁ କ୍ରମାନ୍ବୟରେ ସଜାଇ ରଖନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏ ଉଭୟେ ସହର, ସହର ଉପକଣ୍ଠ ଗଁାରେ ଗଳିକନ୍ଦି ବୁଲି ସେଗୁଡ଼ିକୁ ବାଣ୍ଟନ୍ତି। ରୋଗଗ୍ରସ୍ତ ବାପାଙ୍କ ପରାମର୍ଶରେ ଡାକ ବାଣ୍ଟିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇ ଆସିଛନ୍ତି ଭୋଜରାଜ। ଯୁକ୍ତ ୩ ବିଜ୍ଞାନ ପାସ କରିବା ପରେ ପିଜି ପାଇଁ ପ୍ରସ୍ତୁତି କରୁଥିବାବେଳେ ଏଭଳି କଷ୍ଟକର ସମୟର ସମ୍ମୁଖୀନ ହୋଇଥିଲେ ସେ। ଏଥିପାଇଁ ତାଙ୍କ ଉଚ୍ଚଶିକ୍ଷା ଅଧୁରା ରହିଯାଇଛି। ତଥାପି ସମୟର ଆହ୍ବାନକୁ ସ୍ବୀକାର କରି ସେ ନିଭାଇ ଚାଲିଛନ୍ତି ଦାୟିତ୍ୱ। ଏବେକାର ସମୟରେ ସାମାନ୍ୟ ସମ୍ପତ୍ତି ପାଇଁ ସମ୍ପର୍କ ମଳିନ ପଡୁଥିବାବେଳେ ବାପ-ପୁଅଙ୍କ ଏଭଳି ସମ୍ପର୍କକୁ ପ୍ରଶଂସା କରିଛନ୍ତି ସହରବାସୀ, ଡାକଘର କର୍ମଚାରୀ ଏବଂ ବୁଦ୍ଧିଜୀବୀ।
ଏ ସଂକ୍ରାନ୍ତରେ ନବଘନ କୁହନ୍ତି, ୨୦୨୦ରେ ସାଇକେଲରେ ଚିଠି ବାଣ୍ଟିବା ବେଳେ ପକ୍ଷାଘାତର ଶିକାର ହେଲି। ମୁହଁ ବଙ୍କା ହୋଇଗଲା। ଜଣେ ମହିଳା ଏବଂ ତାଙ୍କ ସ୍ବାମୀ ଡାକ କର୍ମଚାରୀଙ୍କୁ ସୂଚନା ଦେବା ପରେ ସେମାନେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ କଟକ ସ୍ଥାନାନ୍ତର କରାଗଲା। ଏବେ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଭଲ ଅଛି। ପୁଅ ସହାୟତାରେ ଡାକଘର କାମ କରିବା ସହ ଚିଠି ବାଣ୍ଟୁଛି। ଭୋଜରାଜ କୁହନ୍ତି, ବାପା ସବୁବେଳେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରୁଥିଲେ। କିନ୍ତୁ ତାଙ୍କ ଅବସ୍ଥା ଦେଖିବା ପରେ ଚାକିରିଟା ନିହାତି ଜରୁରୀ ବୋଲି ଅନୁଭବ ହେଲା। ତାଙ୍କୁ ସହାୟତା କରି ଖୁସି ଲାଗୁଛି। ଡେପୁଟି ପୋଷ୍ଟମାଷ୍ଟର ଅଶୋକ କୁମାର ନନ୍ଦ କୁହନ୍ତି, ନବଘନଙ୍କ ବାମପାର୍ଶ୍ୱ ଅଙ୍ଗ କାମ କରୁ ନ ଥିବା ସତ୍ତ୍ୱେ ସେ ଦାୟିତ୍ୱରେ ଖିଲାପ କରିନାହାନ୍ତି। କାର୍ଯ୍ୟରେ ତାଙ୍କ ମେଧାବୀ ପୁଅ ସହଯୋଗ କରୁଛନ୍ତି। ଦୁହେଁ ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri