ପୋଷ୍ଟରରେ ଜିତୁ ଜାକାସିକାଙ୍କୁ ଟାର୍ଗେଟ: ପ୍ରଜାକୋର୍ଟରେ ବିଚାର କରାଯିବ ବୋଲି ଚେତାବନୀ

ବିଷମକଟକ/ମୁନିଗୁଡ଼ା,୨୬।୧୧(ଡି.ଏନ୍‌.ଏ.): ଭାରତୀୟ ସମାଜବାଦୀ ପାର୍ଟି(ବିଏସ୍‌ପି) ରାୟଗଡ଼ା ଜିଲା ସଭାପତି ତଥା ଆଦିବାସୀ ନେତା ଜିତୁ ଜାକାସିକାଙ୍କୁ ଟାର୍ଗେଟକରି ବିଷମକଟକ, ମୁନିଗୁଡ଼ା ଏବଂ ଅମ୍ବାଦଳା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ବିଷମକଟକ ବ୍ଲକ କାର୍ଯ୍ୟାଳୟ କାନ୍ଥ, ମୁନିଗୁଡ଼ା ଥାନା ଅଧୀନ ମୁନିଖୋଲ ପଞ୍ଚାୟତ କାର୍ଯାଳୟ କାନ୍ଥ ଏବଂ ଅମ୍ବାଦଳା ଥାନା ଅଧୀନ ହାଟଦହିଖାଲ ଛକରେ ଏହି ପୋଷ୍ଟର ଲାଗିଥିବା ଦୃଷ୍ଟିକୁ ଆସିଛି।
ବିଏସ୍‌ପି ନେତା ଜିତୁ ଜାକାକା କିଏ, ସେ କାହିଁକି ନିଜ ନାମକୁ ଜିତୁ ଜାକାସିକା ଲେଖୁଛନ୍ତି। ରାୟଗଡ଼ା ଜିଲା ସଦର ବ୍ଲକ ହାଲୁଆ ଗ୍ରାମର ଇନ୍ଦ୍ର ଜାକାକାଙ୍କ ପୁଅ ଜିତେନ୍ଦ୍ର ଜାକାକା ହୋଇଥିବା ବେଳେ ସେ ନିଜ ନାମ ଜିତୁ ଜାକାସିକା କହି ଡଙ୍ଗରିଆଙ୍କ ନଁାରେ ସମସ୍ତଙ୍କୁ ଲୁଟୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଜିତେନ୍ଦ୍ର ଜକାକା ଡଙ୍ଗରିଆ ସମ୍ପ୍ରଦାୟର ନ ହୋଇ ମଧ୍ୟ ନିଜକୁ ଡଙ୍ଗରିଆ ଭାବରେ ପରିଚୟ ଦେଉଛନ୍ତି। ଫେସ୍‌ବୁକ୍‌ରେ ଜିତୁ ଜାକାସିକା ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସରକାରୀ ଫାଇଲରେ ଜିତେନ୍ଦ୍ର ଜାକାକା ନାମ ରହିଛି। ଜିତେନ୍ଦ୍ର ଜାକାକା ଓରଫ ଜିତୁ ଜାକାସିକା ନିୟମଗିରିର ସରଳ ଡଙ୍ଗରିଆଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଉଛି ବୋଲି ଏଥିରେ ଉଲ୍ଲେଖ ରହିଛି। ଆଦିବାସୀଙ୍କ ନଁାରେ ଠିକାଦାର, ସରକାରୀ ଅଧିକାରୀ ଓ ବେପାରୀ ମାନଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ଲୁଟୁଛନ୍ତି। ଏହାର ହିସାବ ପ୍ରଜାକୋର୍ଟରେ ହେବ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଛି। ସାଦା କାଗଜରେ ଲାଲ୍‌ ସଲାମ ଲେଖି ବିଏସ୍‌ପି ନେତାଙ୍କୁ ଟାର୍ଗେଟ କରାଯାଇଥିବାବେଳେ ଏହି ହାତଲେଖା ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ପୋଷ୍ଟର ବିଷୟରେ ବିଏସ୍‌ପି ଜିଲା ସଭାପତି ଜିତୁ ଜାକାସିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମାଓବାଦୀଙ୍କ ପୋଷ୍ଟର ନୁହେଁ। ବିଏସ୍‌ପିର ଲୋକପ୍ରିୟତା ଯୋଗୁ କେତେଜଣ କୁଚକ୍ରୀ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ଏଭଳି ପୋଷ୍ଟର ମାଧ୍ୟମରେ ଅପପ୍ରଚାର କରି ଦଳର କର୍ମକର୍ତ୍ତାଙ୍କୁ ଅପମାନିତ କରାଯାଇଛି ବୋଲି ବିଏସ୍‌ପି ପକ୍ଷରୁ ମୁନିଗୁଡ଼ା ଥାନାରେ ଏତଲା ଦିଆଯାଇଛି। ତଦନ୍ତକରି ପୋଷ୍ଟର ଲଗାଇଥିବା ଲୋକଙ୍କୁ ଗିରଫ କରା ନ ଗଲେ ଥାନା ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଲିସ ପୋଷ୍ଟରଗୁଡ଼ିକୁ ଜବତକରି ତଦନ୍ତ ଚଳାଇଥିବା ବିଷମକଟକ ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
ଫଟୋ-ଜବତ କରାଯାଇଥିବା ପୋଷ୍ଟର।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri