ନିର୍ବାଚନ ପରବର୍ତ୍ତୀ ହିଂସା: କାର୍‌ ଜାଳିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ବ୍ଲକ କାଇପଦର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମ୍ପର୍କୀୟ ମାନସ ରଞ୍ଜନ ରାଉତରାୟଙ୍କ କାର୍‌ରେ ବୁଧବାର ରାତିରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମାନସଙ୍କ ଅଭିଯୋଗ ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, କାଇପଦର ଗ୍ରାମ ମଙ୍ଗଳାସାହିରେ ବୁଧବାର ରାତିରେ କୌଣସି କାରଣରୁ ଦୁଇ ଗୋଷ୍ଠୀ  ମୁହାଁମୁହିଁ ହୋଇଥିଲେ। ଖବର ପାଇ ସଦର ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ମାନସଙ୍କ କାର୍‌ ଏକ ଫାର୍ମ ହାଉସ୍‌ରେ ରହିଥିଲା। କେତେଜଣ ଦୁର୍ବୃତ୍ତ ତାଙ୍କ କାର୍‌ରେ ନିଆଁ ଲଗାଇ ଦେଇଥିଲେ। ଭୋର୍‌ ସମୟରେ କାର୍‌ ଜଳୁଥିବା ଖବରପାଇ କେତେଜଣ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଜଣାଇଥିଲେ। ପଞ୍ଚାୟତ ନିର୍ବାଚନରେ ପରାଜୟ ପରେ ପ୍ରତିଶୋଧପରାୟଣ ହୋଇ ବିପକ୍ଷ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥିବା ମାନସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେଦାରପୁର ଗାଁ ପୋଖରୀରୁ ରବିବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଦ୍ଧେଶ୍ୱର ଗାଁ ମାଳିସାହିର ରୁପାଙ୍ଗ ବେହେରା।...

ସଚେତନତା ଉପରେ ଗୁରୁତ୍ୱାରୋପ

ଯାଜପୁର ଅଫିସ,୧୨ା୩: ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓସୱାନ ସମ୍ମିଳନୀ କକ୍ଷଠାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରୌଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ...

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ମାମଲା:‘ଆଇନର ମନ୍ଦିରକୁ ଅଚଳ କରାଯାଇପାରିବନି’

କଟକ ଅଫିସ, ୨୩-୧୦:ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବନି। ଅଦାଲତ ଚାଲିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଅ। ଅଦାଲତ କାର୍ଯ୍ୟ ସ୍ବାଭାବିକ...

ଚୋରା ମଦଭାଟିରେ ଅବକାରୀ ବିଭାଗର ଚଢ଼ାଉ: ପୋଚ, ଦେଶୀ ମଦ ଜବତ

ଦିଗପହଣ୍ଡି,୧୪। ୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡିମ୍ବୁଳା ପଞ୍ଚାୟତ ନିକଟ ଜଙ୍ଗଲରେ ବହୁଦିନ ଧରି ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ଭୋର...

ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ

ଛତ୍ରପୁର,୨୩।୬(ଡି.ଏନ୍‌.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି...

କଣ୍ଟେନମେଣ୍ଟ ଜୋନ୍‌ରେ ନଜର ରଖିବ ଡ୍ରୋନ୍‌

ଭଦ୍ରକ ଅଫିସ,୨୯ା୪ ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ପୁଣି ୩ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ...

କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କଲେ ଜିଲାପାଳ

ଅନୁଗୋଳ ଅଫିସ, ୭।୩ – ଅନୁଗୋଳ ଜିଲା ସ୍ବାସ୍ଥ୍ୟମିଶନ ଦ୍ୱାରା ଜିଲାସ୍ତରୀୟ ଆଶା ଓ ଗଁ। କଲ୍ୟାଣ ସମିତି ସମ୍ମିଳନୀ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରିବ କୁଇ ସମାଜ

ଫୁଲବାଣୀ ଅଫିସ,୨୯ା୮-କନ୍ଧମାଳ ଜିଲା କ.ନୁଆଗାଁ ବ୍ଲକ କୁଡୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଦିବାସୀ ମହିଳା ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ, ଅନ୍ୟ ୩...

Advertisement
Archives

Model This Week