ସମ୍ଭାବ୍ୟ ବାତ୍ୟା ଓ ଚାଷୀ

ପ୍ରଦୋଷ କୁମାର ଦାସ

ଚଳିତ ବର୍ଷ ବିଳମ୍ବିତ ମୌସୁମୀର ଆଗମନ, ସ୍ବଳ୍ପ ବୃଷ୍ଟିପାତ, ଲଗାଣ ବର୍ଷା, ଚକଡ଼ା ପୋକ ପରେ ଏବେ ମାଡ଼ିଆସୁଛି ବାତ୍ୟା ‘ଜଓ୍ବାଦ’। ତଥାପି ଜୟ ଯବାନ ପରି ଜୟ କିଷାନ ଓଡ଼ିଶାର କୃଷକ ଭାଇଙ୍କ ପାଇଁ ଅମଳ ରତରତ ଫସଲ ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ନିର୍ବାହ କରିବାରେ ଆସନ୍ନ ଏହି ବାତ୍ୟା ଏକ ପ୍ରକାର ଅଗ୍ନିପରୀକ୍ଷା ସଦୃଶ ।
ମାତ୍ର ଦୁଇମାସର ବ୍ୟବଧାନରେ ପୁଣି ଆମ ରାଜ୍ୟ ଓଡ଼ିଶାକୁ ଏକ ବାତ୍ୟାର ସାମ୍‌ନା କରିବାକୁ ପଡିବ! ଏହି ବାତ୍ୟା ପ୍ରଭାବରେ ୩ ତାରିଖରୁ ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଉପରୋକ୍ତ ଜିଲା ସମେତ ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଜିଲାରେ ଅତିପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏଠାରେ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଓଡ଼ିଶା ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ପବନ ଅପେକ୍ଷା ଓଡ଼ିଶାର ଉପରୋକ୍ତ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରଖୁଛି। ଅନେକ ସ୍ଥାନରେ ଅତି ବର୍ଷିବା ଆଶଙ୍କା ପ୍ରକାଶ ପାଉଛି। ଓଡ଼ିଶାର ସମସ୍ତ ଉପକୂଳବର୍ତ୍ତୀ ଜିଲା ଓ ଆଖପାଖ ଅଞ୍ଚଳ ଆଗାମୀ ଲଘୁଚାପ ବର୍ଷାରେ ପ୍ରାୟ ବେହାଲ ହେବାର ପୂର୍ବାନୁମାନ କରାଯାଉଛି।
ଏହାକୁ ଲକ୍ଷ୍ୟ କଲେ ଓଡ଼ିଶା ଚାଷୀଙ୍କ ଅମଳ ହେବାକୁ ଥିବା ଧାନ ଫସଲର ସୁରକ୍ଷା ଚିନ୍ତା ଏବେ ବଢିଯାଇଛି। ଚଳିତ ଖରିଫ ଧାନ ଫସଲ ବିହନ ବୁଣା, ରୁଆ, ବଛା, ଖେଳୁଆ ବେଳକୁ ଆବଶ୍ୟକ ବର୍ଷାର ଘୋର ଅଭାବ ଦେଖାଦେଇଥିଲା। ବିଳମ୍ବରେ ବର୍ଷା ପରେ ଚାଷ କାର୍ଯ୍ୟ ଆଗେଇଲା ବେଳକୁ ଓଡ଼ିଶା ଚାଷୀ ବିଲରେ ଆବଶ୍ୟକ ସାର ଆଦିର ସଙ୍କଟରେ ଯୁଝି ହୋଇଥିଲେ। ଏପରି ସ୍ଥିତିରେ ଯତପରୋନାସ୍ତି ଚାଷ ଆଗେଇନେଇ ଏବେ ଫସଲ ଅମଳ ଆସନ୍ନ ହେଲାବେଳକୁ ବାତ୍ୟା ଭୟରେ ଚାଷୀ ସନ୍ତୁଳି ହେଉଛି।
ସୀମାରେ ଶତ୍ରୁକୁ ପ୍ରତି ମୁହୂର୍ତ୍ତରେ ସମ୍ଭାବ୍ୟ ଯୁଦ୍ଧର ସାମ୍‌ନା କରିବାକୁ ସତତ ଦୃଢ଼ମନା ଯବାନ ପରି ଚାଷୀଭାଇ ନିଜ ଚାଷର ସୁରକ୍ଷା ପାଇଁ ମନ ଦୃଢ଼ କରିବାକୁ ପଡ଼ିବ । ଆସନ୍ନ ବାତ୍ୟାକୁ ଡରି ନ ଯାଇ ନିଜର ଅମଳ ରତରତ ଧାନ ଫସଲର ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ପଦକ୍ଷେପ ନେବା ଆବଶ୍ୟକ।
ସୂଚନାରୁ ପ୍ରକାଶ, ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଶତକଡ଼ା ୯୦ ଭାଗ ଧାନ ଏବଂ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଶତକଡ଼ା ୫୦ ଭାଗ ଧାନ କଟା ହେବାକୁ ବାକି ରହିଛି। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ କୁହାଯାଇଛି ଯେ, ଶତକଡ଼ା ୮୫ ଭାଗ ପାଚିଯାଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ତଥା ଉଚ୍ଚ ସ୍ଥାନକୁ ନେଇ ପଲିଥିନ ଘୋଡ଼ାଇ ରଖାଯିବା ଉଚିତ। ସମ୍ଭବ ହେଲେ ସେସବୁକୁ ତତ୍କାଳ ବେଙ୍ଗଳା ବା ବିଲରୁ ଥ୍ରେସର ମେଶିନରେ ଅମଳ କରି ପବନ ଚଳାଚଳ ଥିବା ଶୁଖିଲା ଘରେ ସୁରକ୍ଷିତ ରଖିପାରିଲେ ଭଲ ହେବ। ଅତ୍ୟାବଶ୍ୟକ ହେଲେ ଧାନ ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା ତୁରନ୍ତ କରାଇନେବା ଜରୁରୀ। ଧାନ ଗଛ ଶୋଇ ଯାଇଥିଲେ ତାକୁ ସଳଖି ଠିଆ କରାଇ ଦିଅନ୍ତୁ। କଟାଧାନ ବିଲରେ ରଖନ୍ତୁ ନାହିଁ। ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ ନ କରି ମୁଗ, ବିରି, ପନିପରିବା ଫସଲ ହୋଇଥିବା ବିଲରୁ ସିଆର କରି ପାଣି କାଟିବା ବ୍ୟବସ୍ଥା କରନ୍ତୁ। ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିହାତି ଜରୁରୀ। ଏହି ସମୟରେ କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯିବା ଦରକାର। ବର୍ଷାର ପରବର୍ତ୍ତୀ ୩/୪ ଦିନ ଏହାକୁ ଶୁଖାଇ ରଖିବା ଉଚିତ। ସମସ୍ତ ପ୍ରକାର ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖିବାକୁ ହେବ। ସର୍ବୋପରି ଆଳୁ ଆଦି ପନିପରିବା ଓ ଅନ୍ୟାନ୍ୟ ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରାଇନେବା ଉଚିତ। କୃଷିବିଭାଗର ଉପରୋକ୍ତ ପରାମର୍ଶ ସମେତ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କଲେ ଅଧିକ କ୍ଷତି ଦେବ ନାହିଁ।
ନାଚୁଣୀ, ଖୋର୍ଦ୍ଧା
ମୋ:୬୩୭୦୪୯୫୯୪୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri