ସକାରାତ୍ମକ କଥା

ଦିନେ ଜଣେ ବନ୍ଧୁ ଦେଖାହେଲେ। ସେ ୁ ପ୍ରଶ୍ନ କଲେ ‘ଆପଣ ସରକାରଙ୍କର ଖାଲି ଦୋଷ ଦୁର୍ବଳତା ଦେଖାଉଛନ୍ତି, କିଛି ସକାରାତ୍ମକ କଥା କହୁନାହାନ୍ତି। ସରକାରଙ୍କ କ’ଣ କିଛି ଭଲ ନାହିଁ? ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ବକ୍ତବ୍ୟକୁ ଉଦ୍ଧୃତ କରି କହିଲେ କିପରି ଭାରତର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି ଏବଂ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବ, ମୁଣ୍ଡପିଛା ଆୟ ଗତ ୯ ବର୍ଷରେ ଦୁଇଗୁଣିତ ହୋଇଛି, ପ୍ରଧାନମନ୍ତ୍ରୀ ବିଦେଶରେ ପ୍ରଶଂସିତ ହେଉଛନ୍ତି, ହଜାର ହଜାର ପ୍ରବାସୀ ଭାରତୀୟ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି, ଜି-୨୦ର ଅଧ୍ୟକ୍ଷ ହୋଇଛନ୍ତି, ଦାରିଦ୍ର୍ୟ ଗହ୍ବରରୁ ଗତ ୫ ବର୍ଷରେ ୧୩.୫ କୋଟି ଲୋକ ମୁକୁଳିଛନ୍ତିି। ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ହେବ। ସେ ମଧ୍ୟ ଚନ୍ଦ୍ରୟାନ ୩ର ସଫଳତା କଥା କହିଲେି। ଆମେ ତାଙ୍କୁ ଓଲଟା ପ୍ରଶ୍ନ କଲୁ ସରକାରଙ୍କର କ’ଣ କିଛି ବିଫଳତା ନାହିଁି। ଦେଶରେ କ’ଣ ସମସ୍ତେ ଖୁସିରେ ଅଛନ୍ତି ? ବେକାରି, ଦାରିଦ୍ର୍ୟ, କ୍ଷୁଧା ଓ ବୈଷମ୍ୟ, ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ବାସହୀନତା ଆଦି ଭୟଙ୍କର ସମସ୍ୟା କ’ଣ ନାହିଁ। ଯେଉଁ କୋଟି କୋଟି ଲୋକ ଦୁଃଖରେ ଦୁର୍ବିଷହ ଜୀବନ ବିତାଉଛନ୍ତି, ଯେଉଁ କୋଟି କୋଟି ଲୋକ ମୁଠାଏ ଭାତ ପାଇଁ ସଂଘର୍ଷ କରୁଛନ୍ତି, ସେମାନଙ୍କ କଥା ପ୍ରଧାନମନ୍ତ୍ରୀ ତଥା ଶାସକ ଦଳ କାହିଁକି ବୁଝୁନାହାନ୍ତି?
ସେମାନଙ୍କ ଦୁଃଖ ଓ ସମସ୍ୟା କଥା ଆଉ ଗଣମାଧ୍ୟମରେ ଆଲୋଚନା ହେଉନି? ଜିଡିପି କ’ଣ ସେମାନେ ଖାଇ ବଞ୍ଚତ୍ବେ। ରୋଗରେ ପଡ଼ି ଅର୍ଥ ଅଭାବରୁ ଚିକିତ୍ସା ନ ପାଇ ଯନ୍ତ୍ରଣାରେ ଛଟପଟ ହୋଇ ମରିବାକୁ ଯାଉଥିବା ଲୋକଟି କିପରି ଚନ୍ଦ୍ରୟାନ ୩ର ସଫଳତାରେ ଖୁସି ହେବ। ଯେଉଁ ପିଲାଟି ଅର୍ଥାଭାବରୁ ସ୍କୁଲକୁ ଯାଇପାରୁନି ବା ଅଧାରୁ ପାଠ ଛାଡୁଛି, ଯେଉଁ ମହିଳାଟି ପରିବାରରେ ନିର୍ଯାତନା ବା ବଳାତ୍କାରର ଶିକାର ହେଉଛି, ଯେଉଁ ବୟସ୍କ ଲୋକଟି ପିଲାଙ୍କ ଯତ୍ନ ଅଭାବରୁ ଦୁର୍ବିଷହ ଜୀବନ ବିତାଉଛି ସେମାନଙ୍କ ପାଇଁ ୨୦୪୭ର ବିକଶିତ ରାଷ୍ଟ୍ରର ସ୍ବପ୍ନ ଏକ ଦୁଃସ୍ବପ୍ନ ନୁହେଁ କି? ଆମେ ତାଙ୍କୁ ପଚାରିଲୁ ସତରେ କ’ଣ ‘ଅଚ୍ଛେଦିନ’ ‘ଅମୃତ ବେଳା’ ଆସିଛି ଏବଂ ‘ସବ୍‌କା ସାଥ୍‌ , ସବ୍‌କା ବିକାଶ’ ଦେଖିବାକୁ ମିଳୁଛି? ସେ ହଠାତ୍‌ ଚୁପ ହୋଇଗଲେ। ପୁନଶ୍ଚ କହିଲୁ ଏକ ସରକାର କେବେ ସମ୍ପୂର୍ଣ୍ଣ ବିଫଳ ହୋଇପାରିବ ନାହିଁ କାରଣ ଟିକସ ବାବଦରେ ଲୋକଙ୍କଠାରୁ ଯେଉଁ ଲକ୍ଷ ଲକ୍ଷ କୋଟି ଟଙ୍କା ଆଦାୟ ହୁଏ ତାହା ବ୍ୟୟ କରିବେ। କିନ୍ତୁ ଯେଉଁଠି ସରକାର ବିଫଳ ହୁଅନ୍ତି ବା ନୀତି ଗରିବଙ୍କ ସପକ୍ଷରେ ନ ହୋଇ ଧନୀଙ୍କ ସପକ୍ଷରେ ହୁଏ ସେତେବେଳେ ବୁଦ୍ଧିଜୀବୀ ସ୍ବର ଉତ୍ତୋଳନ କରିବା ଉଚିତ। ଜିଡିପି ଲୋକଙ୍କର ଭଲ ମନ୍ଦର ପ୍ରତୀକ ନୁହେଁ ଏବଂ ଆୟ, ବ୍ୟୟ, ଋଣ, ଜିଡିପି ସବୁ ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ମୂଲ୍ୟରେ ବୃଦ୍ଧିପାଏ। ଜିଡିପି ବୃଦ୍ଧି ପାଇଲେ ମଧ୍ୟ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ୧୪୧ଟି ଦେଶ ତଳେ ଅଛି। ଯେଉଁ ଜିଡିପି ବୃଦ୍ଧିକୁ ସମୃଦ୍ଧି କଥା କୁହାଯାଉଛି ତାହାର ଶ୍ରେୟ ଯିବ ମନମୋହନ ସିଂଙ୍କ ଆର୍ଥିକ ସଂସ୍କାରକୁ। କିନ୍ତୁ ଏହି ସଂସ୍କାର ଯୋଗୁ ଆର୍ଥିକ ବୈଷମ୍ୟ ବୃଦ୍ଧି ସହିତ ଶିକ୍ଷା, ସ୍ବାସ୍ଥ୍ୟ ଅତ୍ୟାବଶ୍ୟକ ସେବା ବ୍ୟୟସାପେକ୍ଷ ହୋଇଛି। ଲୋକ ଅଧିକ ଲୋଭୀ ହୋଇଛନ୍ତି ଏବଂ ମାନବିକ ମୂଲ୍ୟବୋଧ ମଧ୍ୟ ହ୍ରାସ ପାଇଛିି।
ଆମେ ମହାତ୍ମା ଗାନ୍ଧୀଙ୍କର ଏକ ଉକ୍ତିକୁ ପ୍ରକାଶ କଲୁ। ଗାନ୍ଧିଜୀ ୧୯୪୮ରେ କହିଥିଲେ-”ମୁଁ ଅପଣକୁ ଏକ ପଥର/ମୁଦି /ଡେଉଁରିଆ ଦେବି। ଯେତେବେଳେ ତୁମେ ସନ୍ଦେହରେ ଥିବ, କିମ୍ବା ଯେତେବେଳେ ତୁମ ନିଜ କଥାକୁ ଅଧିକ ପ୍ରାଧ୍ୟାନ୍ୟ ଦେଉଥିବ, ସେତେବେଳେ ନିମ୍ନଲିଖିତ ପରୀକ୍ଷା ପ୍ରୟୋଗ କର, ଆପଣ ଯେଉଁ ଦରିଦ୍ରତମ ଓ ଦୁର୍ବଳତମ ଲୋକକୁ କେବେ ଦେଖିଥିବେ, ତା’ରି ଚେହେରାକୁ ମନେପକାନ୍ତୁ ଓ ନିଜକୁ ପଚାରନ୍ତୁ, ଆପଣ ଯାହା କରିବାକୁ ଯାଉଛନ୍ତି, ତାହା ସେହି ଲୋକଟିର କିଛି ଉପଯୋଗୀ ହେବକି? ଆପଣ କାର୍ଯ୍ୟ ଦ୍ୱାରା ତାହାର କିଛି ଲାଭ ହେବକି? ଏହା ତାଙ୍କୁ ନିଜ ଜୀବନ ଏବଂ ଭାଗ୍ୟ ଉପରେ ନିୟନ୍ତ୍ରଣକୁ ଫେରାଇ ଆଣିବ କି? ଅନ୍ୟ ଅର୍ଥରେ, ଏହା ଭୋକିଲା ଏବଂ ଆଧ୍ୟାତ୍ମିକତା ଦୃଷ୍ଟିରୁ ଦୁର୍ବଳ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ବରାଜ (ସ୍ବାଧୀନତା) ଆଣିବ କି? ତା’ପରେ ତୁମର ସନ୍ଦେହ ଦୂର ହେବ ଏବଂ ତୁମର ହୃଦୟ ତରଳି ଯିବ। ଏହି କଥାକୁ ଆଖି ଆଗରେ ରଖି ସବୁ ଶାସକ ନୀତି ନିର୍ଦ୍ଧାରଣ କରିବା ଉଚିତ ଏବଂ ଲେଖକ ଲେଖିବା ଉଚିତ। ଦାରିଦ୍ର୍ୟ ହାର ଏକ ଅନାହାର ରେଖା। ଏଥିରୁ ପ୍ରତିବର୍ଷ ଲୋକେ ମୁକୁଳୁଛନ୍ତି। ଆଜି ନୁହେଁ।
ପୁନଶ୍ଚ ଯଦି ସକାରାତ୍ମକ କଥା କହିବା, ତେବେ ନିଜ ବିଫଳତା ଘୋଡ଼ାଇବା ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ କୁତ୍ସାରଟନା କରିବା ଏପରିକି କିଛି ଲୋକ ସାମାଜିକ ଗଣମାଧ୍ୟମରେ ତାଙ୍କ ଚରିତ୍ର ସଂହାର କରିବା କେତେ ସକାରାତ୍ମକ? ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକଳାପ, ସଫଳତା, ବିଫଳତା ଏହାର ପୂର୍ବ ଉପା ସରକାରଙ୍କ ସହିତ ତୁଳନା କରାଯିବା ଉଚିତ। କିନ୍ତୁ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ସହିତ ନୁହେଁି। ସେମିତି ବିଭାଜନର ବିଭୀଷିକା ସାଙ୍ଗକୁ ଦେଶ ସ୍ବାଧୀନ ହେଲା ପରେ ଯେଉଁ ଭୟଙ୍କର ପରିସ୍ଥିତି ଥିଲା ସେତେବେଳେ ନେହେରୁ ଯେପରି ଭାବରେ ଦେଶକୁ ନେତୃତ୍ୱଦେଇ ବିଭିନ୍ନ ଅନୁଷ୍ଠାନ, ଭିତ୍ତିଭୂମି, ଶିଳ୍ପ ପ୍ରତିଷ୍ଠା କରିବା ସହିତ ପ୍ରଗତିର ଏକ ଦୃଢ଼ ଭିତ୍ତିଭୂମି, ଯୋଜନାଭିତ୍ତିକ ଅର୍ଥନୀତି, ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି, ତାହାର ପଟାନ୍ତର ନାହିଁି। ସେଥି ସକାଶେ ଆମେ ପାକିସ୍ତାନଠାରୁ ବହୁ ଆଗରେ। ଏହାର ଅର୍ଥ ନୁହେଁ ନେହେରୁ ବା ଇନ୍ଦିରା ଗାନ୍ଧୀଙ୍କର କିଛି ଦୋଷ ତ୍ରୁଟି ନ ଥିଲା। ପ୍ରତ୍ୟେକ ମଣିଷ ପରି ସେମାନଙ୍କର ଦୋଷ ତ୍ରୁଟି ଥିଲା। କିନ୍ତୁ ସେମାନଙ୍କ ଦୋଷ ବର୍ତ୍ତମାନ ଦେଖାଇ ଶାସକ ଶ୍ରେଣୀ ନିଜ ବିଫଳତା ଘୋଡ଼ାଇବା ଉଚିତ ନୁହେଁ। ଗରିବଙ୍କ ସ୍ବାର୍ଥ ପାଇଁ ଶାସକ ଶ୍ରେଣୀର ବିଫଳତା ଦେଖାଇବା ଏକ ସକାରାତ୍ମକ କାର୍ଯ୍ୟ, କିନ୍ତୁ ଏହା ସବୁ ସରକାର ଅମଳରେ ଜଣେ ଲେଖକ ଅବଲମ୍ବନ କରିବା ଉଚିତ। କିନ୍ତୁ ବର୍ତ୍ତମାନ ଅନେକ ଶାସକ ଶ୍ରେଣୀକୁ ପ୍ରଶଂସା କରିବା ପାଇଁ ବ୍ୟାକୁଳ? ଏହା ଦ୍ବାରା ଗରିବର ସ୍ବର ନିଷ୍ପ୍ରଭ ହୋଇଯାଉଛି।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri