ସକାରାତ୍ମକ ବାର୍ତ୍ତା ଆସୁ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଜି୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନବ ଅଧିକାର, ଭଦ୍ର ସମାଜ ଓ ଗଣମାଧ୍ୟମ ସ୍ବାଧୀନତା ବିଷୟରେ ଜଣାଇଥିବା କଥା ଭିଏଟ୍‌ନାମରେ କହିଛନ୍ତି। ତାଙ୍କୁ ଭାରତରେ ଗଣମାଧ୍ୟମକୁ ଭେଟିକରି ଏହିସବୁ ବିଷୟ କହିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ମନ୍ତବ୍ୟ ପ୍ରକାଶ ପାଇଛି। କୁହାଯାଇପାରେ ଯେ, ଭାଜପା ସରକାର ସବୁ କଥାକୁ ଗୁପ୍ତ ରଖିବାକୁ ଯାଇ ଏଭଳି ପଦକ୍ଷେପ ନେଇପାରିଥାନ୍ତି। ଉଲ୍ଲେଖଯୋଗ୍ୟ, ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ଚାଲିବ । ଆଜି ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ସମ୍ବନ୍ଧରେ ସମସ୍ତଙ୍କୁ ଅନ୍ଧାର ଘେରରେ ରଖାଯାଇଛି। ଅଗଷ୍ଟ ୧୧ରେ ଗୋଟିଏ ଅଧିବେଶନ ଶେଷ ହୋଇଥିବାବେଳେ ଏତେ ଶୀଘ୍ର ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି। ଗୋଟିଏ ଅଧିବେଶନର ଶେଷଦିନ ପରେ ସର୍ବନିମ୍ନ ୯୦ ଦିନର ବ୍ୟବଧାନରେ ପରବର୍ତ୍ତୀ ଅଧିବେଶନ ଡକାଯାଇପାରିବ। ଅବଶ୍ୟ ବିଶେଷ ପରିସ୍ଥିତିରେ ଏହି ପରମ୍ପରାକୁ ଭଙ୍ଗାଯିବାର ସୁଯୋଗ ରହିଛି। ତେବେ ଦେଶର ନାମ ଇଣ୍ଡିଆରୁ ଭାରତ କରିବା ଏବଂ ‘ଏକ ଦେଶ, ଏକ ନିର୍ବାଚନ’କୁ ନେଇ ସ୍ବତନ୍ତ୍ର ଅଧିବେଶନରେ କିଛି ନିଷ୍ପତ୍ତି ନିଆଯିବ ବୋଲି ମନେକରାଯାଉଛି। କିନ୍ତୁ ଏସବୁ କଳ୍ପନାଜଳ୍ପନା ବୋଲି ଶାସକ ଦଳ କହିଛି। ଅଧିବେଶନରେ ମୁଦ୍ରାସ୍ଫୀତି, ନିଯୁକ୍ତିି, କୃଷକମାନଙ୍କ ପାଇଁ ଏମ୍‌ଏସ୍‌ପି, ମଣିପୁର ହିଂସା, ସାମ୍ପ୍ରଦାୟିକ ଉତ୍ତେଜନା, ଲଦାଖରେ ଚାଇନାର କାର୍ଯ୍ୟକଳାପ ଓ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀ ଏକ ତାଲିକା ଦେଇଛି। କିନ୍ତୁ ଏଗୁଡ଼ିକ ଉପରେ ଆଲୋଚନା ହେବା ସମ୍ଭାବନା କମ୍‌। କାରଣ ସରକାର ବିନା ମତାମତ ଓ ବିତର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଭଳି ମନେହେଉଛି। ଭାଜପାର ୧୦ ବର୍ଷ ଶାସନ କାଳରେ ଏମିତି ଅନେକ ଏକତରଫା ନିଷ୍ପତ୍ତିି ନେଇ ସରକାର ଅଡ଼ୁଆରେ ପଡ଼ିଛନ୍ତି ଓ ଲୋକେ ମଧ୍ୟ ହନ୍ତସନ୍ତ ହୋଇଛନ୍ତି। କେବଳ ଏହି ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ନୁହେଁ, ବରଂ ଅତୀତରେ ଆଉ କେତେକ ପ୍ରସଙ୍ଗରେ ନାଗରିକଙ୍କ ସମେତ ମନ୍ତ୍ରୀମାନଙ୍କୁ ଅନ୍ଧକାରରେ ରଖାଯାଇଛି। ଉଦାହରଣ ସ୍ବରୂପ, ୨୦୧୬ର ବିମୁଦ୍ରୀକରଣ ନିଷ୍ପତ୍ତି ଚୂଡ଼ାନ୍ତ ହେବା ପୂର୍ବରୁ କୌଣସି ସୂଚନା କେହି ପାଇପାରି ନ ଥିଲେ। ଏପରିକି ସେତେବେଳେ ଖବର ପ୍ରକାଶ ପାଇଥିଲା ଯେ, ସବୁ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମେତ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ମଧ୍ୟ ଏ ବିମୁଦ୍ରୀକରଣ ସମ୍ପର୍କରେ କୌଣସି ପୂର୍ବ ସୂଚନା ଦିଆଯାଇ ନ ଥିଲା। ସବୁକାର୍ଯ୍ୟ ସିଧାସଳଖ ଅଫିସରମାନଙ୍କ ଦ୍ୱାରା କରାଯାଇଥିଲା, ଯାହା ପ୍ରତ୍ୟେକ ଦେଶବାସୀ ଅଙ୍ଗେନିଭେଇଛନ୍ତି। ସେହିଭଳି ଡିସେମ୍ବର ୨୦୧୯ରେ ବିନା କୌଣସି ଆଲୋଚନାରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଓ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ଲାଗୁ କରାଯାଇଥିଲା। ଦେଶ ସାରା ପ୍ରତିବାଦ ଦେଖାଦେବାରୁ ଏହାକୁ ବନ୍ଦ ରଖାଯାଇଛି ଓ ସାଢ଼େ ୩ ବର୍ଷ ପରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ସମ୍ଭବତଃ ଏହାପାଇଁ ଜନଗଣନା ବନ୍ଦ ରହିଥିବା କୁହାଯାଉଛି। ଅନୁରୂପ ଭାବେ ୨୦୨୦ରେ କୋଭିଡ୍‌ ବେଳେ ଦେଶବ୍ୟାପୀ ଲକ୍‌ଡାଉନ କରିଦିଆଯିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଏପରି କି ସ୍ବାସ୍ଥ୍ୟ, ଅର୍ଥ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏ ସମ୍ପର୍କରେ ପୂର୍ବ ସୂଚନା ପାଇ ନ ଥିଲା। ସେହି କୋଭିଡ୍‌ ସମୟରେ ତରବରିଆ ଭାବେ ବିନା ବିତର୍କରେ କୃଷି ଆଇନ ଅଣାଯାଇଥିଲା। ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୃଷକମାନଙ୍କ ଆନ୍ଦୋଳନ ପରେ ସରକାର ପଛକୁ ହଟି ଆଇନକୁ ପ୍ରତ୍ୟାହର କରିଥିଲେ। ବାସ୍ତବତା ହେଉଛି ଜନଭାଗୀଦାରି ଓ ଭଦ୍ର ସମାଜକୁ ଏଡ଼ାଇଯାଇ ଯେତୋଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ବା ଆଇନ ଗଢ଼ାଯାଉଛି, ତାହାର ପ୍ରତ୍ୟେକଟିର ନକାରାମତ୍କ ପରିଣାମ ଭୋଗିବାକୁ ପଡ଼ୁଛି। ସେଭଳି ମନୋଭାବ କିଛି ପ୍ରସଙ୍ଗରେ ପୁନର୍ବାର ସ୍ବତନ୍ତ୍ର ଅଧିବେଶନରେ ପ୍ରତିଫଳିତ ହେବା ଆଶଙ୍କା ଦେଖାଦେଲାଣି।
ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ସ୍ଥାନ ପାଇପାରୁନାହିଁ। ଯୋଜନାର ଅଗ୍ରଗତି ସମ୍ବନ୍ଧୀୟ ତଥ୍ୟ ଗୁପ୍ତ ରଖାଯାଉଛି। ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତର ସାମାଜିକ, ଅର୍ଥନୈତିକ ତଥା ଗଣତାନ୍ତ୍ରିକ ଅଧିକାର ସମ୍ବନ୍ଧୀୟ ତଥ୍ୟକୁ ଅସ୍ବୀକାର କରାଯାଉଛି। ୨୦୧୭ରେ ନୀତି ଆୟୋଗ ସବୁକ୍ଷେତ୍ରକୁ ଏକାଠିକରି ଏକ ୫ ବର୍ଷିଆ ଯୋଜନା ଆରମ୍ଭ କରିଥିଲା ଓ ୨୦୨୨ ସୁଦ୍ଧା ‘ନ୍ୟୁ ଇଣ୍ଡିଆ’ ବା ‘ନୂଆ ଭାରତ’ ଗଠନ କରିବାର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲା। କିନ୍ତୁ ସେହି ୫ ବର୍ଷିଆ ଯୋଜନା ସମ୍ପର୍କରେ କୌଣସି ସୂଚନା ଏବେ ମଧ୍ୟ କେହି ଜାଣିପାରୁନାହାନ୍ତି। ଭାଜପାର ୧୦ ବର୍ଷ ଶାସନକୁ ଯଦି ଲକ୍ଷ୍ୟ କରାଯାଏ ତେବେ ମାନବ ଅଧିକାର କ୍ଷୁଣ୍ଣ, ଅସହିଷ୍ଣୁତା, ସଂଖ୍ୟାଲଘୁ ନିର୍ଯାତନା ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ସ୍ବର ଉଠିଛି। ତରବରିଆ ଭାବେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ ସେଠାରେ ଇଣ୍ଟରନେଟ୍‌ ସେବା ଓ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହ ସ୍ଥାନୀୟ ଗଣମାଧ୍ୟମର କଣ୍ଠରୋଧ ଏବଂ ସେହି ଅଞ୍ଚଳକୁ ସବୁ ପ୍ରକାର ଯାତାୟାତ ବନ୍ଦ କରିଦେବା ଦ୍ୱାରା ମାନବ ଅଧିକାର କ୍ଷୁଣ୍ଣ ହୋଇଥିଲା। ସେହିଭଳି ୨୦୧୮ରେ ମହାରାଷ୍ଟ୍ରର ଭୀମା କୋରେଗାଁଓ ଘଟଣାର ଗିରଫଦାରି ବେଳୁ ମାନବ ଅଧିକାର ଉଲ୍ଲଂଘନ କଥା ଆଲୋଚନା ହେଉଛି। ତଥାକଥିତ ‘ନୂଆ ଭାରତ’ରେ ମାନବ ଅଧିକାର କ୍ଷୁଣ୍ଣ ଓ ନିର୍ଯାତନାର ଏସବୁ ଗୋଟିଏ ଗୋଟିଏ ବାସ୍ତବ ଚିତ୍ର । ଏହିଭଳି ଆଭିମୁଖ୍ୟରୁ ସରକାର ବିିରତ ରହିଲେ ନୂତନ ସଂସଦ ଭବନରୁ ସକାରାତ୍ମକ ବାର୍ତ୍ତା ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri