ଲାଟେରାଲ ଏଣ୍ଟ୍ରିର ସ୍ଥିତି

Dillip Cherian

ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ୨୦୧୮ରେ ମୋଦି ସରକାର ବହୁ ପ୍ରତୀକ୍ଷିତ ପ୍ରୋଗ୍ରାମ ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ସରକାରରେ ପ୍ରବେଶ କରାଇବା) ଆରମ୍ଭ କରିଥିଲେ। ସରକାରୀ ବ୍ୟବସ୍ଥାଗୁଡ଼ିକରେ ନୂଆ ଦୃଷ୍ଟିକୋଣ, ବିଶେଷଜ୍ଞତା ଓ ଦକ୍ଷତା ଆଣିବା ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହା ଏବେ ଚମକ ହରାଇବା ଲକ୍ଷ୍ୟ କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଫାଇନାନ୍ସିଆଲ ସର୍ଭିିସ ବିିଭାଗର ଯୁଗ୍ମ ସଚିବ ସୌରଭ ମିଶ୍ର ଥିଲେ ପ୍ରଥମ ପର୍ଯ୍ୟାୟ ଲାଟେରାଲ ଏଣ୍ଟ୍ରିର ୬ଜଣଙ୍କ ମଧ୍ୟରୁ ଜଣେ। ଗତ ବର୍ଷ ଅଗଷ୍ଟରେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି କରାଯାଇଥିଲେ ବି ସେ ଏବେ ପଦ ଛାଡୁଥିବା କୁହାଯାଉଛି। ସେ ପଦ ଛାଡ଼ିବା ପରେ ଲାଟେରାଲ ଏଣ୍ଟ୍ରିର ଆଉ ମାତ୍ର ୫ ଜଣ ଅଛନ୍ତି। ସେମାନେ ହେଉଛନ୍ତି ରାଜୀବ ସକ୍‌ସେନା (ଡିଇଏ), ଡି.ଡି.ଜଗଦଲେ (ଏମ୍‌ଏନ୍‌ଆର୍‌ଇ) ସୁଜିତ କୁମାର ବାଜପେୟୀ (ଏମ୍‌ଓଇଏଫ୍‌), ସୁମନ ପ୍ରସାଦ ସିଂ (ସଡ଼କ ପରିବହନ) ଏବଂ ଭୂଷଣ କୁମାର (ଶିପିଂ)। କେତେଜଣ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, କର୍ପୋରେଟ ଜଗତର ପ୍ରଲୋଭନ ପାଇଁ ମିଶ୍ର ପଦବୀ ଛାଡିଛନ୍ତି। କିନ୍ତୁ ଆଉ କେତେକେ ଭାବୁଛନ୍ତି, ମିଶ୍ର ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ)ରେ ଆଜୀବନ ସଦସ୍ୟ ଭାବେ ଯୋଗଦେବେ। ଏହା ସ୍ପଷ୍ଟ ଯେ, ସରକାରରେ ଲାଟେରାଲ ଏଣ୍ଟ୍ରି କଠିନ ତଥା ବିପରୀତ ସ୍ଥିତିର ସମ୍ମୁଖୀନ ହେଉଛି। ଏବକାର ଅମଲାତନ୍ତ୍ରରୁ ଏହାକୁ ବିରୋଧ କରାଯାଉଛି। ଏହାର କାରଣ ହେଉଛି, ବହୁସମୟରେ ଲାଟେରାଲ ଏଣ୍ଟିରେ ନିଯୁକ୍ତ ଅଧିକାରୀମାନଙ୍କ ଉପରେ ଏହା ବିଶ୍ୱାସ କରିପାରୁନାହିଁ କି ସେମାନଙ୍କୁ ଗ୍ରହଣ କରିପାରୁନାହିଁ। କେତେଜଣ ବାବୁ ବି ଲାଟେରାଲ ଏଣ୍ଟ୍ରିର ଚୟନ ପ୍ରକ୍ରିୟରେ ସ୍ବଚ୍ଛତା ଓ ନିଷ୍ପକ୍ଷତାର ଅଭାବକୁ ନେଇ ସମାଲୋଚନା କରିଛନ୍ତି। ଏବେ ମିଶ୍ରଙ୍କ ପଦତ୍ୟାଗ ପରେ ସରକାର ଏହି ସବୁ ଆହ୍ବାନ ଓ ବାଧାଗୁଡ଼ିକୁ ସମାଧାନ କରିବା ପାଇଁ ଅଧିକ ଚାପରେ ରହିବେ।
ଯୋଗୀଙ୍କ ଆର୍ଥିକ ଦୃଷ୍ଟିକୋଣ
ଉତ୍ତରପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ପାଇଁ ଏକ ନୂଆ ଛବି ଗଢ଼ିବାକୁ ଚେଷ୍ଟା କରିଆସୁଛନ୍ତି। ବିଶ୍ୱରୁ ନିବେଶକଙ୍କୁ ଆକର୍ଷିତ କରି ୟୁପିକୁ ଦେଶର ସବୁଠୁ ବୃହତ୍‌ ଅର୍ଥବ୍ୟବସ୍ଥା କରିବାକୁ ଚାହଁୁଛନ୍ତି। ସେଥିପାଇଁ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌ ଏବଂ ଜି୨୦ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମମାନ ରାଜ୍ୟ ପାଇଁ ଆକର୍ଷଣ କେନ୍ଦ୍ର ପାଲଟିଛି। ନିକଟରେ ଯୋଗୀ ଆଦିତ୍ୟନାଥଙ୍କ ଶିଳ୍ପ ପରାମର୍ଶଦାତା ଭାବେ ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅରବିନ୍ଦ କୁମାରଙ୍କ ନିଯୁକ୍ତି ଏହି ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଛି। ଭିତ୍ତିଭୂମି ଏବଂ ଶିଳ୍ପ ବିିକାଶ କମିଶନର ଭାବେ କୁମାର ଅବସର ନେବାର ପାଖାପାଖି ଏକ ମାସ ପରେ ଏଭଳି ନିଯୁକ୍ତି କରାଯାଇଛି। ତାଙ୍କ ସର୍ଭିସର ଶେଷ ମାସରେ କୁମାର ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‌ର ନିରୀକ୍ଷଣ କରିଥିଲେ ଯାହାର ସଫଳତା ବିଶ୍ୱରେ ୟୁପିକୁ ଏକ ନୂଆ ପରିଚୟ ଦେଇଛି ବୋଲି ଯୋଗୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରାୟ ୧୦,୦୦୦ ନିବେଶକ ଏହି ସମିଟ୍‌ରେ ଯୋଗଦେଇଥିଲେ ଏବଂ ଶିଳ୍ପ କ୍ଷେତ୍ରରେ ୩୩ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୁମାରଙ୍କୁ ଏହି ସଫଳତାର ନାୟକ ଭାବେ ଦେଖାଯାଉଛି ଏବଂ ଯୋଗୀ ମଧ୍ୟ କୁମାରଙ୍କ ସର୍ଭିସ୍‌ ଜାରି ରଖିବାକୁ ଚାହଁିଛନ୍ତି। କୌତୂହଳର ବିଷୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କୁମାରଙ୍କ ନିଯୁକ୍ତି ପାଇଁ ଏକ ୧୧ ମାସିଆ ଅସ୍ଥାୟୀ ପଦବୀ ୨୯ ଫେବୃୟାରୀ ୨୦୨୪ ଯାଏ ସୃଷ୍ଟି କରାଯାଇଛି। ଯୋଗୀଙ୍କୁ ୟୁପିର ଆର୍ଥିକ ଦୃଷ୍ଟିକୋଣରେ ବିକାଶ କରିବାରେ କେତେଜଣ ବାବୁଙ୍କର ଆବଶ୍ୟକତା ଅଧିକ ଥିବାବେଳେ ଯଦି କୁମାର ଏକାକୀ ତାହା କରିପାରିବେ ତେବେ ଏହା ଏକ ବଡ଼ ସଫଳତା ହେବ।
ଧାମିଙ୍କ ମୁଣ୍ଡବ୍ୟଥା
ମୋଦି ସରକାରରେ ଆଇଏଏସ୍‌ ଓ ଆଇପିଏସ୍‌ ଏବଂ ଅନ୍ୟ ସର୍ଭିସ ମଧ୍ୟରେ ବୃତ୍ତିଗତ ଲଢ଼େଇ ବାରମ୍ବାର ଘଟୁଥିବା ଦେଖାଯାଇଛି। ହେଲେ ଏଥିରେ ସବୁବେଳେ ଏକତରଫା ବିଚାର କରାଯାଇଛି। ବର୍ଷେ କି ଦୁଇ ବର୍ଷ ମଧ୍ୟରେ ବରିଷ୍ଠ ପଦବୀଗୁଡ଼ିକୁ ଅନ୍ୟ ଏଆଇଏସ୍‌ ସର୍ଭିସ୍‌ ଜବରଦଖଲ କରୁଥିବା ଆଇଏଏସ୍‌ ଅଧିକାରୀମାନେ ଲକ୍ଷ୍ୟ କରିଛନ୍ତି ଓ ଏହା ସେମାନଙ୍କୁ ଚିନ୍ତିତ କରିଛି। ଏଭଳି ଧାରା ଏବେ କେତେକ ରାଜ୍ୟରେ ବି ଦେଖାଯାଉଛି। ନିକଟରେ ଉତ୍ତରାଖଣ୍ଡ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ ଆଇପିଏସ୍‌ ଅଧିକାରୀ ରିଦ୍ଧିମ ଅଗ୍ରଓ୍ବାଲଙ୍କ ନିଯୁକ୍ତିକୁ ସଚିବାଳୟ ସଂଘ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛି। ଏକ ନୂଆ ସ୍ବତନ୍ତ୍ର ସଚିବ ପଦବୀ ସୃଷ୍ଟି କରିବା ଅନାବଶ୍ୟକ ଓ ଏହି ପଦବୀର ଦାୟିତ୍ୱ ପାରମ୍ପରିକ ଭାବେ ଅତିରିକ୍ତ ସଚିବ ଓ ସଚିବ ପଦବୀ ଅଧୀନରେ ରହିବା ଉଚିତ ବୋଲି ସଂଘ କହିଛି। ସୂତ୍ରରୁ ଜଣାପଡ଼ିଛି ଯେ, ବ୍ୟଥିତ ବାବୁମାନେ ଏଥିପାଇଁ ଅତିରିକ୍ତ ମୁଖ୍ୟ ସଚିବ ରାଧା ରାତୁରିଙ୍କୁ ଦୋଷ ଦେଉଛନ୍ତି। ସ୍ବତନ୍ତ୍ର ସଚିବ ଭାବେ ଅଗ୍ରଓ୍ବାଲଙ୍କୁ ନିଯୁକ୍ତ କରି ସେ ଗୃହ ବିଭାଗରେ କ୍ଷମତା ବଢାଇ ନିୟନ୍ତ୍ରଣ କରିବାକୁ ଚାହଁୁଛନ୍ତି। ଉତ୍ତରଖଣ୍ଡ ସଚିବାଳୟ ସଂଘର ସଭାପତି ଦୀପକ ଜୋଷୀ ଏ ସଂକ୍ରାନ୍ତରେ ପୁଷ୍କର ସିଂ ଧାମିଙ୍କ ପାଖରେ ଅଭିଯୋଗ କରି ଅଗ୍ରଓ୍ବାଲଙ୍କ ନିଯୁକ୍ତିକୁ ଦୃଢ ବିରୋଧ କରିଛନ୍ତି। ଏହି ଘଟଣା ଧାମିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଣୁ ଧାମିଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri