ପୋର୍ଟାଲ ଭୁଶୁଡ଼ିଲା

ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ପ୍ରାୟ ୬୧ କୋଟି ନାଗରିକ କୋଭିଡ୍‌ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିଲାଗି ବୁଧବାର ଅପରାହ୍ନରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ବହୁସଂଖ୍ୟକ ଯୁବପିଢ଼ି ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ କୋଭିଡ୍‌-୧୯ ଭାକ୍ସିନେଶନ ପୋର୍ଟାଲ ‘କୋଓ୍ବିନ୍‌’କୁ ଖୋଲିବାରୁ ତାହା ବୋଝ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଥିଲା। ଫଳରେ କୋଭିଡ୍‌ ପରିଚାଳନାରେ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିର ଅଭାବ ପଦାରେ ପଡ଼ିଥିଲା। ଏହାକୁ କେନ୍ଦ୍ରୀୟ ଅପାରଗତାର ଆଉ ଏକ ନମୁନା ବୋଲି ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ସାବାଳକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବାରୁ ଏକ ସଙ୍ଗେ ବହୁସଂଖ୍ୟାରେ ଲୋକ ଆଗେଇ ଆସିଥିଲେ। ଏଥିପାଇଁ ଏକ ମିନିଟରେ ପ୍ରାୟ ୨୭ ଲକ୍ଷ ହିଟ୍‌ ହୋଇଥିଲା ବୋଲି ସରକାରୀ ସୂତ୍ରରୁ ଜଣାଡ଼ିଛି। ଫଳରେ ପଞ୍ଜୀକରଣ ଆରମ୍ଭର କିଛି ମିନିଟ ପରେ ଲୋଡ୍‌ ନେଇ ନ ପାରି କୋଭିଡ୍‌-୧୯ ଭାକ୍ସିନେଶନ ପୋର୍ଟାଲ କୋଓ୍ବିନ୍‌ କ୍ରାସ୍‌ କରିଥିଲା। ସେହିପରି ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା। କିଛି ସମୟ ପରେ ଉଭୟ ପ୍ଲାଟ୍‌ଫର୍ମ ସ୍ବାଭାବିକ ହୋଇଥିଲା ଏବଂ ଯୋଗ୍ୟ ହିତାଧିକାରୀମାନେ ଟିକା ପାଇଁ ନାମ ପଞ୍ଜୀକରଣ କରାଇଥିଲେ। ମାତ୍ର ୩ ଘଣ୍ଟା (ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା) ମଧ୍ୟରେ ୭୯,୬୫,୭୨୦ ଜଣ ଟିକା ନେବା ପାଇଁ ପଞ୍ଜିକୃତ ହୋଇଛନ୍ତି। ଟିକା ପାଇଁ ନାମ ପଞ୍ଜୀକରଣ ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନେ ସୋସିଆଲ ମିଡିଆ ଯୋଗେ ସେମାନଙ୍କ ଅଭିଜ୍ଞତା ଶେୟାର କରିଛନ୍ତି। ଅପରାହ୍ନ ୪ଟାରେ ପଞ୍ଜୀକରଣ ଆରମ୍ଭ ହେବା କ୍ଷଣି କୋଓ୍ବିନ ଓ୍ବେବ୍‌ସାଇଟ ଲୋଡ୍‌ ନେବାରେ ସକ୍ଷମ ହେଉ ନ ଥିବା କିମ୍ବା ପ୍ଲାଟଫର୍ମକୁ ଲଗ୍‌ ଇନ୍‌ କରିବା ପାଇଁ ଓଟିପି ଆସୁ ନ ଥିବା ଅଭିଯୋଗ ବହୁସଂଖ୍ୟାରେ ଆସିଥିଲା। ପୁଣି କେତେଜଣ ଓଟିପି ପାଇଥିଲେ ମଧ୍ୟ ପୋର୍ଟାଲ ଓ୍ବେବ୍‌ସାଇଟରେ ତାହାକୁ ଟାଇପ୍‌ କରିପାରି ନ ଥିଲେ।
ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ଗୋଟିଏ ଦିନରେ ସର୍ବାଧିକ ୫୦ ଲକ୍ଷ ପଞ୍ଜୀକରଣ ହୋଇଥିଲା। ବୁଧବାର ପଞ୍ଜୀକରଣ ଏହାର ଦୁଇଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଥିବା ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷର ସିଇଓ ଆର୍‌.ଏସ୍‌. ଶର୍ମା ଗଣମାଧ୍ୟମକୁ କହିଛନ୍ତି। ପଞ୍ଜୀକରଣ ଲୋଡ୍‌ ସିଷ୍ଟମ ନେଇପାରିବ ବୋଲି ସେ କହିଛନ୍ତି।
ତୃତୀୟ ପର୍ଯ୍ୟାୟରେ ବିନା ପଞ୍ଜୀକରଣରେ କେହି ଟିକା ନେଇପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ଏକସଙ୍ଗେ ବହୁସଂଖ୍ୟାରେ ଲୋକ ପଞ୍ଜୀକରଣ ପାଇଁ ଉଦ୍ୟମ କରିବାରୁ ସମସ୍ୟା ଉପୁଜିଥିବା କୁହାଯାଉଛି। ରାଜ୍ୟ ଓ ଘରୋଇ ଟିକା କେନ୍ଦ୍ରଗୁଡ଼ିକରେ ସ୍ଲଟ୍‌ ଉପଲବ୍ଧତାକୁ ନେଇ ଆପଏଣ୍ଟମେଣ୍ଟ ଦିଆଯିବ। ଅଧିକ ଆପଏଣ୍ଟମେଣ୍ଟ ସ୍ଲଟ୍‌ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ଯଦି ଏବେ ସ୍ଲଟ ଉପଲବ୍ଧ ହେଉନାହିଁ, ତେବେ କିଛି ସମୟ ପରେ ପୁଣିଥରେ ଦେଖିବାକୁ ପରାମର୍ଶ ଦିଆଯାଇଛି। ପଞ୍ଜୀକରଣ ପାଇଁ https://www.cowin.gov.in/homeକୁ ଯାଇ register କିମ୍ବା sign-in ଅପ୍ସନରେ କ୍ଲିକ୍‌ କରିବାକୁ ହେବ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ସାଇଟ ଆରୋଗ୍ୟ ସେତୁ ଆପ୍‌ରେ ମଧ୍ୟ ପଞ୍ଜୀକରଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri