ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ

ବାଙ୍କୀ, ୧୬।୨(ସ୍ବ.ପ୍ର.): ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। କୃଷ୍ଣ କିଛିଦିନ ହେବ ଡମପଡ଼ା ବ୍ଲକ ଗୋପାଳପୁରରେ ରହି ସମ୍ପୃକ୍ତା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ଅଧିକାଂଶ ସମୟରେ ଭିଡିଓ କଲ କରୁଥିଲେ। କୃଷ୍ଣ ବହୁ ଗୋପନୀୟ ମୁହୂର୍ତ୍ତର ଭିଡିଓକୁ ସଂଗ୍ରହ କରି ମୋବାଇଲରେ ରଖିଥିଲେ। ଏହାପରେ ବାରମ୍ବାର ଯୁବତୀଙ୍କୁ ବାହାରେ ଦେଖା କରିବାକୁ ଅନୁରୋଧ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ।
ମାତ୍ର ଯୁବତୀ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। କୃଷ୍ଣ ପ୍ରେମରେ ବିଫଳ ହେବାରୁ ଶେଷରେ ମୋବାଇଲରେ ରଖିଥିବା ସମ୍ପୃକ୍ତା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦଇଥିଲେ। ଏହା ଦେଖିବା ପରେ ଯୁବତୀଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ତାଙ୍କୁ ରବିବାର ସାରେ ତାଙ୍କୁ ତାଗିଦ କରିଥିଲେ। ସୋମବାର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତି କରି ପୋଲିସ ମାମଲା (ନଂ.୨୯/୨୧)ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।