ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ୨ ଯୁବକଙ୍କୁ କେନ୍ଦ୍ରାପଡା ଟାଉନ ପୋଲିସ ଉଠାଇ ନେଇଥିଲା। ତଦନ୍ତ ପରେ ଜଣକୁ ଛାଡି ଦିଆଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ମାଟିଆଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ତାଙ୍କଠାରୁ ୩ ସ୍ମାର୍ଟଫୋନ ଜବତ କରାଯାଇଛି।