ଟେଲି ମେଡିସିନରେ ଅଶ୍ଳୀଳତା

ନୂଆଦିଲ୍ଲୀ, ୩୦ା୧୨: କରୋନା ସଂକ୍ରମଣବେଳେ ଅନ୍‌ଲାଇନ ସେବାକୁ ମିଳିଛି ପ୍ରାଥମକିତା। ଦିନକୁ ଦିନ ବଢ଼ୁଛି ଓ୍ବେବସାଇଟ୍‌, ଆପ୍‌ର ମାତ୍ରା ଏବଂ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ବେପାର ବଢ଼ାଇବାକୁ ଚାଲିଛି ପ୍ରତିଯୋଗିତା। ସ୍ବାସ୍ଥ୍ୟସେବାର ଗୁରୁତ୍ୱ ବଢ଼ିଥିବାରୁ ଡାକ୍ତରଙ୍କ ସହ ଘରେ ବସି ପରାମର୍ଶ ନେବାର ସୁବିଧା ମଧ୍ୟ ଏବେ ଉପଲବ୍ଧ। ଏଥିପାଇଁ ମାଳମାଳ ଓ୍ବେବସାଇଟ୍‌ ଓ ଆପ୍ଲିକେଶନ କିଛି ମାତ୍ରାରେ ଟଙ୍କା ନେଇ ଲୋକଙ୍କୁ ସିଧାସଳଖ ଡାକ୍ତରଙ୍କ ସହ ଯୋଡୁଛନ୍ତି। କିନ୍ତୁ ଏଥିରେ ପ୍ରିଭେସି ଓ ସିକ୍ୟୁରିଟିକୁ ଅଣଦେଖା ଯୋଗୁ ଏହାର ଦୁରୁପଯୋଗ ବଢ଼ୁଛି। ରୋଗ ସମ୍ପର୍କିତ କଥା ହେବା ଆଳରେ ଅସାମାଜିକମାନେ ମହିଳା ଡାକ୍ତରଙ୍କ ସହ ଅଶ୍ଳୀଳ ଆଚରଣ କରୁଛନ୍ତି। ଏଥିଯୋଗୁ ଫୋନ୍‌ ଯୋଗେ ସେବା ପ୍ରଦାନ ପାଇଁ ଇଚ୍ଛା କମୁଥିବା ସେମାନେ କୁହନ୍ତି।
ଡାକ୍ତରଖାନା ଯିବାକୁ ଇଚ୍ଛା କରୁ ନ ଥିବା ଲୋକଙ୍କ ପାଇଁ ଉତ୍ତମ ମାଧ୍ୟମ ପାଲଟିଛି ଇ-କନ୍‌ସଲଟେଶନ। ହେଲେ ଏଭଳି ସୁବିଧାର ଦୁରୁପଯୋଗ ଏବେ ବଢ଼ିବାରେ ଲାଗିଛି, ଯାହା କି ଚିନ୍ତାର ବିଷୟ। କୌଣସି ସାଇଟ୍‌ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ ରୋଗୀଙ୍କ ନାଁ ଠିକଣା ପଞ୍ଜୀକରଣ କରିବାକୁ ପଡେ। ଧାର୍ଯ୍ୟ ଦେୟ ଦେବା ପରେ ପଞ୍ଜୀକରଣ କରାଇଥିବା ଓ୍ବେବସାଇଟ୍‌ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ବିଭାଗର ଡାକ୍ତରଙ୍କ ସହ ଯୋଡିଥାଏ। କେତେକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ଏଥିଯୋଗେ ହୋଇପାରୁ ଥିବାରୁ ବହୁ ସଂଖ୍ୟାରେ ଲୋକ ଏବେ ଟେଲିମେଡିସିନ ସେବା ଉପରେ ନିର୍ଭରଶୀଳ। କିନ୍ତୁ ଅନେକ ରୁଗ୍‌ଣ ମାନସିକଧାରୀ ବ୍ୟକ୍ତି ମହିଳା ଡାକ୍ତରଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ପାଇଁ ଏଭଳି ସାଇଟ୍‌କୁ ବାଛୁଛନ୍ତି। ପ୍ରଥମେ ଉକ୍ତ ସାଇଟ୍‌ରେ ନିଜର ଭୁଲ ନାଁ ଓ ପରିଚୟ ଦେଇ ପଞ୍ଜୀକରଣ କରାଇବା ପରେ ମହିଳା ଡାକ୍ତରଙ୍କ ସହ ଖରାପ ଆଚରଣ କରୁଛନ୍ତି। ଏପରିକି ଡାକ୍ତରଙ୍କୁ ଯୌନ ନିବେଦନ କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। କେତେଜଣ ବ୍ୟକ୍ତି ନିଜକୁ ମହିଳା ଦର୍ଶାଇ କଥା ହେଉଛନ୍ତି। ବିଶେଷକରି ରାତିରେ ଏଭଳି ଫୋନ୍‌ କଲ ଅଧିକ ମାତ୍ରାରେ ଆସୁଥିବା ଇ-କନ୍‌ସଲଟାନ୍ସିରେ ସେବା ଯୋଗାଉଥିବା କେତେଜଣ ଡାକ୍ତର ପ୍ରକାଶ କରିଛନ୍ତି। ଫୋନ କଲ୍‌ କାଟି ନମ୍ବର ବ୍ଲକ କରିବା ପରେ ଅନ୍ୟ ଜଣେ ଡାକ୍ତରଙ୍କ ସହ ଏପରି କରୁଛନ୍ତି ଦୁର୍ବୃତ୍ତ। ଏଥିଯୋଗୁ ଡାକ୍ତରଙ୍କ ମାନସିକ ସ୍ଥିତି ବିଗୁଡୁଥିବାରୁ ଅନେକ ସମୟରେ ସେମାନଙ୍କ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ପରିସ୍ଥିତିର ସାମ୍‌ନା କରିପାରୁ ନ ଥିବା ଡାକ୍ତରମାନେ ସେବା ଯୋଗାଇବାକୁ ଇଚ୍ଛା କରୁ ନ ଥିବା ଜଣାଯାଇଛି। କେତେକ ଓ୍ବେବସାଇଟ୍‌ ଅଧିକ ଟଙ୍କା ଅଫର କରୁଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ସମ୍ପୃକ୍ତ ଓ୍ବେବସାଇଟ୍‌ଗୁଡ଼ିକ ନିୟମ ପାଳନ କରୁ ନ ଥିବା ଅଭିଯୋଗ ଆସିବାରେ ଲାଗିଛି। ଅଧିକାଂଶ ସମୟରେ କୌଣସି ରୋଗୀ ନିଜକୁ ପଞ୍ଜୀକୃତ କରିବା ପରେ ତାହା ଠିକ୍‌ ପରିଚୟ କି ନା ତାହା ଯାଞ୍ଚ କରାଯାଉ ନାହିଁ। ପରିଚୟ ପତ୍ର ସ୍ଥାନରେ ଯେ କୌଣସି ଡକ୍ୟୁମେଣ୍ଟ ଏଭଳି ବ୍ୟକ୍ତିମାନେ ଦାଖଲ କରୁଥିଲେ ହେଁ ତାହାକୁ ଖାରଜ କରାଯାଉନାହିଁ। ଏପରି ଘଟଣାକୁ କେତେକ ଓ୍ବେବସାଇଟ୍‌ ଗୁରୁତ୍ୱର ସହ ନ ନେଇ ଏହାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି। ମହିଳା ଡାକ୍ତରଙ୍କ ପକ୍ଷରୁ ଆପତ୍ତି ପରେ ବି ସାଇଟ୍‌ଗୁଡ଼ିକ ସେପରି କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ କହିଛନ୍ତି। ତେବେ ଏ ସବୁ ଦିଗପ୍ରତି ନଜର ରଖାଯାଉଛି ବୋଲି ଅଗାଧାଡ଼ିର ଓ୍ବେବସାଇଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri