ବାଂଲାଦେଶରେ କମୁଛି ହିନ୍ଦୁଙ୍କ ଜନସଂଖ୍ୟା, କାରଣ ଏସବୁ ନୁହେଁ ତ?…

ଢାକା,୨୬।୧୨ : ଭାରତର ପଡୋଶୀ ବନ୍ଧୁ ଦେଶ ବାଂଲାଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ଜନସଂଖ୍ୟା ୧୨୦ କୋଟି। ସେଥିମଧ୍ୟରୁ ୧୧୦ କୋଟି ଭାରତରେ ବାସ କରନ୍ତି। ହିନ୍ଦୁ ଜନସଂଖ୍ୟାରେ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ ଏକ ମୁସଲମାନ ବହୁଳ ଦେଶ ଏବଂ ଏଠାରେ ଏକ ବୃହତ ଜନସଂଖ୍ୟା ମୁସଲମାନ। ୧୯୭୧ରେ ବାଂଲାଦେଶ ଗଠନ କରାଯାଇଥିଲା। ଏହା ପୂର୍ବରୁ ଏହାକୁ ପୂର୍ବ ପାକିସ୍ଥାନ କୁହାଯାଉଥିଲା।
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଶେଖ ହସିନା ସରକାର ମୁସଲମାନମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ଶେଖ ହସିନା ଏବଂ ତାଙ୍କ ଦଳ ଆୱାମୀ ଲିଗକୁ ଦେଶର ଏକମାତ୍ର ଧର୍ମନିରପେକ୍ଷ ଦଳ କୁହାଯାଏ। ନିର୍ବାଚନ ପୂର୍ବରୁ ଏହି ଦଳ ମୁସଲମାନମାନଙ୍କୁ ନିଜ ପଟକୁ ଆଣିବାକୁ ଚାହୁଁଛି। ଜାନୁଆରୀ ୭ ରେ ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟିଂ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି।
ରିପୋର୍ଟରେ ଦର୍ଶାଯାଇଛି ବାଂଲାଦେଶର କୁମିଲା ଜିଲାର ମାଣିକ ଭୌମିକଙ୍କ ଜମି ଆୱାମୀ ଲିଗର କୃଷକ ଦଳର ନେତା ଖୁରସିଦ ଆଲାମଙ୍କ ଦ୍ୱାରା ଜବରଦଖଲ କରାଯାଇଥିଲା। ଅଧିକାଂଶ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସେମାନଙ୍କର ଜମି ଏଭଳି ହରାଇଥାନ୍ତି। ହିନ୍ଦୁମାନଙ୍କ ଜମି ଜବରଦଖଲ କରିବା ଭଳି ଅନେକ ଘଟଣା ଘଟୁଛି। ହିନ୍ଦୁମାନଙ୍କ ଦୁଃଖର କାହାଣୀ ବାଂଲାଦେଶର ଜାତୀୟ ଗଣମାଧ୍ୟମରେ ଆସେ ନାହିଁ।

ରିପୋର୍ଟରେ ଦର୍ଶାଯାଇଛି ବାଂଲାଦେଶରେ ସଂଖ୍ୟାଲଘୁମାନେ ଅନ୍ୟାୟ ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ, ଏହି ଦେଶରେ ହିନ୍ଦୁମାନଙ୍କର ସଂଖ୍ୟା ୧୯୫୧ରେ ୨୨ ପ୍ରତିଶତରୁ ୨୦୨୨ରେ ୮ ପ୍ରତିଶତରୁ କମ ହୋଇଯାଇଥିଲା। ଏଥି ସହିତ ମୁସଲମାନମାନଙ୍କର ଜନସଂଖ୍ୟା ୯୧ ପ୍ରତିଶତରୁ ଅଧିକ ହୋଇଛି। ୧୯୫୧ରେ ମୁସଲମାନଙ୍କ ସଂଖ୍ୟା ୭୬ ପ୍ରତିଶତ ଥିଲା।
ହିନ୍ଦୁ ଆମେରିକୀୟ ଫାଉଣ୍ଡେଶନ ଅନୁଯାୟୀ, ୧୯୬୪ ରୁ ୨୦୧୩ ମଧ୍ୟରେ ଧାର୍ମିକ ନିର୍ଯାତନା ଯୋଗୁ ୧୧ ନିୟୁତରୁ ଅଧିକ ହିନ୍ଦୁ ବାଂଲାଦେଶ ଛାଡି ପଳାଇଥିଲେ। କୁହାଯାଏ ପ୍ରତିବର୍ଷ ୨ ଲକ୍ଷ ୩୦ ହଜାର ହିନ୍ଦୁ ଦେଶ ଛାଡିଥାନ୍ତି। ୨୦୧୧ ଜନଗଣନା ଅନୁଯାୟୀ ୨୦୦୦ରୁ ୨୦୧୦ ମଧ୍ୟରେ ଦେଶର ଜନସଂଖ୍ୟାରୁ ଏକ ଲକ୍ଷ ହିନ୍ଦୁ ଅଦୃଶ୍ୟ ହୋଇଥିଲେ। ବାଂଲାଦେଶରୁ ହିନ୍ଦୁମାନଙ୍କର ସ୍ଥାନାନ୍ତରଣ ଏବଂ ମୁସଲମାନମାନଙ୍କର ଜନ୍ମ ହାର ମଧ୍ୟ ହିନ୍ଦୁ ଜନସଂଖ୍ୟା ହ୍ରାସ କରିବାର ଏକ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri