ଜନପ୍ରିୟ ବିଜ୍ଞାନ ପ୍ରସାରକ

ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଜନପ୍ରିୟ ପ୍ରଶାସକ ନରେନ୍ଦର କେ ସେହେଗାଲ ଚଳିତବର୍ଷ ସେପ୍ଟେମ୍ବର ୭ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ଦେଶରେ ବିଜ୍ଞାନ ପ୍ରସାର ଓ ଏହାକୁ ଲୋକାଭିମୁଖୀ କରିବାରେ ତାଙ୍କର ଅବଦାନ ହେଉଛି ଅନସ୍ବୀକାର୍ଯ୍ୟ।
୧୯୪୦ ମସିହା ନଭେମ୍ବର ୭ରେ ଲାହୋର (ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ)ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୦ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ଭାରତ ସରକାରଙ୍କ ‘ପରମାଣୁ ଶକ୍ତି ସଂସ୍ଥା’ (ବର୍ତ୍ତମାନ ଏହାର ନାମ ଭାବା ପରମାଣୁ ଗବେଷଣା କେନ୍ଦ୍ର ହୋଇଛି) ପ୍ରଶିକ୍ଷଣ ସ୍କୁଲରେ ଯୋଗଦେଇ ୧୯୬୧ରେ ପଦାର୍ଥ ବିଜ୍ଞାନରେ ଏକ ବର୍ଷିୟା ସ୍ନାତକୋତ୍ତର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କଲେ। ଏହାପରେ ଉଚ୍ଚତର ଅଧ୍ୟୟନ ପାଇଁ ସେ ୧୯୬୩ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ। ସେଠାରେ ୧୯୬୫ରେ ହାଓ୍ବାଇ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମଏସସି ଡିଗ୍ରୀ ଲାଭ କଲେ। ଏହାପରେ ସେ ଉଇଜକନସ-ମାଡିସନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣା କରି ସେଠାରୁ ୧୯୬୯ରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେହେଗାଲ ସୋମାଲିଆର ସୋମାଲି ଜାତୀୟ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ସେ ୧୯୭୮ ମସିହାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ରେ ଯୋଗ ଦେଲେ। ସେ ୧୯୮୨ରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗରେ ଯୋଗଦେଲେ। ତାଙ୍କ ପ୍ରଚେଷ୍ଟାରେ ଏହି ବିଭାଗରେ ‘ଜାତୀୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଯୋଗାଯୋଗ ପରିଷଦ’ ଏବଂ ‘ବିଜ୍ଞାନ ପ୍ରସାର’ ପ୍ରତିଷ୍ଠା ହୋଇଥିଲା। ସେ ଏହାର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ପଞ୍ଜାବ ଜଳନ୍ଧରରୁ ୧୯୭୨-୧୯୭୬ ମସିହା ମଧ୍ୟରେ ତ୍ରୈମାସିକ ବିଜ୍ଞାନ ପତ୍ରିକା ‘ସାଇଣ୍ଟିଫିକ୍‌ ଓପିନିୟନ’ ପ୍ରକାଶ କରିଥିଲେ। ଏହାବ୍ୟତୀତ ତାଙ୍କର ଲେଖା ନିୟମିତ ଭାବରେ ଲଣ୍ଡନରୁ ପ୍ରକାଶିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶ ପାଇଥିଲା।
ଦଶକରେ ସେହେଗାଲ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତିହାସ ଉପରେ ୧୩ ଅଧ୍ୟାୟ ବିଶିଷ୍ଟ ‘ଭାରତ ଏକ ଛାପ୍‌’ ନାମକ ଧାରାବାହିକ ନିର୍ମାଣ କରିଥିଲେ ଏବଂ ତାହା ଦୂରଦର୍ଶନରେ ପ୍ରସାରିତ ହୋଇ ଲୋକପ୍ରିୟ ହୋଇଥିଲା। ତାଙ୍କର ଅନ୍ୟ ଟେଲି ଧାରାବାହିକ ହେଉଛି ‘କ୍ୟା ଔର କୈସେ’ (୧୨ ଅଧ୍ୟାୟ) ଏବଂ ‘କୁଦରତନାମା’ (୨୭ ଅଧ୍ୟାୟ)। ତାଙ୍କର ୧୩ ଅଧ୍ୟାୟ ବିଶିଷ୍ଟ ରେଡିଓ ଧାରାବାହିକ ‘ବିଜ୍ଞାନବିଧି’ (୧୯୮୯-୧୯୯୦) ଏବଂ ‘ମାନବ କା ବିକାଶ’ (୧୯୯୧-୧୯୯୨) ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ବିଶେଷଭାବରେ ‘ବିଜ୍ଞାନ ବିଧି’ ଧାରାବାହିକରେ ସେତେବେଳେ ପ୍ରାୟ ୧ ଲକ୍ଷ ୪୨ ହଜାର ପିଲା ଭାଗ ନେଇଥିଲେ। ଡ. ସେହେଗାଲଙ୍କ ମତରେ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ବୈଜ୍ଞାନିକମାନେ ଚେଷ୍ଟା କରିବା ଉଚିତ। ୧୯୯୩ରେ ସେ ଜାତୀୟସ୍ତରରେ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ଏବଂ ଏହା ଏ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସେ ଜନପ୍ରିୟ ବିଜ୍ଞାନ ପତ୍ରିକା ‘ଡ୍ରିମ୍‌ ୨୦୪୭’ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ବିଜ୍ଞାନକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ‘ୟୁନେସ୍କୋ କଳିଙ୍ଗ ପୁରସ୍କାର’ ଏବଂ ୧୯୯୩ରେ ଭାରତୀୟ ବିଜ୍ଞାନ ଲେଖକ ସଂଘର ଫେଲୋସିପ୍‌ ପ୍ରଦାନ କରାଯାଇଥିଲା। ତାଙ୍କର ପରଲୋକ ହେଉଛି ଦେଶ ପାଇଁ ଏବଂ ବିଶେଷ ଭାବରେ ବିଜ୍ଞାନର ପ୍ରସାର ଲାଗି ଏକ ଅପୂରଣୀୟ କ୍ଷତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?