ଜନପ୍ରିୟ ବିଜ୍ଞାନ ପ୍ରସାରକ

ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଜନପ୍ରିୟ ପ୍ରଶାସକ ନରେନ୍ଦର କେ ସେହେଗାଲ ଚଳିତବର୍ଷ ସେପ୍ଟେମ୍ବର ୭ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ଦେଶରେ ବିଜ୍ଞାନ ପ୍ରସାର ଓ ଏହାକୁ ଲୋକାଭିମୁଖୀ କରିବାରେ ତାଙ୍କର ଅବଦାନ ହେଉଛି ଅନସ୍ବୀକାର୍ଯ୍ୟ।
୧୯୪୦ ମସିହା ନଭେମ୍ବର ୭ରେ ଲାହୋର (ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ)ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୦ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ଭାରତ ସରକାରଙ୍କ ‘ପରମାଣୁ ଶକ୍ତି ସଂସ୍ଥା’ (ବର୍ତ୍ତମାନ ଏହାର ନାମ ଭାବା ପରମାଣୁ ଗବେଷଣା କେନ୍ଦ୍ର ହୋଇଛି) ପ୍ରଶିକ୍ଷଣ ସ୍କୁଲରେ ଯୋଗଦେଇ ୧୯୬୧ରେ ପଦାର୍ଥ ବିଜ୍ଞାନରେ ଏକ ବର୍ଷିୟା ସ୍ନାତକୋତ୍ତର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କଲେ। ଏହାପରେ ଉଚ୍ଚତର ଅଧ୍ୟୟନ ପାଇଁ ସେ ୧୯୬୩ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ। ସେଠାରେ ୧୯୬୫ରେ ହାଓ୍ବାଇ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମଏସସି ଡିଗ୍ରୀ ଲାଭ କଲେ। ଏହାପରେ ସେ ଉଇଜକନସ-ମାଡିସନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣା କରି ସେଠାରୁ ୧୯୬୯ରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସେହେଗାଲ ସୋମାଲିଆର ସୋମାଲି ଜାତୀୟ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟ କରିବା ପରେ ସେ ୧୯୭୮ ମସିହାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ରେ ଯୋଗ ଦେଲେ। ସେ ୧୯୮୨ରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବିଭାଗରେ ଯୋଗଦେଲେ। ତାଙ୍କ ପ୍ରଚେଷ୍ଟାରେ ଏହି ବିଭାଗରେ ‘ଜାତୀୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଯୋଗାଯୋଗ ପରିଷଦ’ ଏବଂ ‘ବିଜ୍ଞାନ ପ୍ରସାର’ ପ୍ରତିଷ୍ଠା ହୋଇଥିଲା। ସେ ଏହାର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ପଞ୍ଜାବ ଜଳନ୍ଧରରୁ ୧୯୭୨-୧୯୭୬ ମସିହା ମଧ୍ୟରେ ତ୍ରୈମାସିକ ବିଜ୍ଞାନ ପତ୍ରିକା ‘ସାଇଣ୍ଟିଫିକ୍‌ ଓପିନିୟନ’ ପ୍ରକାଶ କରିଥିଲେ। ଏହାବ୍ୟତୀତ ତାଙ୍କର ଲେଖା ନିୟମିତ ଭାବରେ ଲଣ୍ଡନରୁ ପ୍ରକାଶିତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶ ପାଇଥିଲା।
ଦଶକରେ ସେହେଗାଲ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତିହାସ ଉପରେ ୧୩ ଅଧ୍ୟାୟ ବିଶିଷ୍ଟ ‘ଭାରତ ଏକ ଛାପ୍‌’ ନାମକ ଧାରାବାହିକ ନିର୍ମାଣ କରିଥିଲେ ଏବଂ ତାହା ଦୂରଦର୍ଶନରେ ପ୍ରସାରିତ ହୋଇ ଲୋକପ୍ରିୟ ହୋଇଥିଲା। ତାଙ୍କର ଅନ୍ୟ ଟେଲି ଧାରାବାହିକ ହେଉଛି ‘କ୍ୟା ଔର କୈସେ’ (୧୨ ଅଧ୍ୟାୟ) ଏବଂ ‘କୁଦରତନାମା’ (୨୭ ଅଧ୍ୟାୟ)। ତାଙ୍କର ୧୩ ଅଧ୍ୟାୟ ବିଶିଷ୍ଟ ରେଡିଓ ଧାରାବାହିକ ‘ବିଜ୍ଞାନବିଧି’ (୧୯୮୯-୧୯୯୦) ଏବଂ ‘ମାନବ କା ବିକାଶ’ (୧୯୯୧-୧୯୯୨) ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ବିଶେଷଭାବରେ ‘ବିଜ୍ଞାନ ବିଧି’ ଧାରାବାହିକରେ ସେତେବେଳେ ପ୍ରାୟ ୧ ଲକ୍ଷ ୪୨ ହଜାର ପିଲା ଭାଗ ନେଇଥିଲେ। ଡ. ସେହେଗାଲଙ୍କ ମତରେ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ପାଇଁ ବୈଜ୍ଞାନିକମାନେ ଚେଷ୍ଟା କରିବା ଉଚିତ। ୧୯୯୩ରେ ସେ ଜାତୀୟସ୍ତରରେ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ଏବଂ ଏହା ଏ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ସେ ଜନପ୍ରିୟ ବିଜ୍ଞାନ ପତ୍ରିକା ‘ଡ୍ରିମ୍‌ ୨୦୪୭’ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ବିଜ୍ଞାନକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ‘ୟୁନେସ୍କୋ କଳିଙ୍ଗ ପୁରସ୍କାର’ ଏବଂ ୧୯୯୩ରେ ଭାରତୀୟ ବିଜ୍ଞାନ ଲେଖକ ସଂଘର ଫେଲୋସିପ୍‌ ପ୍ରଦାନ କରାଯାଇଥିଲା। ତାଙ୍କର ପରଲୋକ ହେଉଛି ଦେଶ ପାଇଁ ଏବଂ ବିଶେଷ ଭାବରେ ବିଜ୍ଞାନର ପ୍ରସାର ଲାଗି ଏକ ଅପୂରଣୀୟ କ୍ଷତି।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ...

ସୂର୍ଯ୍ୟାସ୍ତ ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଫଳ; ଦେଖାଦେଇପାରେ ଏସବୁ ସ୍ବାସ୍ଥ୍ୟ ସମସ୍ୟା

ସ୍ବାସ୍ଥ୍ୟ ପାଇଁ ଫଳ ବହୁତ ଲାଭଦାୟକ। ଫଳରେ ଭିଟାମିନ୍‌, ମିନେରାଲ୍ସ ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ। ଏଥିଯୋଗୁ ନିୟମିତ ଭାବେ ଏହାକୁ ସେବନ...

ସାଗୁ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀସାଗୁ- ୧କପ୍‌, ଆଳୁ- ୧ଟି (ବଡ), ବାଦାମ- ୧ କପ୍‌, କଞ୍ଚା ଲଙ୍କା- ୨ଟି, ଘିଅ- ୨ ଚାମଚ, ଆବଶ୍ୟକ ଅନୁସାରେ ତେଲ ଏବଂ...

ଲୋ ବ୍ଲଡ୍‌ପ୍ରେସର

ସାଧାରଣତଃ ବ୍ଲଡ୍‌ପ୍ରେସର ଦୁଇ ପ୍ରକାର- ଲୋ ଏବଂ ହାଇ। ଲୋ ବ୍ଲଡ୍‌ପ୍ରେସର ଥିଲେ କେତେକ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ। ଖାଦ୍ୟ ତାଲିକାରେ...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟରେ ହେବ ଭଲ…

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଗବେଷକମାନେ କିଡ୍‌ନୀ ଷ୍ଟୋନ୍‌ ପାଇଁ ଏକ ଔଷଧ ବାହାର କରିଛନ୍ତି। ଯାହା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌...

ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି କି? ହୋଇପାରେ ଏହସବୁ ସମସ୍ୟା…

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡନ୍ତି। ତେବେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଏହା ବେଳେବେଳେ...

ଦ୍ୱିତୀୟ ଡୋଜ୍‌ ନେବେ କେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ...

Advertisement
Archives

Model This Week