Posted inରାଜ୍ୟ

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର,୨୨।୪: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ରାଜ୍ୟ ସରକାର ଶୋକ ଦିବସ ପାଳନ କରିବେ। ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି।

ସୂଚନା ଥାଉ କି, ପୋପ୍‌ ଫ୍ରାନ୍ସିସ୍‌ଙ୍କର ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।
ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ପାଇଁ ରାଷ୍ଟ୍ର ଶୋକ ପାଳନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ବ୍ୟତୀତ, ଶେଷକୃତ୍ୟ ଦିନ ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ପାଳନ କରାଯିବ।

ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ଶୋକ ସମୟରେ, ସାରା ଭାରତରେ ଯେଉଁଠାରେ ନିୟମିତ ଭାବରେ ଜାତୀୟ ପତାକା ଉଡ଼ାଯାଏ, ସେହି ସମସ୍ତ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ।

ସୂଚନା ଥାଉ କି, ପୋପ୍‌ ଫ୍ରାନ୍ସିସ୍‌ଙ୍କର ସୋମବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆମେରିକାରୁ ଖ୍ରୀଷ୍ଟିଆନ୍‌ ଧର୍ମର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଫ୍ରାନ୍ସିସ୍‌ ଦୀର୍ଘବର୍ଷ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ ନିକଟରେ ଡବଲ ନିମୋନିଆରୁ ସୁସ୍ଥ ହୋଇଥିଲେ। ଇଷ୍ଟର ରବିବାର ପାଳନର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ସାରା ବିଶ୍ୱରେ ଶୋକର ଛାୟା ଖେଳାଇଦେଇଛି। ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପରି ଚିନ୍ତା ସାରା ବିଶ୍ୱକୁ ପ୍ରଭାବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?