ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ

ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ ବିକ୍ରି ଯୋଗୁ ଚାଷୀ ସେମାନଙ୍କ କୋବି ଫସଲ ଉଜାଡ଼ି ଦେଇଛନ୍ତି। କୋବି ଚାଷ ପାଇଁ ସୁଧରେ ହାତ ଉଧାର ଟଙ୍କା ଆଣିଥିବା ଋଣ ବୋଝ ଉପରେ ନଳିତା ବିଡା ସାଜିଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ଅଞ୍ଚଳରେ ଶିତଳଭଣ୍ଡାର ନ ଥିବା, ପରିବା ଫସଲ ବୀମାଭୁକ୍ତ ହୋଇପାରୁ ନ ଥିବା, ଋତୁକାଳୀନ ଫସଲରେ କ୍ଷତି ପହଁଚିଲେ କ୍ଷତିପୂରଣ ନ ମିଳିବା, ହାଟ ବଜାର ଅଞ୍ଚଳରେ ପରିବା କ୍ରୟ ପାଇଁ ସରକାରୀ ମଣ୍ଡି ନ ଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳି ପାରୁନାହିଁ। ଏସବୁ କାରଣରୁ ଚାଷୀ କୌଳିକ ବୃତ୍ତି ଛାଡ଼ି ଅନ୍ୟ ବେଉଷାକୁ ଆପଣେଇ ନେଉଥିବା ଲକ୍ଷ୍ୟ କରାଯାଉଛି। ସେମାନଙ୍କ ମଧ୍ୟରୁ ବଡ଼ କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଯୁବଚାଷୀ ପ୍ରଦୀପ ପରିଡ଼ାଙ୍କ କଥାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଚାଷୀ ଜଣକ ପରିବା ଚାଷ ପାଇଁ ଅଞ୍ଚଳରେ ବେଶ୍‌ ପରିଚିତ। ଚଳିତ ରବି ଋତୁରେ ସେ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ କୋବିଚାଷ କରିଥିଲେ। ଆଗୁଆ କୋବି ଫସଲ ଅମଳ କରି ଭଲ ଦରରେ ବିକ୍ରି କରିଥିଲେ। ଗଲା ୨ ସପ୍ତାହ ହେଲା କୋବିର ବଜାର ଦର ହଠାତ୍‌ କମି ଯାଇଥିଲା। କୋବି ଗୋଟାକୁ ବଜାରରେ ୨ରୁ୩ ଟଙ୍କାରେ ବେପାରୀ ଖରଦି କରିଥିଲେ। ଗୋଟିଏ କୋବି ଅମଳକ୍ଷମ କରିବାକୁ ତାଙ୍କୁ ୪ରୁ୫ଟଙ୍କା ଖର୍ଚ୍ଚ ପଡିଯାଉଛି। ଅମଳବେଳେ ମଜୁରୀ ବାବଦକୁ କୋବି ପିଛା ୧ଟଙ୍କା ଖର୍ଚ୍ଚ ହେଉଛି। ହାଟକୁ କୋବି ବିକ୍ରି କରିବାକୁ ଗଲେ ମଜୁରୀ ବାବଦକୁ ଆଉ ଗୋଟଏ ଟଙ୍କା ଖର୍ଚ୍ଚ ହେଉଛି। କୋବି ଗୋଟାକୁ ୮ଟଙ୍କାରୁ କମ୍‌ରେ ବିକ୍ରିହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। କୋବି ଅମଳ କରି ଆହୁରି କ୍ଷତି ସହିବା ଅପେକ୍ଷା ଉଜାଡି ଦେବା ବରଂ ଭଲ ବୋଲି ମନେକରି ସେ ଏମିତି ପଦକ୍ଷେପ ନେଇଛନ୍ତି। ତାଙ୍କୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଛି। ଏବେ ଚାଷ ପାଇଁ ସେ ଆଣିଥିବା ଋଣକୁ କିଭଳି ପରିଶୋଧ କରିବେ ତା’କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ଚାଷୀ ନକୁଳ ପରିଡ଼ା, ମହେଶ୍ୱର ପରିଡ଼ା, ନାରାୟଣ ପତି, କାଶୀନାଥ ପରିଡ଼ା, ଶୁକଦେବ ମହାନ୍ତି, ତପନ ମହାରଣା, ହରିହର ପଣ୍ଡା, ମାନସ ମହାନ୍ତି ପ୍ରମୁଖ କୋବିଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହାଛଡ଼ା ବ୍ଲକ ଅଞ୍ଚଳର ଗୋପୀନାଥପୁର, ଗୋର୍ଦ୍ଧା, ସିଂହାପୁର, କଲଣ, ଜାବରା, ଓଡ଼ିଶୋ, ଶ୍ରୀବନ୍ତପୁର, ନଠୁଆବର ଆଦି ଅଞ୍ଚଳର ଶତାଧିକଙ୍କ ଚାଷୀଙ୍କ ଅବସ୍ଥା ଅନୁରୂପ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri