ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ

ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ ବିକ୍ରି ଯୋଗୁ ଚାଷୀ ସେମାନଙ୍କ କୋବି ଫସଲ ଉଜାଡ଼ି ଦେଇଛନ୍ତି। କୋବି ଚାଷ ପାଇଁ ସୁଧରେ ହାତ ଉଧାର ଟଙ୍କା ଆଣିଥିବା ଋଣ ବୋଝ ଉପରେ ନଳିତା ବିଡା ସାଜିଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ଅଞ୍ଚଳରେ ଶିତଳଭଣ୍ଡାର ନ ଥିବା, ପରିବା ଫସଲ ବୀମାଭୁକ୍ତ ହୋଇପାରୁ ନ ଥିବା, ଋତୁକାଳୀନ ଫସଲରେ କ୍ଷତି ପହଁଚିଲେ କ୍ଷତିପୂରଣ ନ ମିଳିବା, ହାଟ ବଜାର ଅଞ୍ଚଳରେ ପରିବା କ୍ରୟ ପାଇଁ ସରକାରୀ ମଣ୍ଡି ନ ଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳି ପାରୁନାହିଁ। ଏସବୁ କାରଣରୁ ଚାଷୀ କୌଳିକ ବୃତ୍ତି ଛାଡ଼ି ଅନ୍ୟ ବେଉଷାକୁ ଆପଣେଇ ନେଉଥିବା ଲକ୍ଷ୍ୟ କରାଯାଉଛି। ସେମାନଙ୍କ ମଧ୍ୟରୁ ବଡ଼ କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଯୁବଚାଷୀ ପ୍ରଦୀପ ପରିଡ଼ାଙ୍କ କଥାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଚାଷୀ ଜଣକ ପରିବା ଚାଷ ପାଇଁ ଅଞ୍ଚଳରେ ବେଶ୍‌ ପରିଚିତ। ଚଳିତ ରବି ଋତୁରେ ସେ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ କୋବିଚାଷ କରିଥିଲେ। ଆଗୁଆ କୋବି ଫସଲ ଅମଳ କରି ଭଲ ଦରରେ ବିକ୍ରି କରିଥିଲେ। ଗଲା ୨ ସପ୍ତାହ ହେଲା କୋବିର ବଜାର ଦର ହଠାତ୍‌ କମି ଯାଇଥିଲା। କୋବି ଗୋଟାକୁ ବଜାରରେ ୨ରୁ୩ ଟଙ୍କାରେ ବେପାରୀ ଖରଦି କରିଥିଲେ। ଗୋଟିଏ କୋବି ଅମଳକ୍ଷମ କରିବାକୁ ତାଙ୍କୁ ୪ରୁ୫ଟଙ୍କା ଖର୍ଚ୍ଚ ପଡିଯାଉଛି। ଅମଳବେଳେ ମଜୁରୀ ବାବଦକୁ କୋବି ପିଛା ୧ଟଙ୍କା ଖର୍ଚ୍ଚ ହେଉଛି। ହାଟକୁ କୋବି ବିକ୍ରି କରିବାକୁ ଗଲେ ମଜୁରୀ ବାବଦକୁ ଆଉ ଗୋଟଏ ଟଙ୍କା ଖର୍ଚ୍ଚ ହେଉଛି। କୋବି ଗୋଟାକୁ ୮ଟଙ୍କାରୁ କମ୍‌ରେ ବିକ୍ରିହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। କୋବି ଅମଳ କରି ଆହୁରି କ୍ଷତି ସହିବା ଅପେକ୍ଷା ଉଜାଡି ଦେବା ବରଂ ଭଲ ବୋଲି ମନେକରି ସେ ଏମିତି ପଦକ୍ଷେପ ନେଇଛନ୍ତି। ତାଙ୍କୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଛି। ଏବେ ଚାଷ ପାଇଁ ସେ ଆଣିଥିବା ଋଣକୁ କିଭଳି ପରିଶୋଧ କରିବେ ତା’କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ଚାଷୀ ନକୁଳ ପରିଡ଼ା, ମହେଶ୍ୱର ପରିଡ଼ା, ନାରାୟଣ ପତି, କାଶୀନାଥ ପରିଡ଼ା, ଶୁକଦେବ ମହାନ୍ତି, ତପନ ମହାରଣା, ହରିହର ପଣ୍ଡା, ମାନସ ମହାନ୍ତି ପ୍ରମୁଖ କୋବିଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହାଛଡ଼ା ବ୍ଲକ ଅଞ୍ଚଳର ଗୋପୀନାଥପୁର, ଗୋର୍ଦ୍ଧା, ସିଂହାପୁର, କଲଣ, ଜାବରା, ଓଡ଼ିଶୋ, ଶ୍ରୀବନ୍ତପୁର, ନଠୁଆବର ଆଦି ଅଞ୍ଚଳର ଶତାଧିକଙ୍କ ଚାଷୀଙ୍କ ଅବସ୍ଥା ଅନୁରୂପ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri