୫-ଟି ରୂପାନ୍ତରଣ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ

ଡେରାବିଶ, ୨୮।୭ (ସ୍ବ.ପ୍ର.): ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା ଓ କୋମଳମତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଅଧିକ ଅଗ୍ରହ ଜନ୍ମାଇବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତରେ ଦୁଇଟି ପର୍ଯ୍ୟାୟରେ ୧୩ଟି ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଯ୍ୟ ଶେଷ ହୋଇଛି। ତେବେ ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତର ମଲ୍ଲିକେଶ୍ୱର ଉଚ୍ଚବିଦ୍ୟାଳୟ, ଚାନ୍ଦୋଳ ପଞ୍ଚାୟତ ଗଣେଶପୁର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ, ଯଅଁରାବାରିମୂଳ ପଞ୍ଚାୟତସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଓ ହରିଅଙ୍କସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ରୂପାନ୍ତରଣ ଯୋଜନାରେ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ଏହି ୪ଟି ବିଦ୍ୟାଳୟର କାର୍ଯ୍ୟରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଭିତ୍ତିକରି ୫-ଟି ବିଭାଗର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିଥିଲେ। ପରେ ଏହି ୪ଟି ପଞ୍ଚାୟତର ଦାୟିତ୍ୱରେ ଥିବା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମନ୍ତରାୟଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ନିଲମ୍ବିତ କରିଥିଲେ। ମାତ୍ର ନିଲମ୍ବିତ କରି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ସମ୍ପୂର୍ଣ୍ଣ ନୀରବ ରହିଥିବା ଜିଲାର ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି। ରଘୁନାଥ କହିଛନ୍ତି, ରୂପାନ୍ତରଣ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ଚାନେଲ୍‌ (ଏଲଇଡ଼ି ଟିଭି) ଯାହାର ଦାମ୍‌ ୨ ଲକ୍ଷ ଟଙ୍କା ହେବାକଥା। ମାତ୍ର ଏହି ବିଦ୍ୟାଳୟଗୁଡ଼ିକରେ କମ୍‌ ଦାମ୍‌ର ଡିଜିଟାଲ୍‌ ଚାନେଲ୍‌ ଲଗାଇ ସେ ବାଦରେ ଥିବା ସମସ୍ତ ଅର୍ଥରାଶିକୁ ହଡ଼ପ କରାଯାଇଛି।

ସେହିପରି ବିଜ୍ଞାନ ଉପକରଣ, ପାଠାଗାର ପାଇଁ ପୁସ୍ତକ ଓ ଛାତ୍ରୀଛାତ୍ରଙ୍କ ପାଇଁ କମ୍ପ୍ୟୁଟର ସହ ପ୍ଲେକୋଟ୍‌ର ବ୍ୟବସ୍ଥା ରହିଛି। ଏଥିସହଳ ବିଦ୍ୟାଳୟଗୁଡ଼ିକୁ ଦାମୀ କମ୍ପାନୀର ରଙ୍ଗ ଲଗାଇବା ଓ ସମସ୍ତ ଉନ୍ନତ ବ୍ୟବସ୍ଥା ଥିବା ବେଳେ ତାହା ଅତ୍ୟନ୍ତ ନିମ୍ନମାନର କରାଯାଇଥିବା ରଘୁନାଥ ଅଭିଯୋଗ କରିଛନ୍ତି। ତେବେ ଲଗାଯାଇଥିବା କମ୍‌ ଦାମ୍‌ର ଡିଜିଟାଲ୍‌ ପ୍ୟାନେଲ୍‌ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରୀଛାତ୍ରଙ୍କ କାମରେ ଏହା ଲାଗିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପ୍ରତ୍ୟେକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ପାଇଁ ୫ଟି ବିଭାଗ ପକ୍ଷରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ ଥିବା ବେଳେ କମ୍‌ ଅର୍ଥ ଖର୍ଚ୍ଚ କରାଯାଇ ଅବଶିଷ୍ଟ ଅର୍ଥକୁ ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ରୁପାନ୍ତରଣ ଯୋଜନାରେ ଡେରାବିଶ ବ୍ଲକରେ କାର୍ଯ୍ୟ ଶେଷ ହୋଇଥିବା ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ରଘୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri