Posted inଜାତୀୟ

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ ଅର୍ଥନୀତିରେ ବିପର୍ଯ୍ୟୟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ହେଲେ ଭଲ ମୌସୁମୀ ବର୍ଷା ଜରୁରୀ। ଦେଶର ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ। ଏହା ମୋଟ କୃଷିଜମିର ୬୦ ପ୍ରତିଶତକୁ ଜଳ ଯୋଗାଇଥାଏ। ଦେଶ ଜନସଂଖ୍ୟାରୁ ୫୦ ପ୍ରତିଶତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ମୌସୁମୀ ଦୁର୍ବଳ ହେଲେ କୃଷି ଉତ୍ପାଦନ ହ୍ରାସ ପାଇବ ଓ ମୁଦ୍ରାସ୍ଫୀତି ବଢ଼ିବ।
ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରବି ଫସଲ ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଫଳରେ ସରକାର ଗହମ ରପ୍ତାନି ବନ୍ଦ କରିବା ସହ ଉତ୍ପାଦନ ପୂର୍ବାନୁମାନକୁ ୧୧.୩ ନିୟୁତ ଟନ୍‌ରୁ ୧୦୬.୪ ନିୟୁତ ଟନ୍‌କୁ ହ୍ରାସ କରିଛନ୍ତି। ତେଣୁ ମୌସୁମୀରେ ଅନିଶ୍ଚିତତା ଦେଖାଦେଲେ ଦେଶର ଖାଦ୍ୟ ସୁରକ୍ଷା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍‌ ମାସ ତୃତୀୟ ସପ୍ତାହରେ ମଧ୍ୟ ଏହା ଅଗ୍ରଗତି କରିପାରି ନାହିଁ। ତେଣୁ ଧାନ ବୁଣା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜୁନ୍‌ ୧୧ରେ ବୃଷ୍ଟିପାତ ୪୩ ପ୍ରତିଶତ କମ୍‌ ରହିଥିବାବେଳେ ଜୁନ୍‌ ୧୭ରେ ସେଥିରେ ଉନ୍ନତି ଘଟିଛି। ଏବେ ବର୍ଷା ପରିମାଣ ୧୮ ପ୍ରତିଶତ କମ୍‌ ରହିଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜୁନ୍‌ ୨୩ ପରେ ଉତ୍ତରପଶ୍ଚିମ ଭାରତରେ ବୃଷ୍ଟିପାତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷା ସବୁଆଡ଼େ ସମାନ ହୋଇ ନ ଥାଏ। କେତେକ ଅଞ୍ଚଳରେ କମ୍‌ ଓ କେଉଁଠି ବେଶି ବର୍ଷା ହୁଏ। ପରିମାଣ ଦୃଷ୍ଟିରୁ ଦେଖିଲେ ଏହା ସ୍ବାଭାବିକ ରହିଥିବା ଆଇଏମ୍‌ଡି ଡିଜି କହିଛନ୍ତି। ମୌସୁମୀ ପାଇଁ ଲା-ନିନା ସ୍ଥିତି ଭଲ ରହିଛି ଓ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଏହା ରହିବ। ତେବେ ଭାରତ ମହାସାଗରରେ ନକାରାତ୍ମକ ଦ୍ୱିଧ୍ରୁବୀୟ (ଆଇଓଡି) ଯୋଗୁ ମୌସୁମୀ ଅଗ୍ରଗତିରେ ବାଧା ସୃଷ୍ଟି ହେବ। ତେବେ ମୋଟାମୋଟି ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସ୍କାଏମେଟ୍‌ ଓ୍ବେଦର ଅଧ୍ୟକ୍ଷ ଜି.ପି. ଶର୍ମା କହିଛନ୍ତି, କମ୍‌ ବୃଷ୍ଟିପାତ ଯୋଗୁ କୃଷିକୁ ନେଇ ଚିନ୍ତା ବଢ଼ିଛି। ତେବେ ଆଗାମୀ ୩/୪ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଗାଙ୍ଗେୟ ସମତଳ ଭୂମିରେ ବୃଷ୍ଟିପାତ ବଢ଼ିବ ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri