Posted inଜାତୀୟ

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାରଙ୍କ ପତନ ପରେ ଆତଙ୍କବାଦୀଙ୍କ ହାତକୁ ଚାଲିଆସିଛି ମୂଲ୍ୟବାନ ଖଣିଜ ସମ୍ପଦ। ପୂର୍ବରୁ ଅଫିମ, ହେରୋଇନ୍‌ ଭଳି ବେଆଇନ ନିଶା କାରବାରରୁ ବିପୁଳ ଅର୍ଥ ଯୋଗାଡ଼ କରୁଥିବା ତାଲିବାନ ଏବେ ଏହି ଦୁର୍ମୂଲ୍ୟ ଧାତବ ଖଣିଜ ସମ୍ପଦରୁ ପର୍ଯ୍ୟାପ୍ତ ଲାଭର ସୁଯୋଗକୁ ହାତଛଡ଼ା କରିବ ନାହିଁ ବୋଲି କୂଟନୀତିଜ୍ଞମାନେ କହିଛନ୍ତି।

 

କାବୁଲ, ୨୧।୮: ତାଲିବାନର କାବୁଲ ଦଖଲ ପରେ ବଦଳିଯାଇଛି ବିଶ୍ୱ ଭୂ-ରାଜନୈତିକ ଚିତ୍ରପଟ। ଆତଙ୍କବାଦୀ ଗୋଷ୍ଠୀ ପାଦରେ ଆର୍ଥିକ ବେଡ଼ି ପକାଇବାକୁ ଯାଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ବିତ୍ତୀୟ ସହାୟତା ପ୍ରଦାନ ଉପରେ ଅଙ୍କୁଶ ଲଗାଯାଇଥିଲେ ହେଁ ବନ୍ଧୁକ ମୁନରେ ଶାସନ କରୁଥିବା ତାଲିବାନୀଙ୍କୁ ରୋକିବା ଆଉ ସମ୍ଭବ ନୁହେଁ ବୋଲି ହୃଦ୍‌ବୋଧ ହେଲାଣି। କାରଣ ଆଫ୍‌ଗାନିସ୍ତାନ ମାଟି ତଳେ ମହଜୁଦ୍‌ ଥିବା ଲକ୍ଷାଧିକ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବେ ସେମାନଙ୍କୁ ଆର୍ଥିକ ବଳ ଯୋଗାଇବ।
ବିଶ୍ୱର ଅଫିମ ରାଜଧାନୀ ଭାବେ ଦୁର୍ନାମ ମୁଣ୍ଡାଇଛି ଆଫ୍‌ଗାନିସ୍ତାନ। ହେଲେ ଖଣିଜ ଭଣ୍ଡାରରେ ମଧ୍ୟ ଏହି ଦେଶ ସମୃଦ୍ଧ। ୨୦୧୦ରେ ଆମେରିକୀୟ ସେନାର ବିଶେଷଜ୍ଞମାନେ ଏଠାରେ ୧ ଟ୍ରିଲିୟନ୍‌ ଡଲାର ମୂଲ୍ୟର ଖଣିଜ ସମ୍ପଦ ମହଜୁଦ୍‌ ରହିଥିବା ଆକଳନ କରିଥିଲେ। ଲିଥିୟମ, ଜୀବାଶ୍ମ ଇନ୍ଧନ, ସୁନା, ତମ୍ବା, ଲୁହା, ବକ୍ସାଇଟ, କ୍ରୋମିୟମ୍‌, କୋବାଲ୍‌ଟ, ଜିଙ୍କ୍‌, କୋଇଲା, ସଲ୍‌ଫର, ଜିପ୍‌ସମ, ରତ୍ନପଥର ଭଳି ମୂଲ୍ୟବାନ ଧାତୁ ଏଥିରେ ସାମିଲ। ସମୟ ବିତିବା ସହିତ ଏହି ମାଟିତଳ ସମ୍ପଦର ଆନୁମାନିକ ମୂଲ୍ୟ ୩ ଟ୍ରିଲିୟନ ଡଲାର ଟପିଲାଣି। ଆଫଗାନ୍‌ ଭୂଖଣ୍ଡରେ ଆମେରିକାର ଦୁଇ ଦଶନ୍ଧିର ଉପସ୍ଥିତି ଏବଂ ପରବର୍ତ୍ତୀ ସମୟରେ ଆତଙ୍କବାଦୀଙ୍କୁ ଦମନ, ଗୃହଯୁଦ୍ଧ, ହିଂସା, ଅସୁରକ୍ଷିତ ବାତାବରଣ ମଧ୍ୟରେ ଖଣିଜ ଉତ୍ତୋଳନ ସମ୍ଭବ ହୋଇପାରି ନ ଥିଲା। ତେଣୁ ଅସୁରକ୍ଷିତ ଆଫଗାନିସ୍ତାନରେ ଏବେ ବି ସୁରକ୍ଷିତ ହୋଇ ରହିଛି ବହୁ କୋଟି ଟଙ୍କା ମୂଲ୍ୟର ଧାତୁ। ଏସବୁକୁ ଠିକ୍‌ ଭାବେ ଉତ୍ତୋଳନ କରାଯାଇପାରିଲେ ଆଫଗାନିସ୍ତାନ ବିଶ୍ୱର ସମୃଦ୍ଧଶାଳୀ ରାଷ୍ଟ୍ର ମଧ୍ୟରେ ନିଜକୁ ସାମିଲ କରିପାରିବ। ହେଲେ ତାଲିବାନ ଶାସନରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା ଦେଶରେ ଗୃହଯୁଦ୍ଧ ମୁଣ୍ଡ ଟେକିବା ପରେ ଏଭଳି ଧାତବ ଖଣିଜ ସମ୍ପଦର ଉତ୍ତୋଳନ ଏବଂ ଠିକ୍‌ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ଆଫ୍‌ଗାନିସ୍ତାନରେ ତାଲିବାନ ଶାସନକୁ ପାକିସ୍ତାନ, ଚାଇନା ଖୋଲାଖୋଲି ସମର୍ଥନ ଦେଉଥିବାବେଳେ ଏବେ ସେଥିରେ ସଦ୍ୟତମ ରାଷ୍ଟ୍ରଭାବେ ସାମିଲ ହୋଇଛି ରୁଷିଆ। ଆଫ୍‌ଗାନିସ୍ତାନରେ ବିପୁଳ ବିଦେଶୀ ପୁଞ୍ଜି ଲଗାଇଥିବା ଏବଂ ଔଦ୍ୟୋଗିକ ସାମଗ୍ରୀ ନିର୍ମାଣରେ ଆଗୁଆ ଚାଇନା ଏଭଳି ସମ୍ପଦ ଉପରେ ଆଖି ପକାଇବା ସ୍ବାଭାବିକ। ଏଥିପୂର୍ବରୁ ମେଟଲେର୍ଜିକାଲ କର୍ପୋରେଶନ ଅଫ୍‌ ଚାଇନା (ଏମ୍‌ସିସି) ଆଫ୍‌ଗାନିସ୍ତାନର ଲୋଗାର ପ୍ରଦେଶର ବିସ୍ତୃତ ଜମିକୁ ତମ୍ବା ଖନନ ଲାଗି ୩୦ ବର୍ଷିଆ ଲିଜ୍‌ ସୂତ୍ରରେ ନେଇଛି। ପାକିସ୍ତାନ, ରୁଷିଆ ମଧ୍ୟ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଅନୁରୂପ ଭାବେ ବେଆଇନ ଡ୍ରଗ୍ସ ଚାଲାଣରୁ କୋଟି କୋଟି ଆଫ୍‌ଗାନ ଆଫଗାନୀ (ଦେଶୀୟ ମୁଦ୍ରା) ରୋଜଗାର କରୁଥିବା ତାଲିବାନ ନିଜର ଭାବମୂର୍ତ୍ତି ସୁଧାର ଲାଗି କୌଣସି ସ୍ଥିତିରେ ଏହାକୁ ହାତଛଡ଼ା କରିବ ନାହିଁ। ହେଲେ ଏ ଦିଗରେ ରହିଛି ବୈଷୟିକ ସମସ୍ୟା। କାରଣ ଯୁଦ୍ଧଖୋର ତଥା ରୂଢ଼ିବାଦୀ ତାଲିବାନୀ ଅତ୍ୟାଧୁନିକ ଜ୍ଞାନକୌଶଳଠାରୁ ବହୁ ଦୂରରେ। ତେଣୁ ଖଣିଜ ଖନନ ଲାଗି ସେମାନେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରିବେ। ଏହା ହେଲେ ଚାଇନା, ପାକିସ୍ତାନ, ରୁଷିଆ ଆଗରେ ରହିବେ। କୌଣସି ପରିସ୍ଥିତିରେ ତାଲିବାନ ଗୋଷ୍ଠୀ ନିଜର ଅଭିସନ୍ଧିରେ ସଫଳ ହେଲେ ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଏବଂ ଦୈନିକ ମୁଣ୍ଡପିଛା ଆୟ ୨ ଡଲାରରେ ସୀମିତ ଥିବା ୯୦% ନାଗରିକଙ୍କ ଭାଗ୍ୟ ଖୋଲିଯିବ। ତେବେ ଆଭ୍ୟନ୍ତରୀଣ ଶାନ୍ତି ଓ ସ୍ଥିରତା ବ୍ୟାହତ ହେଲେ ଏହା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଲିଥିୟମ୍‌, କପର, ଜୀବାଶ୍ମ ଇନ୍ଧନର ଭଣ୍ଡାର
ଭବିଷ୍ୟତର ପରିବେଶ ଅନୁକୂଳ ଇନ୍ଧନ ହେଉଛି ଲିଥିୟମ। ପେଟ୍ରୋଲ, ଡିଜେଲ ଭଳି ସୀମିତ ଜୀବାଶ୍ମ ଇନ୍ଧନ ଭଣ୍ଡାର ଶେଷ ହୋଇଯିବା ପରେ ଆଗାମୀ ଦିନରେ ଏହା ଉପରେ ନିର୍ଭରଶୀଳତା ବଢ଼ିବ। କାରଣ ଇଲେକ୍ଟ୍ରିକ୍‌ ଯାନ, ଲାପ୍‌ଟପ୍‌, ସ୍ମାର୍ଟଫୋନ ଭଳି ଯୁଗୋପଯୋଗୀ ସାମଗ୍ରୀରେ ବ୍ୟବହୃତ ବ୍ୟାଟେରି ପାଇଁ ଏକ ଜରୁରୀ ସାମଗ୍ରୀ ହେଉଛି ଲିଥିୟମ। ବିଶ୍ୱତାପନ ସମସ୍ୟାର ଆହ୍ବାନରେ ତାପମାତ୍ରା କମାଇବା ଲାଗି ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ର ଗୁରୁତ୍ୱ ଦେଉଥିବାବେଳେ ଲିଥିୟମ ବ୍ୟାଟେରିର ଚାହିଦା ବଢ଼ିଛି। ଗତ କିଛିବର୍ଷ ମଧ୍ୟରେ ଲିଥିୟମ୍‌ର ଆବଶ୍ୟକତା ୬%ରୁ ବୃଦ୍ଧି ପାଇ ୨୦%ରେ ପହଞ୍ଚତ୍ଛି। ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବଲିଭିଆ ପରେ ଆଫ୍‌ଗାନିସ୍ତାନରେ ଲିଥିୟମର ଦ୍ୱିତୀୟ ବୃହତ୍ତମ ଭଣ୍ଡାର ରହିଥିବା ସର୍ଭେରୁ ଜଣାପଡ଼ିଛି। ସେହିପରି ତମ୍ବାର ଚାହିଦା ୪୩% ଯାଏ ବୃଦ୍ଧି ପାଇଛି। ଆଫ୍‌ଗାନିସ୍ତାନର ମୋଟ ପ୍ରାକୃତିକ ଖଣିଜର ଏକ ଚତୁର୍ଥାଂଶ ତମ୍ବା। ୨୦୧୯ରେ ଅଫ୍‌ଗାନିସ୍ତାନ ଖଣି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଫ୍‌ଗାନ୍‌ ଭୂଗର୍ଭରେ ମୋଟ ୩୦ ମିଲିୟନ ଟନ୍‌ ତମ୍ବା ଗଚ୍ଛିତ ରହିଛି। ସେହିବର୍ଷ ଅନ୍ୟ ଏକ ରିପୋର୍ଟରେ ପୃଥକ୍‌ ସ୍ଥାନରେ ୨୮.୫ ମିଲିୟନ ଟନ୍‌ ତମ୍ବା ଗଚ୍ଛିତ ଥିବା କୁହାଯାଇଥିଲା। ଏହାକୁ ଦେଖିଲେ ଦେଶରେ ହାରାହାରି ୬୦ ମିଲିୟନ ଟନ୍‌ ତମ୍ବା ଖନନ ଅପେକ୍ଷାରେ ରହିଛି। ସେହିପରି ୨.୨ ବିଲିୟନ ଟନ୍‌ ଇସ୍ପାତ ଶିଳ୍ପରେ ବ୍ୟବହାରଯୋଗ୍ୟ ଆଇରନ୍‌ (ଯାହାର ବର୍ତ୍ତମାନର ବଜାର ଦର ୩୫୦ ବିଲିୟନ ଡଲାର), ୨୭୦୦ କେଜି ସୁନା (ବଜାର ଦର ୧୭୦ ମିଲିୟନ ଡଲାର) ରହିଥିବା ସର୍ଭେରୁ ଜଣାପଡ଼ିଛି। ଏଥିସହ ୧୭ ପ୍ରକାରର ମୋଟ ୧.୪ ମିଲିୟନ ଟନ୍‌ ଦୁର୍ଲ୍ଲଭ ଖଣିଜ ରହିଛି। ଏହାକୁ ବାଦ୍‌ଦେଲେ ଆଫଗାନିସ୍ତାନ ହାର୍‌ବରରେ ୧.୬ ବିଲିୟନ ବ୍ୟାରେଲ ଅଶୋଧିତ ତେଲ, ୧୬ ଟ୍ରିଲିୟନ ଘନଫୁଟ ପ୍ରାକୃତିକ ଗ୍ୟାସ୍‌ ଏବଂ ଅନ୍ୟତ୍ର ୫୦୦ ମିଲିୟନ ବ୍ୟାରେଲ ପ୍ରାକୃତିକ ଗ୍ୟାସ୍‌ ମହଜୁଦ ରହିଛି। ଅଧିକାଂଶ ଜୀବାଶ୍ମ ଇନ୍ଧନ ଆଫଗାନ-ତାଜିକ୍‌ ବେସିନରେ ରହିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri