Posted inଖେଳ

ପୁଲ୍‌ ‘ସି’ର ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଗ୍ରୁପ୍‌ ମ୍ୟାଚ ଗୁଡ଼ିକର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଛି। ଗୁରୁବାର ପୁଲ୍‌ ସି’ ଓ ‘ଡି’ର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମ୍ୟାଚ ଗୁଡ଼ିକପରେ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ ଏବଂ କେଉଁ ୨ଟି ଦଳ କ୍ରସ୍‌ ଓଭର ଖେଳିବାକୁ ଯିବେ ତାହା ନିର୍ଦ୍ଧାରିତ ହେବ। ପୁଲ୍‌ ‘ସି’ରେ ଗତଥରର ରନରଅପ୍‌ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ସ୍ଥାନ ପାଇଛନ୍ତି। ନେଦରଲାଣ୍ଡ୍ସ କ୍ରମାଗତ ୨ଟି ମ୍ୟାଚ ଜିତି କ୍ୱାର୍ଟର ଫାଇନାଲ ପକ୍କା କରି ସାରିଛି। ୬ ପଏଣ୍ଟ ପାଇ ସାରିଥିବାବେଳେ ଦଳର ଗୋଲ ବ୍ୟବଧାନ ମଧ୍ୟ +୮ ରହିଛି। ନେଦରଲାଣ୍ଡ୍ସ ଏହାର ଶେଷ ଲିଗ୍‌ ମ୍ୟାଚରେ ବିଶ୍ୱକପରେ ଅନ୍ୟତମ ପ୍ରଥମ ପଦାର୍ପଣକାରୀ ଦଳ ଚିଲିକୁ ଭେଟିବ। ବଡ଼ ଟୁର୍ନାମେଣ୍ଟ ଖେଳିବାରେ ଅଭିଜ୍ଞତାର ଅଭାବ ଚିଲି ପ୍ରଦର୍ଶନରୁ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଦଳ ୨ଟି ଯାକ ମ୍ୟାଚ ହାରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ପଥରେ ରହିଛି। ତେଣୁ ଚିଲି ବିପକ୍ଷରେ ନେଦରଲାଣ୍ଡ୍ସ ପଲା ଭାରି ରହିବ ବୋଲି ସହଜରେ ଆକଳନ କରି ହେଉଛି।
ମାଲେସିଆ-ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ
ପୁଲ୍‌ ‘ସି’ର ଅନ୍ୟତମ ଦଳ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ ପରାଜୟ ରେକର୍ଡ ସହ ୩ ପଏଣ୍ଟ ପାଇଛି। ଦଳର ଗୋଲ ବ୍ୟବଧାନ -୨ ରହିଛି। ଅନ୍ୟପକ୍ଷରେ ମାଲେସିଆ ସମାନ ୩ ପଏଣ୍ଟ ହାସଲ କରିଥିଲେ ହେଁ ଗୋଲ ବ୍ୟବଧାନ -୩ ଥିବାରୁ ଟେବୁଲର ତୃତୀୟ ସ୍ଥାନରେ ରହିଛି। ତେଣୁ ଗୋଲ ବ୍ୟବଧାନରେ ଉନ୍ନତି ଆଣିବା ସହ ୬ ପଏଣ୍ଟରେ ପହଞ୍ଚତ୍ବା ଉଭୟ ଦଳର ମୁଖ୍ୟ ଲକ୍ଷ୍ୟ ରହିବ। ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଚିଲିକୁ ୩-୧ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସଠାରୁ ୦-୪ ଗୋଲରେ ହାରି ଯାଇଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସଠାରୁ ୦-୪ରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ମାଲେସିଆ ଦ୍ୱିତୀୟ ମ୍ୟାଚରେ ଚିଲିଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ୩-୨ ଗୋଲରେ ବିଜୟୀ ହେବାରେ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ଜିତିବାକୁ ହେଲେ ମାଲେସିଆକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହି ଗ୍ରୁପ୍‌ର ପ୍ରଥମ ୪ଟି ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିଲା। ଅନ୍ତିମ ୨ଟି ଗ୍ରୁପ୍‌ ମ୍ୟାଚ ଭିନ୍ନ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୪ଟି ଯାକ ଦଳ ଭୁବନେଶ୍ୱର ଆସି ଦୁଇଦିନଧରି କଡ଼ା ଅଭ୍ୟାସ ଚଳାଇଛନ୍ତି। କ୍ୱାର୍ଟର ଫାଇନାଲ ଏବଂ କ୍ରସ୍‌ ଓଭର ଚିତ୍ର ସ୍ପଷ୍ଟ ହେବାକୁଥିବାରୁ ଅନ୍ତିମ ଗ୍ରୁପ୍‌ ମ୍ୟାଚ ଗୁଡ଼ିକର ଗୁରୁତ୍ୱ ବଢ଼ି ଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri