Posted inଖେଳ

ପୁଲ୍‌ ‘ସି’ର ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର, ୧୯।୧ (କ୍ରୀଡ଼ା ପ୍ରତିନିଧି): ହକି ବିଶ୍ୱକପ ଗ୍ରୁପ୍‌ ମ୍ୟାଚ ଗୁଡ଼ିକର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଛି। ଗୁରୁବାର ପୁଲ୍‌ ସି’ ଓ ‘ଡି’ର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମ୍ୟାଚ ଗୁଡ଼ିକପରେ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ ଏବଂ କେଉଁ ୨ଟି ଦଳ କ୍ରସ୍‌ ଓଭର ଖେଳିବାକୁ ଯିବେ ତାହା ନିର୍ଦ୍ଧାରିତ ହେବ। ପୁଲ୍‌ ‘ସି’ରେ ଗତଥରର ରନରଅପ୍‌ ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ସ୍ଥାନ ପାଇଛନ୍ତି। ନେଦରଲାଣ୍ଡ୍ସ କ୍ରମାଗତ ୨ଟି ମ୍ୟାଚ ଜିତି କ୍ୱାର୍ଟର ଫାଇନାଲ ପକ୍କା କରି ସାରିଛି। ୬ ପଏଣ୍ଟ ପାଇ ସାରିଥିବାବେଳେ ଦଳର ଗୋଲ ବ୍ୟବଧାନ ମଧ୍ୟ +୮ ରହିଛି। ନେଦରଲାଣ୍ଡ୍ସ ଏହାର ଶେଷ ଲିଗ୍‌ ମ୍ୟାଚରେ ବିଶ୍ୱକପରେ ଅନ୍ୟତମ ପ୍ରଥମ ପଦାର୍ପଣକାରୀ ଦଳ ଚିଲିକୁ ଭେଟିବ। ବଡ଼ ଟୁର୍ନାମେଣ୍ଟ ଖେଳିବାରେ ଅଭିଜ୍ଞତାର ଅଭାବ ଚିଲି ପ୍ରଦର୍ଶନରୁ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଦଳ ୨ଟି ଯାକ ମ୍ୟାଚ ହାରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ପଥରେ ରହିଛି। ତେଣୁ ଚିଲି ବିପକ୍ଷରେ ନେଦରଲାଣ୍ଡ୍ସ ପଲା ଭାରି ରହିବ ବୋଲି ସହଜରେ ଆକଳନ କରି ହେଉଛି।
ମାଲେସିଆ-ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ
ପୁଲ୍‌ ‘ସି’ର ଅନ୍ୟତମ ଦଳ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ ପରାଜୟ ରେକର୍ଡ ସହ ୩ ପଏଣ୍ଟ ପାଇଛି। ଦଳର ଗୋଲ ବ୍ୟବଧାନ -୨ ରହିଛି। ଅନ୍ୟପକ୍ଷରେ ମାଲେସିଆ ସମାନ ୩ ପଏଣ୍ଟ ହାସଲ କରିଥିଲେ ହେଁ ଗୋଲ ବ୍ୟବଧାନ -୩ ଥିବାରୁ ଟେବୁଲର ତୃତୀୟ ସ୍ଥାନରେ ରହିଛି। ତେଣୁ ଗୋଲ ବ୍ୟବଧାନରେ ଉନ୍ନତି ଆଣିବା ସହ ୬ ପଏଣ୍ଟରେ ପହଞ୍ଚତ୍ବା ଉଭୟ ଦଳର ମୁଖ୍ୟ ଲକ୍ଷ୍ୟ ରହିବ। ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଚିଲିକୁ ୩-୧ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସଠାରୁ ୦-୪ ଗୋଲରେ ହାରି ଯାଇଥିଲା। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସଠାରୁ ୦-୪ରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ମାଲେସିଆ ଦ୍ୱିତୀୟ ମ୍ୟାଚରେ ଚିଲିଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ୩-୨ ଗୋଲରେ ବିଜୟୀ ହେବାରେ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ଜିତିବାକୁ ହେଲେ ମାଲେସିଆକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହି ଗ୍ରୁପ୍‌ର ପ୍ରଥମ ୪ଟି ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିଲା। ଅନ୍ତିମ ୨ଟି ଗ୍ରୁପ୍‌ ମ୍ୟାଚ ଭିନ୍ନ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ୪ଟି ଯାକ ଦଳ ଭୁବନେଶ୍ୱର ଆସି ଦୁଇଦିନଧରି କଡ଼ା ଅଭ୍ୟାସ ଚଳାଇଛନ୍ତି। କ୍ୱାର୍ଟର ଫାଇନାଲ ଏବଂ କ୍ରସ୍‌ ଓଭର ଚିତ୍ର ସ୍ପଷ୍ଟ ହେବାକୁଥିବାରୁ ଅନ୍ତିମ ଗ୍ରୁପ୍‌ ମ୍ୟାଚ ଗୁଡ଼ିକର ଗୁରୁତ୍ୱ ବଢ଼ି ଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri