ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ୧୨ଟି ରାଜ୍ୟ ଦେଇ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଯାଉଛନ୍ତି। ଏହି ଯାତ୍ରା ପାଞ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଅଭିନେତ୍ରୀ ପୂଜା ଭଟ୍ଟ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି।
ପୂଜା ଟୁଇଟ୍‌ ଯୋଗେ କହିଛନ୍ତି, ରାହୁଲ ଗାନ୍ଧୀ ଶ୍ରୀପେରୁମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜନ କରି ‘ଭାରତ ଯୋଡ ଯାତ୍ରା’ର ଆରମ୍ଭ କରିଛନ୍ତି। ଯନ୍ତ୍ରଣା ଏବଂ କ୍ଷତିକୁ କିଏ କେଉଁଭଳି ଭାବରେ ଅନୁଭବ କରେ ତାହା ଫରକ ପକାଇଥାଏ। ପୁନର୍ବାର ଯନ୍ତ୍ରଣା ଅନୁଭବ କରି ମଧ୍ୟ ଆଗକୁ ବଢିବା ଏକ ବିରଳ ବିଶେଷତ୍ୱ ଏବଂ ଆମେ ରାହୁଲ ଗାନ୍ଧୀ ଏହା କରୁଥିବା ଦେଖିଛୁ।
ପୂଜା ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଚୁପ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ସେପ୍ଟେମ୍ବର ୨୩ରେ ବକ୍ସ ଅଫିସରେ ମୁକ୍ତିଲାଭ କରିବ। ଆର ବାଲ୍କିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସସପେନ୍ସ ଏବଂ ଥ୍ରୀଲର୍‌ରେ ପରିପୂର୍ଣ୍ଣ। ଚଳିତ ମାସରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଚୁପ୍‌’ରେ ମୁଖ୍ୟ ଭୂମିକାରେ ସନି ଦେଓଲଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଦୁଲକର ସଲମାନ ମଧ୍ୟ ତାଙ୍କ ସହ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାଥୀ ଅଭିନେତ୍ରୀଙ୍କ ସହ ସମୟ ବିତାଇଲେ ପ୍ରକୃତି

ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି...

ଲକ୍‌ଡାଉନ୍‌ ପରେ ‘ଦ କପିଲ ଶର୍ମା ଶୋ’ର ପ୍ରଥମ ଅତିଥି ହେବେ ଏହି ଅଭିନେତା, ଜାଣନ୍ତୁ କେବେଠାରୁ ହେବ ପ୍ରସାରିତ

ସୋନି ଟିଭିରେ ପ୍ରସାରିତ କମେଡି ଶୋ’ ‘ଦ କପିଲ ଶର୍ମା’ର ଶୁଟିଂ ଦୀର୍ଘ ୪ ମାସ ପରେ ପୁଣିଥରେ ଆରମ୍ଭ ହୋଇଛି। ତେବେ ଶୋ’ର ପ୍ରଥମ...

ଡାଲଚିନି

ଏକଦା ଜଣେ ବ୍ୟାଙ୍କର ଭୁବନେଶ୍ୱରରୁ କୋଣାର୍କ ବୁଲିବାକୁ ବାହାରିଛି। ସାଙ୍ଗରେ ଅଛି ଜଣେ ଝିଅ। ବାଟରେ ଦୁହିଁଙ୍କ ଭିତରେ କ’ଣ ଘଟୁଛି, ସେମାନେ କି କି...

‘ଇର୍ଫାନ ଖାନ୍‌ଙ୍କ ପାଇଁ ଆମେ ବର୍ଷେ ଅପେକ୍ଷା କରିଥିଲୁ’

ବଲିଉଡ ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’କୁ ନେଇ ଚର୍ଚ୍ଚା ଚାଲିଛି। ଫିଲ୍ମର ଟ୍ରେଲର୍‌ ରିଲିଜ ହୋଇଛି। ପ୍ରଶଂସକ ତାଙ୍କ ପସନ୍ଦର ଅଭିନେତାଙ୍କୁ...

ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ...

ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି

‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍‌ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ...

ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୮୩ ହଜାର ଟଙ୍କା ସହାୟତା ମାଗିଲେ ପ୍ରଶଂସକ, ଆଉ ତା’ପରେ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ତାରକା କେବଳ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରନ୍ତି ନାହିଁ, ବାସ୍ତବ ଜୀବନରେ କିଛି ଅନୁକମ୍ପାମୂଳକ କାର୍ଯ୍ୟ କରି...

Advertisement
Archives

Model This Week