Posted inଖେଳ

ଷ୍ଟୋଇନିସ୍‌ଙ୍କୁ ପଣ୍ଟିଂଙ୍କ ପ୍ରଶଂସା

ମେଲବୋର୍ନ, ୨୪ା୧୧:ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ତାଙ୍କ ଦେଶର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ ଏବେ ସେ ତା’ଠାରୁ ୫ ଗୁଣା ଉନ୍ନତ ପ୍ରଦର୍ଶନ କରୁଛନ୍ତି। ଫିନିଶର ଦାୟିତ୍ୱ ତୁଲାଇବା ସହ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ସେ ବହୁବିଧ ଭୂମିକା ଗ୍ରହଣ କରିପାରିବେ। ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପ୍ରବେଶ କରାଇବାରେ ଷ୍ଟାଇନିସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୩୫୨ ରନ କରିବା ସହ ୧୩ ଉଇକେଟ ଅକ୍ତିଆର କରିଥିଲେ। ପଣ୍ଟିଂ ଏହି ଦଳର କୋଚ୍‌ ରହିଥିଲେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ସିରିଜ ପାଇଁ ଷ୍ଟୋଇନିସ୍‌ଙ୍କୁ ଅଷ୍ଟ୍ରେଲିଆର ଟି୨୦ ଏବଂ ଦିନିକିଆ ଦଳରେ ନିଆଯାଇଛି। ଗତବର୍ଷ ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୩୧ ବର୍ଷୀୟ ଷ୍ଟୋଇନିସ୍‌ ଅଷ୍ଟ୍ରେଲିଆ ଟି୨୦ ଦଳରୁ ବାଦ୍‌ ପଡ଼ିଥିଲେ। ମାତ୍ର ବିଗ୍‌ ବାଶ ଲିଗ୍‌ରେ ମେଲବୋର୍ନ ଷ୍ଟାର୍ସ ତରଫରୁ ଜବରଦସ୍ତ ପ୍ରଦର୍ଶନ ପାଇଁ ସେ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଥିଲେ। ବିଗ୍‌ ବାଶ୍‌ର ଗୋଟିଏ ସିଜନରେ ସେ ୭୦୫ ରନ ସ୍କୋର କରିଥିଲେ। ଅପରାଜିତ ୧୪୭ ରନ ସହ ସେ ଟୁର୍ନାମେଣ୍ଟରେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଷ୍ଟୋଇନିସ ଜଣେ ଫିନିଶର ବୋଲି ପ୍ରମାଣ କରି ଦେଖାଇ ସାରିଛନ୍ତି। ତାଙ୍କ ନିକଟରେ ଇନିଂସ ଓପନ କରିବାର ଦକ୍ଷତା ରହିଥିବା ପଣ୍ଟିଂ କହିଛନ୍ତି। ଆସନ୍ତା ବର୍ଷ ଦିଲ୍ଲୀ ଅବା ଅନ୍ୟ ଯେ କୌଣସି ଦଳ ତରଫରୁ ଖେଳିବା ବେଳେ ଷ୍ଟୋଇନିସ୍‌ଙ୍କୁ ଟପ୍‌ ଅର୍ଡରରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri