Posted inଖେଳ

ଷ୍ଟୋଇନିସ୍‌ଙ୍କୁ ପଣ୍ଟିଂଙ୍କ ପ୍ରଶଂସା

ମେଲବୋର୍ନ, ୨୪ା୧୧:ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ତାଙ୍କ ଦେଶର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ ଏବେ ସେ ତା’ଠାରୁ ୫ ଗୁଣା ଉନ୍ନତ ପ୍ରଦର୍ଶନ କରୁଛନ୍ତି। ଫିନିଶର ଦାୟିତ୍ୱ ତୁଲାଇବା ସହ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ସେ ବହୁବିଧ ଭୂମିକା ଗ୍ରହଣ କରିପାରିବେ। ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପ୍ରବେଶ କରାଇବାରେ ଷ୍ଟାଇନିସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୩୫୨ ରନ କରିବା ସହ ୧୩ ଉଇକେଟ ଅକ୍ତିଆର କରିଥିଲେ। ପଣ୍ଟିଂ ଏହି ଦଳର କୋଚ୍‌ ରହିଥିଲେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଭାରତ ବିପକ୍ଷ ସିରିଜ ପାଇଁ ଷ୍ଟୋଇନିସ୍‌ଙ୍କୁ ଅଷ୍ଟ୍ରେଲିଆର ଟି୨୦ ଏବଂ ଦିନିକିଆ ଦଳରେ ନିଆଯାଇଛି। ଗତବର୍ଷ ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ୩୧ ବର୍ଷୀୟ ଷ୍ଟୋଇନିସ୍‌ ଅଷ୍ଟ୍ରେଲିଆ ଟି୨୦ ଦଳରୁ ବାଦ୍‌ ପଡ଼ିଥିଲେ। ମାତ୍ର ବିଗ୍‌ ବାଶ ଲିଗ୍‌ରେ ମେଲବୋର୍ନ ଷ୍ଟାର୍ସ ତରଫରୁ ଜବରଦସ୍ତ ପ୍ରଦର୍ଶନ ପାଇଁ ସେ ସଫଳ ପ୍ରତ୍ୟାବର୍ତ୍ତନ କରିପାରିଥିଲେ। ବିଗ୍‌ ବାଶ୍‌ର ଗୋଟିଏ ସିଜନରେ ସେ ୭୦୫ ରନ ସ୍କୋର କରିଥିଲେ। ଅପରାଜିତ ୧୪୭ ରନ ସହ ସେ ଟୁର୍ନାମେଣ୍ଟରେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଷ୍ଟୋଇନିସ ଜଣେ ଫିନିଶର ବୋଲି ପ୍ରମାଣ କରି ଦେଖାଇ ସାରିଛନ୍ତି। ତାଙ୍କ ନିକଟରେ ଇନିଂସ ଓପନ କରିବାର ଦକ୍ଷତା ରହିଥିବା ପଣ୍ଟିଂ କହିଛନ୍ତି। ଆସନ୍ତା ବର୍ଷ ଦିଲ୍ଲୀ ଅବା ଅନ୍ୟ ଯେ କୌଣସି ଦଳ ତରଫରୁ ଖେଳିବା ବେଳେ ଷ୍ଟୋଇନିସ୍‌ଙ୍କୁ ଟପ୍‌ ଅର୍ଡରରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri