ଜୀବିକାରେ ପରିବର୍ତ୍ତନ ଆଣିଛି ପୋଖରୀ ଚାଷ

ଯୋଡ଼ା,୨୦।୮(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ଲିମିଟେଡ୍‌ ସିଏସଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚାଷୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଚଳାଇ ଆସୁଛି। ଏହାର କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ କୃଷି କାର୍ଯ୍ୟରେ ବ୍ୟବହାର କରୁଥିବା ପୋଖରୀକୁ ଖୋଳି ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ପ୍ରଦାନ ଦିଗରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି।
ଏକ ବର୍ଷ ମଧ୍ୟରେ ଟିଏସ୍‌ଏଫ ପକ୍ଷରୁ ୪୪ଟି ବ୍ୟକ୍ତିଗତ ଚାଷ ପୋଖରୀ ଖୋଳାଯିବା ଫଳରେ ଏହି ଖଣି ଅଞ୍ଚଳରେ ରହୁଥିବା ପରିବାର ଆର୍ଥିକ ରୂପେ ସଶକ୍ତ ହେବା ସହିତ ଏହା ସେମାନଙ୍କ ଜୀବନ ଧାରଣ ମାନର ସାମାଜିକ-ଅର୍ଥନୈତିକ ଦିଗରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ଉପରୋକ୍ତ ଜିଲାର ୫ଟି ପଞ୍ଚାୟତ ଅନ୍ତର୍ଗତ ୧୦ଟି ଗ୍ରାମରେ ପରିବ୍ୟାପ୍ତ ଏହି ପୋଖରୀଗୁଡ଼ିକୁ ବିଜ୍ଞାନ ସମ୍ମତ ଚାଷ ଆଧାରିତ ପ୍ରକଳ୍ପ ଏବଂ ପାରମ୍ପରିକ ଶସ୍ୟ ଚାଷ କରିବାରେ ବ୍ୟବହାର କରାଯାଉଛି। ବନ୍ଧୁଆ ବେଡ଼ା, ପଳସା ‘ଖ’, କୁନ୍ଦୁରୁପାଣି, ଜମୁନାପୋଷି, ଜଗନ୍ନାଥପୁର ଓ ବାଲିତା ଆଦି ଗ୍ରାମର ବାସିନ୍ଦାମାନେ ମକା, ହଳଦୀ ଓ ଅଦା ଭଳି ଲାଭଦାୟକ ଚାଷ କରିବାକୁ ଆଗେଇ ଆସିଛନ୍ତି। ତେବେ ବର୍ଷସାରା ଜଳର ସୁବିଧା ମିଳିବାରୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ମଧ୍ୟ ଶସ୍ୟ ଚାଷ ଓ ମତ୍ସ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏକ ଦୀର୍ଘସ୍ଥାୟୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପୋଖରୀ ଚାଷ ବ୍ୟବସ୍ଥା କରାଯାଇଥିବାବେଳେ ଏହାଦ୍ୱାରା ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଳ ସଂରକ୍ଷଣ, ଭୂତଳ ଜଳ ରିଚାର୍ଜିଂ ଏବଂ କୃଷିକୁ ମଧ୍ୟ ପ୍ରେତ୍ସାହନ ଦିଆଯାଇପାରୁଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟିଏସ୍‌ଏଫ ପକ୍ଷରୁ ପଳସା ‘ଖ’ ଏବଂ ପଳସା ପଞ୍ଚାୟତ ଅନ୍ତର୍ଗତ ବେଗୁନା ସାହି ଗ୍ରାମରେ ୧୪୦ କେଜି ଉନ୍ନତମାନର ହଳଦୀ ଓ ଅଦା ବିହନ ବଣ୍ଟନ କରାଯାଇଛି। ଏହା ସହିତ ଉତ୍ପାଦ ବିକ୍ରି ପାଇଁ ବଜାର ସଂଯୋଗୀକରଣର ଅଶ୍ୱାସନା ସେମାନଙ୍କ ମନବୋଳକୁ ବୃଦ୍ଧି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri