ପୋଖରୀ ଏରିଆ ଚିହ୍ନଟ କଲା ଜିଲା ପ୍ରଶାସନ

ଦେବଗଡ଼, ୪।୨(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଦେବଗଡ଼ ଆର୍‌ଆଇ ସଞ୍ଜିତ ବେହେରା, ବିଭାଗୀୟ ଏସ୍‌ଡିଓ ଚିତ୍ତରଞ୍ଜନ ନାଏକ, ଅନ୍ୟ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ପହଞ୍ଚତ୍ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। ମଙ୍ଗଳବାର ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଜେ ପୋଖରୀ ଚାରିପଟେ ବୁଲି ଉନ୍ନତିକରଣ କାର୍ଯ୍ୟକୁ ତଦାରଖ କରିବା ସହିତ କାମକୁ ଶୀଘ୍ର ସାରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବରାଜ ହେମ୍ରମ ଓ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ପୋଖରୀ ମୋଟ ୭ ଏକର ୩୨ ଡିସିମିଲ ଏରିଆ ଥିବାବେଳେ କିଛି ଏରିଆ ସ୍ଥାନୀୟ ଲୋକେ ଜବରଦଖଲ କରିଛନ୍ତି। ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ପୋଖରୀକୁ ଜବରଦଖଲ କରିଛନ୍ତି। ସ୍ଥାନୀୟ ଲୋକେ ୨ଏକରରୁ ଊର୍ଦ୍ଧ୍ୱ ଜବରଦଖଲ କରିଛନ୍ତି। ସେଥିରେ ଘର, ବଗିଚା କରିଦେଇଥିବା ଦେଖିବାକୁ ମିଳିଛି। ଜବରଦଖଲ ହୋଇଥିବା ପୋଖରୀ ଜାଗାର ମୂଲ୍ୟ ଆନୁମାନିକ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ପୋଖରୀ ଉନ୍ନତିକରଣ ଲାଗି ପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଜଣସାଧାରଣ ସ୍ବାଗତ ଜଣାଇଛନ୍ତି।
ସହର ମଧ୍ୟସ୍ଥଳୀରେ ଥିବା ଏହି ପୋଖରୀ ପୂର୍ବରୁ ଜଳସ୍ରୋତ ପ୍ରଚୁର ଥିବାରୁ ଆଖପାଖ ସାହିବାସିନ୍ଦାଙ୍କ କେବେ ବି ପାଣିର ଅସୁବିଧା ହେଉ ନ ଥିଲା। କିନ୍ତୁ ଦୀର୍ଘ ବର୍ଷ ହେବ ଏହି ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ସ୍ଥାନୀୟ ବାସିନ୍ଦା ଖରା ମାସରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନ ଉକ୍ତ ଷୋହଳ ବଖରି ପୋଖରୀ ଉନ୍ନତିକରଣ ପାଇଁ ୨.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ସହରବାସୀ ଖୁସି ଥିବାବେଳେ ଉକ୍ତ ପୋଖରୀ କାମ ଶେଷ ହୋଇପାରୁନି। ଆଗକୁ ଖରା ମାଡ଼ି ଆସୁଛି। ହେଲେ କାମଟି ଶୀଘ୍ର ଶେଷ ହେଲେ ସ୍ଥାନୀୟ ଲୋକେ ଉପକୃତ ହେବେ। ଉକ୍ତ କଟା ପୁନଃଉଦ୍ଧାର ସହ ୱାଟର ପାର୍କ ଓ ବହୁ କିଛି ଉନ୍ନତିକରଣ କରାଯିବାର ଯୋଜନା ରହିଛି। ଜବରଦଖଲ କରିଥିବା ଲୋକଙ୍କୁ ତୁରନ୍ତ ହଟାଯାଇ ପୋଖରୀ ଉନ୍ନତିକରଣ ଶେଷ କରାଯାଉ। ଆବଶ୍ୟକ ହେଲେ ଜବରଦଖଲକାରୀଙ୍କ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି। ଏହି ପୋଖରୀ ଜାଗା ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ହଟାଇବାକୁ ପୂର୍ବରୁ ଦେବଗଡ଼ ଜିଲା ନାଗରିକ କମିଟି ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri