ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର

ଭୁବନେଶ୍ୱର,୪।୨: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବେଦାନ୍ତ ଆଲୁମିନାର ଲାଞ୍ଜିଗଡ଼ ଓଡ଼ିଶା ୟୁନିଟ୍‌କୁ ନିକଟରେ ଏକ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡ୍‌ର ଲାଞ୍ଜିଗଡ଼ ୟୁନିଟ୍‌ ଦେଶର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ୍‌ ଆଲୁମିନା ଉପତ୍ାଦନକାରୀ ଭାବେ ବେଶ୍‌ ପରିଚିତ। ଏପରିକି କମ୍ପାନୀ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ପଦକ୍ଷେପକୁ ସ୍ବୀକୃତି ଦେଇଥାଏ। ଫଳରେ କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ମାନଜନକ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର ଲାଭ କରିଛି। ମହିଳା ଏବଂ ଶିଶୁ ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ଶିକ୍ଷା, ସ୍ବାସ୍ଥ୍ୟସେବା, ଜୀବିକା, କ୍ରୀଡ଼ା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ କମ୍ପାନୀର ସାମଗ୍ରିକ ବିକାଶ ପ୍ରୟାସର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ବୀକୃତି ଭାବେ ଲାଭ କରିଛି। ଦେଶରେ ଏହା ଏକ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ସେହିଭଳି କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ପାଇଁ ବେଦାନ୍ତ ଲାଞ୍ଜିଗଡ଼କୁ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ଡେପୁଟି ସିଇଓ (ଆଲୁମିନା ବିଜ୍‌ନେସ୍‌) ଜି.ଜିି. ପଲ୍‌ କହିଛନ୍ତି, କମ୍ପାନୀର ଲାଞ୍ଜିଗଡ଼ ୟୁନିଟ କାର୍ଯ୍ୟକଳାପରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ହୋଇଛି। ବିଶେଷ କରି ସାମାଜିକ ପରିବର୍ତ୍ତନ ହାସଲ କରିବା ଉପରେ ୟୁନିଟ୍‌ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଜାତୀୟକରଣକୁ ପୂରିଲା ୫୦ ବର୍ଷ

ନୂଆଦିଲ୍ଲୀ,୨୦-୭: ଆଜିଠୁ ଦୀର୍ଘ ୫୦ବର୍ଷ ପୂର୍ବେ ୧୯ ଜୁଲାଇ, ୧୯୬୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ୧୪ ପ୍ରମୁଖ ବ୍ୟାଙ୍କକୁ ପ୍ରଥମଥର ଜାତୀୟକରଣ କରିଥିଲେ।...

ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧୩.୯୩%କୁ ହ୍ରାସ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଜୁଲାଇ ପାଇଁ ଭାରତର ହୋଲ୍‌ସେଲ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ୧୩.୯୩ % କୁ ହ୍ରାସ ପାଇଛି। କାରଣ ଏହି ସମୟରେ ପନିପରିବା,...

ଏପ୍ରିଲ ୧ରୁ ଏୟାର ବ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭ା।୩: ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧ ପରଠାରୁ ତିଆରି ହେଉଥିବା ସମସ୍ତ କାର୍‌ରେ ଏୟାର ବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର...

ଏନ୍‌ପିଏ ହୋଇଛି ମୁଦ୍ରାର ୩% ଋଣ

ନୂଆଦିଲ୍ଲୀ, ୪-୧୨: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଇଥିବା ମୋଟ ୬ ଲକ୍ଷ କୋଟି ଋଣ ମଧ୍ୟରୁ ୩% ଋଣ ଅନାଦାୟ ଋଣ(ଏନ୍‌ପିଏ) ହୋଇଥିବା ସରକାର...

ଇଭି କ୍ଷେତ୍ରରେ ନିବେଶ କରିବ ଅଶୋକ ଲେଲାଣ୍ଡ

ଭୁବନେଶ୍ୱର,୨୧।୨: ଦେଶର ପ୍ରମୁଖ ଭାରିଯାନ ଅଟୋଶିଳ୍ପ କମ୍ପାନୀ ହିନ୍ଦୁଜା ଗ୍ରୁପର୍‌ ଫ୍ଲାଗଶିପ୍‌ ଅଶୋକ ଲେଲାଣ୍ଡ ଇଲେକ୍ଟ୍ରି ଭେଇକିଲ (ଇଭି) କ୍ଷେତ୍ରକୁ ପ୍ରବେଶ କରିବାକୁ ଯୋଜନା କରିଥିବା ସୂଚନା...

ୟୁପିଆଇ ପ୍ଲାଟ୍‌ଫର୍ମରେ ରେକରିଂ ପେମେଣ୍ଟ

ନୂଆଦିଲ୍ଲୀ,୧୨-୧ : ୟୁପିଆଇ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ଏବେ ରେକରିଂ ପେମେଣ୍ଟ ସୁବିଧା ପାଇବେ। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଏଭଳି ଏକ ସୁବିଧାର...

ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି...

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୧: ସୋନିର ନୂତନ ଉତ୍ପାଦ ‘ଅଲ୍‌ଟ୍ରା-ୱାଇଡ୍‌ ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି’ ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର...

Advertisement
Archives

Model This Week