ଫେଲ୍‌ ମାରିଛି ପଲିଥିନ୍‌ କଟକଣା

ଭଞ୍ଜନଗର,୧୨।୧୨(ଡି.ଏନ.ଏ): ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ମହାନଗର ନିଗମରେ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ବ୍ୟବହାର ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। ପରେ ୨୦୧୯ ଅକ୍ଟୋବର ୨ରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା। ପ୍ରଥମେ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ତାହାକୁ ୭୫କୁ ବୃଦ୍ଧି କରାଯାଇଛି। ପ୍ରତିବନ୍ଧକ ଲଗାଯିବା ପରେ ବେନିୟମ ପଲିଥିନ ବ୍ୟବହାର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ଫଳରେ ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର କମି ଆସୁଥିଲା। କିନ୍ତୁ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବଢ଼ିଚାଲିଛି। ଫଳରେ ପରିବେଶ ପ୍ରତି ବିପଦ ମାଡ଼ି ଆସୁଛି। ପଲିଥିନ ବ୍ୟବହାର ନିୟମ ଠିକ୍‌ କାର୍ଯ୍ୟକାରୀ ହେଉ ନଥିତ୍ବାରୁ ପଲିଥିନ ବ୍ୟବହାର କମିବା ବଦଳରେ ବଢ଼ୁଛି। ଭଞ୍ଜନଗର ସହରରେ ମଧ୍ୟ ଦିନକୁ ଦିନ ପଲିଥିନ ବ୍ୟବହାର ବଢ଼ିବାରେ ଲାଗିଛି। ପଲିଥିନ କେଉଁଠାରୁ ଆସୁଛି ତାହା ଖୋଜାଯାଉ ନାହିଁ। ଡିଲରମାନଙ୍କ ଗୋଦାମରେ ମଧ୍ୟ ଚଢ଼ାଉ ହେଉନାହିଁ। କେବଳ ମଝିରେ ମଝିରେ ଦୋକାନୀମାନଙ୍କ ଉପରେ ଚଢ଼ାଉ କରାଯାଇ କିଛି ଜରିମନା ଆଦାୟ କରାଯାଉଛି। ୭୫ ମାଇକ୍ରନରୁ ଊର୍ଦ୍ଧ୍ୱ ପଲିଥିନ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ତାହା ଅଧିକ ପଇସା ପଡ଼ୁଥିବା ଯୋଗୁ ଦୋକାନୀମାନେ ତାହାକୁ କିଣୁନାହାନ୍ତି। ପ୍ୟାକେଟ ପାଣି ଅନେକ ଭୋଜି ଏବଂ ଉସତ୍ବରେ ବ୍ୟବହାର ହେଉଛି। ଭୋଜି ଭାତରେ ବ୍ୟବହାର ହେଉଥିବା କେତକ ପ୍ଲେଟରେ ପଲିଥିନ ବ୍ୟବହାର ହେଉଛି। ଗାଈ ଗୋରୁ ଖାଦ୍ୟ ଖାଇବାକୁ ଯାଇ ପଲିଥିନ ଖାଇ ଦେଉଛନ୍ତି। ଫଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। କିଛିଦିନ ପୂର୍ବରୁ ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଏକ ଭୋଜି ସରିବା ପରେ ଲୋକେ ପ୍ଲେଟଗୁଡ଼ିକୁ ଏଣେତେଣେ ପକାଇ ଦେଇଥିଲେ। ଉକ୍ତ ପ୍ଲେଟକୁ ଗାଈ ଖାଇବାରୁ ଗାଈ ମାଲିକ ଓ ଭୋଜି କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୭୫ ପ୍ରତିଶତରୁ କମ୍‌ ମାଇକ୍ରନ ପଲିଥିନ ମାଟିରେ ପଡ଼ିଲେ ତାହା ମାଟିରେ ମିଶେ ନାହିଁ। ଏହାଦ୍ୱାରା ମାଟିର ଉର୍ବରତା କମିବା ସହ ଭୂତଳ ଜଳସ୍ତର ପ୍ରତି ମଧ୍ୟ ବିପଦ ହୋଇଥାଏ। ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ସମ୍ପର୍କରେ ଲୋକଙ୍କୁ ଠିକ୍‌ ଭାବେ ସଚେତନ କରାଯାଉନାହିଁ। ଏଥିପାଇଁ ପ୍ରଶାସନ କିଛି କଡ଼ା ଆଭିମୁଖ୍ୟ ଆପଣାଇବାର ଆବଶ୍ୟକତା ରହିଛି। ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି, ବେନିୟମ ପଲିଥିନ ବ୍ୟବହାର ଉପରେ ନିୟମିତ ଚଢ଼ାଉ ହେଉଛି । ପୂର୍ବ ଅପେକ୍ଷା ସହରରେ ପଲିଥିନ ବ୍ୟବହାର କମିଛି । ଆଗାମୀ ଦିନରେ ଚଢ଼ାଉକୁ ଜୋରଦାର କରାଯିବ। ଚଳିତ ବର୍ଷ ଜରିମନା ବାବଦକୁ ୧୮ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଛି । ଛୋଟ ବ୍ୟବସାୟୀଙ୍କ ଠାରୁ ୫ଶହ ଏବଂ ବଡ଼ ବ୍ୟବସାୟୀଙ୍କ ଠାରୁ ୧ ହଜାର ଟଙ୍କା ଜରିମନା ବ୍ୟବସ୍ଥା ଅଛି। ଜଣେ ବ୍ୟବସାୟୀ କହିଛନ୍ତି ଯେ ପଲିଥିନ ନଥିଲେ ବେପାର କମିଯାଉଛି। ଗ୍ରାହକମାନେ ବ୍ୟାଗ୍‌ ଆଣୁନାହାନ୍ତି। ୭୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାଇକ୍ରନ ପଲିଥିନ ବ୍ୟବହାର କଲେ ଖର୍ଚ୍ଚ ବଢ଼ୁଛି। ଉପତ୍ାଦନ ବନ୍ଦ ହେଲେ ହିଁ ପଲିଥିନ ମାର୍କେଟକୁ ଆସିବା ବନ୍ଦ ହେବ। ତେଣୁ ସରକାର ବେନିୟମ ପଲିଥିନ ହେଉଥିବା କାରଖାନା ଉପରେ ପ୍ରଥମେ ଚଢ଼ାଉ କରନ୍ତୁ। ସେହିପରି ଲୋକଙ୍କୁ ବଜାରକୁ ବାହାରିଲେ କପଡ଼ା ବ୍ୟାଙ୍କ ଆଣିବା ଉପରେ ଚଚେତନ କରିବାର ଆବଶ୍ୟକତା ରହିଛି। ସମସ୍ତେ ସଚେତନ ହେଲେ ଏହାକୁ ରୋକାଯାଇପାରିବ । ପ୍ରାଣୀ ଚିକିସତ୍ା ଅଧିକାରୀ ଡ.ବିଜୟିନୀ ପଣ୍ଡା କହିଛନ୍ତି, ଗାଈ ଗୋରୁମାନେ ଭୋକରେ ଥିବା ସମୟରେ ବାଧ୍ୟ ହୋଇ ଖାଦ୍ୟ ଲୋଭରେ ପ୍ଲାଷ୍ଟିକ ଖାଇଦିଅନ୍ତି। ଏହାଦ୍ୱାରା ସେମାନେ ରୋଗାଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ ପ୍ଲାଷ୍ଟିକ ଖୋଲାସ୍ଥାନରେ ପକାଇବା ଉଚିତ ନୁହେଁ। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri