ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର ଗ୍ରାମବାସୀଙ୍କୁ କବଳିତ କରିଛି। ବିଷାକ୍ତ ଜିପ୍‌ସମ୍‌ ଓ ସିମେଣ୍ଟ ଗୁଣ୍ଡ ମଧ୍ୟରେ ରହି କାଳ କାଟୁଥିବା ଏହି ଗ୍ରାମବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରଦୂଷଣରେ ଗଁାର ପାଣି, ପବନ, ମୃତ୍ତିକା ସବୁ ବିଷାକ୍ତ ହୋଇଯାଇଛି। ସ୍ବଚ୍ଛ ପାଣି ଟୋପାଏ ପାଇବା ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ଏଥିସହ କାରଖାନାର ଭାରିଯାନଗୁଡିକର ବହୁଳ ଚଳାଚଳ ଯୋଗୁ ନିର୍ଗତ ଧୂଳିଧୂଆଁ, ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ବାୟୁ ପ୍ରଦୂଷଣ ଚରମ ସୀମାକୁ ଟପିଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ରାମ୍‌କୋ ସିମେଣ୍ଟ ଲିମିଟେଡକୁ କାରଖାନା ପ୍ରତିଷ୍ଠା କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୧୪୩୪୯/୨୮ା୧୦ା୨୦୧୭ରେ ବିଭିନ୍ନ ସର୍ତ୍ତରେ ଅନୁମତି ମିଳିଥିଲା। ତାମିଲନାଡୁର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ଏହି କମ୍ପାନୀ ୪୪୦ କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଡିଂ ୟୁନିଟ୍‌ ସ୍ଥାପନ କରିଛିି। ହେଲେ ଏଥିପାଇଁ ଜମି ଅଧିଗ୍ରହଣରେ ବ୍ୟାପକ ଅନିୟମିତତା କରାଯାଇଛି। ଓଡ଼ିଶା ଭୂସଂସ୍କାର ଆଇନର ଖୋଲାଖୋଲି ଉଲ୍ଲଂଘନ କରାଯାଇ ଯାଜପୁର ଜିଲା ଧର୍ମଶାଳା ତହସିଲ ହରିଦାସପୁରଠାରେ ଶାଗମାଛ ଦରରେ ଲୋକଙ୍କଠାରୁ ପର୍ଯ୍ୟାୟକ୍ରମେ ଚାଷଜମି ଓ ଘରବାଡି ଜମିକୁ ହାତେଇ ନିଆଯାଇଛି। ଇଡ୍‌କୋ ଜରିଆରେ ଅଧିଗ୍ରହଣ ହୋଇ ନ ଥିବାବେଳେ ଜିଲା ଜମି ଅଧିଗ୍ରହଣ ଉପଦେଷ୍ଟା ମଣ୍ଡଳୀର ମଧ୍ୟ ଅନୁମତି ଲୋଡ଼ା ଯାଇନାହିଁ। ଫଳରେ କ୍ଷତିଗ୍ରସ୍ତ ପରିବାର ଲୋକେ ଏହି କମ୍ପାନୀରୁ କୌଣସି ପ୍ରକାରେ ଉପକୃତ ହେଉ ନ ଥିବାବେଳେ ଓଲଟା ବାୟୁ ପ୍ରଦୂଷଣରେ ଅତିଷ୍ଠ ହେଉଛନ୍ତି। ରାମ୍‌କୋ କାରଖାନାର ଏହି ବେଆଇନ କାର୍ଯ୍ୟକୁ କେତେଜଣ ସ୍ଥାନୀୟ ନେତା ସହଯୋଗ କରୁଥିବାରୁ ଜିଲା ପ୍ରଶାସନ ମୁହଁ ଖୋଲିବାରେ ସାହସ ଜୁଟାଇ ପାରୁନାହିଁ। ଏସ୍‌ପିସିବି ରାମ୍‌କୋ କମ୍ପାନୀର ହାତବାରିସ ସାଜିଥିବାରୁ ବାୟୁ ଓ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ହେଉଥିବା କ୍ଷୋଭ ପ୍ରକାଶ ପାଇଛି ା ଏହି ସିମେଣ୍ଟ କାରଖାନାର ଉତ୍ତର ଦିଗକୁ ରଘୁନାଥପୁର ଓ ଜୋଗରଡ଼ା ଗ୍ରାମ ରହିଛି। ଏହି ଦୁଇ ଗ୍ରାମର ପୋଖରୀ ପାଣି ଉପରେ ସିମେଣ୍ଟ କାରଖାନାରୁ ନିର୍ଗତ ଗୁଣ୍ଡ ଆସ୍ତରଣ ଜମି ରହିଛି। ସମଗ୍ର ଅଞ୍ଚଳରେ ଧଳା ପାଉଁଶର କୁହୁଡି ସୃଷ୍ଟି ହେଉଛି। ପ୍ରଦୂଷଣର ବିଷ ବଳୟରେ ଆଖପାଖ ୫ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକ ଦହଗଞ୍ଜ ହେଉଛନ୍ତି। ବିନା ଜନଶୁଣାଣିରେ ନିର୍ମାଣ ହୋଇଥିବା ଅତି ପ୍ରଦୂଷିତ ସିମେଣ୍ଟ କାରଖାନା ପ୍ରତି ପ୍ରଭାବଶାଳୀଙ୍କ ଆଶୀର୍ବାଦ ରହିଥିବାରୁ ସେମାନେ ଆଉ କାହାକୁ ମାନୁନାହାନ୍ତି। ସରକାର ଗୋଟିଏ ପଟେ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ଘରୋଇ କମ୍ପାନୀଗୁଡିକୁ ପରିବେଶର ବିପର୍ଯ୍ୟୟ ପାଇଁ ସହଯୋଗ କରାଯାଉଛି। ମୁରାରିପୁର ଗ୍ରାମର ଜୟଦେବ ନାଏକ ଓ ସତ୍ୟବ୍ରତ ରାଉତ, ଗୁଆରଙ୍ଗ ଗ୍ରାମର ଟୁନା ବାରିକ କୁହନ୍ତି, ରାମ୍‌କୋ ସିମେଣ୍ଟର ବିଷାକ୍ତ ଗ୍ୟାସ୍‌ ସହ ଗୁଣ୍ଡ ଯୋଗୁ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗ୍ରାମବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହୁ ନ ଥିବାବେଳେ ଅଧିକାଂଶ ଲୋକ କାଶ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନେ ଯକ୍ଷ୍ମାରୋଗରେ ପୀଡ଼ିତ ହେବା ଆଶଙ୍କା ରହିଛି। ତେଣୁ ଏସ୍‌ପିସିବି ଏଥିପ୍ରତି ଦୃଷ୍ଟି ନ ଦେଲେ ସେମାନେ ବଞ୍ଚିବା କଷ୍ଟକର ହେବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ କୌଣସି ଅଭିଯୋଗ ଆସିନାହିଁ। ତେବେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ରାଜ୍ୟରେ ଶନିବାରେ କରୋନା ଆକ୍ରାନ୍ତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୬୮ ବର୍ଷୀୟ ବୃଦ୍ଧ। ପୂର୍ବରୁ ସେ...

ସାଇବର ଅପରାଧୀଙ୍କୁ ବଳପାଉନି

ଭୁବନେଶ୍ୱର, ୮।୪(ବ୍ୟୁରୋ): ସମୟ ବଦଳୁଛି। ବୈଷୟିକ ଜ୍ଞାନକୌଶଳର ପ୍ରସାର ଘଟୁଛି। ଇଣ୍ଟରନେଟ୍‌, କମ୍ପ୍ୟୁଟର, ସୋସିଆଲ ମିଡିଆ ଆଦିର ବହୁଳ ବ୍ୟବହାର ହେଉଛି। ଗୋଟିଏ ପଟେ ଡିଜିଟାଲ...

୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ୍‌,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା...

ଆରମ୍ଭ ହେଲା ଏଏସ୍‌ଓ ପରୀକ୍ଷା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଶନିବାର ଅନୁଷ୍ଠିତ ହେବ। ୩ଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ...

ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ...

୧୫ ଜିଲାରେ ନାହାନ୍ତି ଜଣେ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ୨ ହଜାର ଉପରେ ଥିବା ବେଳେ ରାଜ୍ୟରେ ମାତ୍ର ୮୦ଟି ସକ୍ରିୟ ମାମଲା ରହିଛି। ୧୫ଟି ଜିଲାରେ...

ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ...

ଶିଶୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ଶିଶୁ ହତ୍ୟା ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ମନୋଜ ସାହୁଙ୍କୁ...

Advertisement
Archives

Model This Week