କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ଏମିତି କି କ୍ରଶର ମାଲିକ ଓ ଏକ କମ୍ପାନୀ ସହ ଖଡ଼ିଆଳ ରାଜସ୍ବ ବିଭାଗର ସଲାସୁତୁରା ରହିଥିବା ଅଭିଯୋଗ ହେଉଛି। ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଘଂନ କରି ପଥରକ୍ୱାରୀରୁ ପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ଜିଲା ଖଡ଼ିଆଳ ତହସିଲର ଋଷିଗାଁରୁ। ଗାଁର ଚତୁଃପାର୍ଶ୍ୱରେ ପଥରକ୍ୱାରୀଗୁଡିକ ରହିଥିବାରୁ ଗାଁରେ ରହିବା ଏକ ପ୍ରକାର ଦୁର୍ବିସହ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ବିଶେଷକରି ଗାଁକୁ ଲାଗି ରହିଥିବା ପଥରକ୍ୱାରୀ ଓ ଏକ କମ୍ପାନୀର କ୍ରସର ଉଚ୍ଚ ସମ୍ପନ୍ନ ବିସ୍ଫୋରଣ ଯୋଗୁ ଘରଗୁଡିକ ଫାଟି ଆଁ କଲାଣି। ଗାଁର ପରିବେଶ ଦୂଷିତ ହେବା ସହ ପଥରଗୁଣ୍ଡ ଉଡି ବିଭିନ୍ନ ପ୍ରକାର ଶ୍ୱାସ ରୋଗ ଦେଖାଦେଉଛି। ଦିନରାତି କ୍ରସର ମେସିନ ଚାଲୁଥିବାରୁ ପିଲାଙ୍କ ପାଠପଢିବାରେ ବ୍ୟାଘାତ ଦେଖାଦେଇଛି। ଏହି କ୍ରସର ବନ୍ଦ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ ପ୍ରଶାସନ ନିରବ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଡ଼ିଆଳ ତହସିଲ ଅଧୀନରେ ଥିବା ଋଷିଗାଁ ଯୋଗୀମଠ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ସତ। ହେଲେ ବର୍ତ୍ତମାନ ଖଡ଼ିଆଳ ତହସିଲ ବିଭାଗର ଖାମଖିଆଳି ନୀତି ଯୋଗୁ ଐତିହାସିକ ଯୋଗୀମଠ ଲୀନ ହେବାର ଆଶଙ୍କା ଦେଖାଦେଇଛି। ପଥର ମାଫିଆଙ୍କ କବ୍‌ଜାରେ ଏବେ ଋଷିପୀଠ ଥିବା ବେଳେ ସେମାନଙ୍କୁ ପୂର୍ଣ ସହଯୋଗ କରୁଛି ଖଡ଼ିଆଳ ରାଜସ୍ବ ବିଭାଗ। ଦିନରାତି ପଥର ଖାଦାନ ଚାଲୁଥିବାରୁ ଧୂଳିଗୁଣ୍ଡରେ ସ୍ଥାନୀୟ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାରୀ ଧାର୍ଯ୍ୟ ପରିସୀମା ଓ ଗଭୀରତା ସବୁରେ ପଥରମାଫିଆ ରାଜସ୍ବ ବିଭାଗକୁ ଭକୁଆ ବନେଇ ଶହଶହ ଗୁଣା ଅଧିକ କ୍ୱାରି ଲୁଟିଚାଲିଛନ୍ତି। ସରକାରୀ ନିୟମର ବେଖାତିର କରି ଦିନରାତି ହଜାର ହଜାର ଗାଡିରେ ପଥର ଚାଲାଣ ହେଉଛି। ଆଉ ଅତି ଆବଶ୍ୟକତା ହେଲେ ଧର୍ମକୁ ଆଖିଠାର ଭଳି ରାଜସ୍ବ ବିଭାଗ ଚଢ଼ାଉ କରି ଅଳ୍ପ କିଛି ଫାଇନ କାଟି ଚୁପ ବସୁଥିବା ଅଭିଯୋଗ ହୋଇଛି। ବିଶେଷକରି ଋଷିଗାଁ ପାଇଁ ଏହି ପଥରକ୍ୱାରିଗୁଡିକ ଅଭିଶାପ ସଦୃଶ ହୋଇଯାଇଛି। ଏହି ପଥର ଖାଦନଗୁଡିକୁ ବନ୍ଦ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri