ଗୋପାଳପୁରରେ ଆରମ୍ଭ ଠେଲାପେଲା ରାଜନୀତି

ବ୍ରହ୍ମପୁର ଅଫିସ,୧୯ା୮: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଏବେ ଠେଲାପେଲା ରାଜନୀତି ଆରମ୍ଭ ହୋଇଛି। ଏହାକୁ ବିଭିନ୍ନ ମହଲ ଓ ରାଜନୀତି ବିଶ୍ଳେଷକଙ୍କ ପକ୍ଷରୁ ସମାଲୋଚନା କରାଯାଇଛି। ନିଜ ନିର୍ବାଚନମଣ୍ଡଳୀରୁ ବିଧାୟକଙ୍କୁ ଘଉଡ଼ାଇବାକୁ କିଏ ଅଧିକାର ଦେଇଛି ସେନେଇ ଚର୍ଚ୍ଚା ଜୋର ଧରିଛି। ଏହା ସୁସ୍ଥ ଗଣତନ୍ତ୍ରର ପରିପନ୍ଥୀ ହୋଇଥିବା ମତ ପ୍ରକାଶ ପାଇଛି। ଯେଉଁ ଶାସକ ବିଜେଡି କର୍ମୀ ଏହି କାଣ୍ଡ ଘଟାଇଛନ୍ତି ସେମାନେ ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ହେବା ଉପରେ ଗୁରୁତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ୩ ନିର୍ବାଚନରେ ଲଗାତର ନିର୍ବାଚିତ ହୋଇଥିଲେ ବିଜେଡି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ। ସେ ହ୍ୟାଟ୍ରିକ ବିଧାୟକ ହୋଇଥିଲେ। ୨୦୧୭ରୁ ଗତ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ। ଘଟଣାଚକ୍ରରେ ତାଙ୍କୁ ୨୦୨୦ ଡିସେମ୍ବରରେ ଦଳରୁ ବହିଷ୍କାର କରାଯାଇଥିଲା। କେବଳ ସେତିକି ନୁହେଁ କେତେକ ମାମଲାରେ ଛନ୍ଦି ହୋଇ ସେ ଦୀର୍ଘଦିନ ବିଚାରାଧୀନ ବନ୍ଦୀ ଥିଲେ। ଦଳରୁ ବିତାଡ଼ିତ ହେବା ପରେ ସେ ଗତ ଡିସେମ୍ବର ୧୯ରେ ନିର୍ବାଚନମଣ୍ଡଳୀର ଖଜୁରିଆ ନିକଟରେ ହୋଇଥିବା କର୍ମୀ ସମାବେଶକୁ ଯାଇ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲା। ବହିଷ୍କାର ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ସହ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା। ଯେଉଁମାନେ ପାଣିଗ୍ରାହୀଙ୍କ ଦ୍ୱାରା ବିଭିନ୍ନ ଭାବରେ ଉପକୃତ ଓ ଥଇଥାନ ହୋଇଥିଲେ ସେମାନେ ହିଁ ମୁଖ୍ୟ ଭୂମିକା ନେଇଥିଲେ। ଅପରପକ୍ଷରେ ଦଳରୁ ବହିଷ୍କାର ଓ ଗିରଫ ଏବଂ କୋର୍ଟର ସର୍ତ୍ତମୂଳକ ଜାମିନରେ ମୁକୁଳିବା ପରେ ସେ ଦେଢ଼ ବର୍ଷରୁ ଅଧିକ ସମୟ ନିର୍ବାଚନମଣ୍ଡଳୀକୁ ଆସୁ ନ ଥିଲେ କିମ୍ବା ବିଜେଡି ଓ ଏହାର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ପାଟି ଖୋଲୁ ନ ଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ନିର୍ବାଚନମଣ୍ଡଳୀର କେତେକ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗତ ସୋମବାର ଆସିଥିଲେ। କମଳାପୁର ଛକରେ ପହଞ୍ଚତ୍ବା ପରେ ତାଙ୍କୁ ଗୋ-ବ୍ୟାକ୍‌ ନାରା ଦିଆଯାଇଥିଲା। ସେଠାରେ ପାଟିତୁଣ୍ଡ, ହୋହଲ୍ଲା ଓ ଠେଲାପେଲା ହୋଇଥିଲା। ପୋଲିସ ଥାଇ ମଧ୍ୟ ଏହା ରୋକାଯାଇ ପାରି ନ ଥିଲା। ବିଧାୟକଙ୍କୁ ବିରୋଧ କରିବାକୁ ଦଳର ଆଦୌ ନିର୍ଦ୍ଦେଶ ନ ଥିବା ଆଲୋଚନା ପ୍ରସଙ୍ଗରେ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ତେବେ କାହା ଇଙ୍ଗିତରେ ଏଭଳି କରାଗଲା ସେନେଇ ରାଜନୈତିକ ସମୀକ୍ଷକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri