ଧାନକିଣାରେ ରାଜନୀତ

ଆମ ରାଜ୍ୟରେ ଧାନକିଣା ପ୍ରକ୍ରିୟା ସବୁବେଳେ ଏକ ସମସ୍ୟା ହୋଇ ରହିଆସିଛି। ପ୍ରତିବର୍ଷ ଏହି ପ୍ରକ୍ରିୟା ସଞ୍ଚାଳନ କରିବାରେ ଦେଖାଯାଉଥିତ୍ବା ଅସଙ୍ଗତି ବା ଅବ୍ୟବସ୍ଥା ଯୋଗୁ ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ୧୨,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଧାନ କିଣାରେ ପ୍ରମୁଖ ଭୂମିକା ନେଉଥିବା ଓଡ଼ିଶା ଷ୍ଟେଟ୍‌ ସିଭିଲ ସପ୍ଲାଇଜ୍‌ କର୍ପୋରେଶନ (ଓଏସ୍‌ସିଏସ୍‌ସି) ଅତୀତର ଭୁଲ୍‌ରୁ କିଛି ବି ଶିକ୍ଷା କରିନାହିଁ। ଯୋଗାଣ ବିଭାଗ ଅଧିତ୍କାରୀ ଏବଂ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ଗୁଡ଼ିକ ବିରୋଧରେ ଅଭିଯୋଗ ଏକ ସାଧାରଣ କଥା ହୋଇଗଲାଣି। ବହୁ ସମୟରେ ରାଇସ୍‌ ମିଲରମାନଙ୍କର ଅନୈତିିକ କାର୍ଯ୍ୟ ଉପରେ ଅଭିଯୋଗ କରାଯାଉଛି । ନିକଟରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକ ଏବଂ ପାଣି ପଞ୍ଚାୟତ (ପିପି) ଗୁଡ଼ିକୁ ଶୀଘ୍ର ଧାନ ସଂଗ୍ରହ କାମରେ ଲଗାଯାଇଛିି। ତଥାପି ସରକାର ଏହି ସମସ୍ୟା ସୁଧାରିବାରେ ସକ୍ଷମ ହୋଇପାରିନହାନ୍ତି। ପୂର୍ବ ଭଳି ଚଳିତବର୍ଷ ମଧ୍ୟ ଧାନ କିଣାରେ ସମସ୍ୟା ଦେଖାଦେଇଛି। ରାଜ୍ୟରେ ଧାନକିଣା ପ୍ରକ୍ରିୟା ବିକେନ୍ଦ୍ରୀକରଣ ହେବା ଏବଂ ଓଏସ୍‌ସିଏସ୍‌ସିକୁ ଧାନକିଣା ଦାୟିତ୍ୱ ଦେବା ଦିନଠାରୁ କିଣା ପ୍ରକ୍ରିୟା ସବୁବେଳେ ବିବାଦରେ ଫସି ଆସିଛି। ୨୦୦୫-୦୬ରେ କେନ୍ଦ୍ର ଖାଦ୍ୟ ନିଗମ ତରଫରୁ ଧାନ କିଣିବାରେ ଘରୋଇ ବ୍ୟବସାୟୀମାନଙ୍କୁ କାର୍ଯ୍ୟରେ ରାଜ୍ୟ ସରକାର ଲଗାଇବାର ଅଭିଜ୍ଞତା ହାସଲ କରିଥିଲେ। କିନ୍ତୁ ତାହା ଦୁଇ ତିନି ବର୍ଷ ପରେ ବନ୍ଦ ହୋଇଗଲା। ସେତେବେଳେ ମଣ୍ଡିରୁ ଧାନ ନ ଉଠିଲେ ବି ଏତେ ଅଭିଯୋଗ ଆସୁ ନ ଥିଲା। ଧାନ କିଣୁଥିବା ଘରୋଇ ବ୍ୟବସାୟୀମାନେ ବେଶି ଲାଭ ପାଇବା ଲାଗି ଅଗ୍ରିମ ଟଙ୍କା ଦେଇ ଅଧିକ ଧାନ କିଣିବାକୁ ଚେଷ୍ଟା କରୁଥିତ୍ଲେ। କିନ୍ତୁ ବର୍ତ୍ତମାନ କୃଷକମାନଙ୍କୁ ଟଙ୍କା ନ ଦେବା କିମ୍ବା ଦେବାରେ ବିଳମ୍ବ ହେବା,ମଣ୍ଡି ନ ଖୋଲିବା ଏବଂ ଟୋକନ ସମସ୍ୟା ପୂରା ପ୍ରକ୍ରିୟାକୁ ଠପ୍‌ କରିଦେଇଛି। ଏହିସବୁ ସମସ୍ୟା ଗୋଟିଏ ପରେ ଗୋଟିଏ ପରକୁ ପର ଘଟୁଛି। ଏହା ନୁହେଁ ଯେ,ଏବେ ଆମ ପାଖରେ ଚଳିତବର୍ଷ କିଛି ନୂଆ ସମସ୍ୟା ସାମ୍‌ନା କରିବାକୁ ପଡ଼ିଛି। ତଥାପି ଏକ ସ୍ଥାୟୀ ସମାଧାନର ବାଟ ପାଇବାକୁ ସରକାର ବିଫଳ ହୋଇଛନ୍ତି।
ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଏହାର ୪ ଭାଗରୁ ୩ ଭାଗ ଲୋକଙ୍କର ମୁଖ୍ୟ ଜୀବିକା କୃଷି। ଧାନ ହିଁ ଏକମାତ୍ର ଶସ୍ୟ, ଯାହା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ରେ ବିକ୍ରି ହେଉଛି। ଏଣୁ କୃଷକମାନେ ଅଧିକ ପରିମାଣରେ ଧାନ ଚାଷ କରୁଛନ୍ତି। ଧାନ ପାଇଁ ଏକ ମୁକ୍ତ ବଜାର କି ଧାନରୁ ଉପତ୍ାଦ ପ୍ରସ୍ତୁତ କରିବା ଲାଗି କୌଣସି ବ୍ୟବସ୍ଥା ନଥିବାରୁ କୃଷକମାନେ ସରକାରଙ୍କୁ ସେମାନଙ୍କ ଧାନ ବିକ୍ରି କରିବାକୁ ଚାହିଁଥାଆନ୍ତି। ଧାନ କିଣା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମେ ନଭେମ୍ବରରୁ ଫେବୃୟାରୀ ଏବଂ ଆଉ ଥରେ ଗ୍ରୀଷ୍ଣକାଳୀନ ଧାନ ପାଇଁ ମେ’ରୁ ଜୁନ ମଧ୍ୟରେ କରାଯାଇଥାଏ। ରାଜ୍ୟ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନରେ ଓଏସ୍‌ସିଏସ୍‌ସି ରହିଛି ଓ ଉକ୍ତ ବିଭାଗ ଏହାର କାର୍ଯ୍ୟକୁ ନିୟନ୍ତ୍ରଣ କରେ। ଏଣୁ ସମ୍ପୃକ୍ତ ବିଭାଗକୁ ଏହି ସମସ୍ୟାର ସମାଧାନ କରିବାର ବାଟ ବାହାର କରିବା ଦରକାର। ଧାନ ବିକି ନ ପାରି ନିରାଶ ହୋଇ ମଣ୍ଡିରେ କୃଷକମାନେ ବିଷ ଖାଉଛନ୍ତି। ଧାନ ବିକ୍ରି କରିବାକୁ ମଣ୍ଡିରେ ଅନେକ ଦିନ ପଡି ରହୁଛନ୍ତି । ଏହାବାଦ ସବୁଠୁ ଖରାପ ଟୋକନ ସିଷ୍ଟମ ବି ଏକ ସମସ୍ୟା ହୋଇ ଉଭାହୋଇଛି। ଧାନକିଣା ପ୍ରକ୍ରିୟାର ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ବିରୋଧୀମାନେ ବିଧାନସଭା ଚଳାଇ ଦେଉନାହାନ୍ତି। ଜଣେ ଭାଜପା ବିଧାୟକ ମଧ୍ୟ ଗୃହରେ ସାନିଟାଇଜର ପିଇ ଆମତ୍ହତ୍ୟା କରିବାର ଉଦ୍ୟମ କରିଛନ୍ତି। ଏହି ଘଟଣା ଧାନକିଣା ସମସ୍ୟାର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛିି। ଗୃହରେ ଭାଜପା ବିଧାୟକ ଆମତ୍ହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି ଚାହଁୁଥିବାବେଳେ ବିରୋଧୀ କିନ୍ତୁ ଧାନ କିଣା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଲଗାତର ତାଙ୍କର ଆକ୍ରମଣ ଜାରି ରଖିଛନ୍ତି। ଧାନକିଣାକୁ କେନ୍ଦ୍ର କରି ଗୁରୁବାରକୁ ନେଇ ୬ ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିଲା। ଉଭୟ ଶାସକ ଦଳ ଏବଂ ବିରୋଧୀ ଏହି ସମସ୍ୟାକୁ ନେଇ ଯେଉଁ ବାଟରେ ଯାଉଛନ୍ତି,ଏହି ଅଧିବେଶନ ପୂରା ନଷ୍ଟ ହେବାକୁ ଯାଉଥିବା ଜଣାପଡୁଛି।
ଧାନକିଣାରେ ବାରମ୍ବାର ଘଟୁଥିବା ଏହି ସମସ୍ୟା ଦୂର କରିବାକୁ କ’ଣ ବାଟ ନାହିଁି? ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ସମୀକ୍ଷା କରିବାର ଏହା କ’ଣ ଉପଯୁକ୍ତ ସମୟ ନୁହେଁ? ଧାନକିଣା କାର୍ଯ୍ୟର ଅଧିକ ଦାୟିତ୍ୱ ମୁଣ୍ଡାଇ ଚାପରେ ଥିବା ଓଏସ୍‌ସିଏସ୍‌ସିକୁ ଏଥିରୁ କ୍ଷାନ୍ତ କରିବା ପାଇଁ ଏହା କ’ଣ ସମୟ ନୁହେଁ? ଏହି କର୍ପୋରେଶନ କେବଳ ଧାନ କିଣୁୁନାହିଁ, ବରଂ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ବାଣ୍ଟୁଛି ଏବଂ ଏହା ସହ ଅନ୍ୟ ଅସଂଖ୍ୟ ଦାୟିତ୍ୱରେ ଛନ୍ଦି ହୋଇଛି। ରାଜ୍ୟ ସରକାର କ’ଣ ଧାନକିଣାକୁ ସୁରୁଖୁରୁରେ ଚଳାଇବା ଲାଗି ସ୍ପେଶିଆଲ ପର୍ପସ ଭେହିକିଲ(ଏସ୍‌ପିଭି) ଭଳି କିଛି ବ୍ୟବସ୍ଥା କରିପାରିବେ ନାହିଁ? ସରକାର ମଧ୍ୟ ତାଙ୍କ ତରଫରୁ ଏହି ପ୍ରକ୍ରିୟାରେ ମଧ୍ୟସ୍ଥି ଭାବେ କାର୍ଯ୍ୟରେ ଲଗାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ଗୁଡ଼ିକୁ ବନ୍ଦ କରିବା ଉଚିତ। ଭୋଟ ହାସଲ କରିବା ପାଇର୍ଁ ରାଜ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ସରକାରଙ୍କର ବଡ଼ ଅସ୍ତ୍ର। କିନ୍ତୁ ଧାନକିଣା ପ୍ରକ୍ରିୟା ଏକ ବୃହତ୍‌ ଲାଭଦାୟକ ଯୋଜନା। ଯଦି ଜଣେ କେନ୍ଦ୍ରର ମୂଲ୍ୟ ତାଲିକାକୁ ଅନୁଧ୍ୟାନ କରିବେ, ତେବେ ଏହି କାର୍ଯ୍ୟରେ ସାମିଲ ପ୍ରତ୍ୟେକ ଅଂଶୀଦାରଙ୍କ ପାଇଁ ମୋଟା ଅଙ୍କର କମିଶନ ନିଶ୍ଚିତ କରାଯାଇଛି। ଏହା ହିଁ କାରଣ, ଯେଉଁଥିପାଇଁ ଓଏସ୍‌ସିଏସ୍‌ସି ଏଥିତ୍ରେ ସମ୍ପୃକ୍ତ ରହିବାକୁ ଚେଷ୍ଟା କରୁଛି ଏବଂ ସରକାର ସେମାନଙ୍କ ଇଚ୍ଛା ପୂରଣ କରିବାକୁ ବି ସହଯୋଗ କରୁଛନ୍ତି। ସମୁଦାୟ ପ୍ରକ୍ରିୟାରେ ପ୍ରତ୍ୟେକ ଯେତେବେଳେ ଲାଭ ପାଉଛନ୍ତିି, ସେତେବେଳେ କୃଷକ କାହିଁକି କ୍ଷତି ସହିବ?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri