କଂଗ୍ରେସ ବିଧାୟକଙ୍କ ନିଲମ୍ବନ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୨୬ା୩(ସୁନିତ୍‌ ମିଶ୍ର):କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି। କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ଜୋର୍‌ଦାର ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ବିଧାୟକମାନେ ଦଳୀୟ ବିଧାୟକଙ୍କୁ ସମର୍ଥନ ଜଣାଇ ବିଧାନସଭା ବାହାରେ ହଙ୍ଗାମା କରିଛନ୍ତି। ଅନ୍ୟପଟେ କଂଗ୍ରେସର ଏପରି ଆଚରଣକୁ ଭାଜପା ନିନ୍ଦା କରିଥିବା ବେଳେ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ।
ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କଂଗ୍ରେସ ସଦସ୍ୟମାନେ ଦୀର୍ଘଦିନ ହେଲା ଯେଉଁ ଆଚରଣ କଲେ ଏଥିରେ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଲା।  ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ। ବିଧାନସଭାରେ କ’ଣ ଦାବି ରଖାଯାଇପାରେ, ତାହା ବିଧିବିଧାନରେ ଥିବା କଥା। ସେମାନେ ମହିଳା ନିର୍ଯାତନା ନେଇ ଗୃହ କମିଟି କରିବାକୁ ଦାବି କଲେ । ସେମାନେ ସେହି ଦାବିକରି ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟିକଲେ। ତେଣୁ ବାଚସ୍ପତିଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା ବୋଲି ଜୟନାରାୟଣ କହିଛନ୍ତି।
ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଦୀର୍ଘଦିନ ଧରି ଏଠି ବିଧାନସଭା ଚାଲୁ ନାହିଁ। ସେଠି ଘଣ୍ଟ, ଘଣ୍ଟି, ତୁରି, କାହାଳି ବାଜୁଛି। ଯଦି କଂଗ୍ରେସ ସଦସ୍ୟମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ନେଲେ ଆଗୁଆ କାହିଁକି ନେଇପାରୁ ନ ଥିଲେ। ଯଦି ସରକାର କହିବେ ବାଧ୍ୟହୋଇ ନିଷ୍ପତ୍ତି ନେଲୁ, ତେବେ ଏତେଦିନ କାହିଁକି ଲାଗିଲା। କଂଗ୍ରେସର ଦାବିକୁ ମାନିଯାଇଥାଆନ୍ତେ। ଏପଟେ ଗୃହ କମିଟି କଲେ ନାହିଁ, ସେପଟେ ବିଧାନସଭାର ପୂରା ସମୟ ଧୋଇଗଲା। ସରକାରଙ୍କ ଅପାରଗତା ଯୋଗୁ ଏଭଳି ହୋଇଛି। ଯେହେତୁ କର୍ନାଟକରେ କଂଗ୍ରେସ ସରକାରରେ ରହିଛି ଏବଂ ସେଠାରେ ଭାଜପାର ୫୦ ଜଣ ସଦସ୍ୟଙ୍କୁ ୬ ମାସ ପାଇଁ ବହିଷ୍କାର କରାଯାଇଛି, ତେଣୁ ଏଠାରେ ତା’ର ପ୍ରତିଫଳନ ଦେବାକୁ ଏଭଳି କରିଛନ୍ତି। ଓଡ଼ିଶା ବିଧାନସଭାରେ ଆଲୋଚନା ହେବା ଦରକାର। ତେଣୁ ଭାଜପା ସରକାର ନିଜର ଅପାରଗତାପଣିଆକୁ ପ୍ରମାଣ କରୁଛନ୍ତି। ବିଜେଡି ଶାସନ ସମୟରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା। ଏବେ ଭାଜପା ସରକାରରେ ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁନାହିଁ। ଯଦି କଂଗ୍ରେସ ମହିଳା କଥା କହୁଛି, ଗୃହ କମିଟି କରିବାରେ ଅସୁବିଧା କ’ଣ ରହିଛି ବୋଲି ଅରୁଣ କହିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ଡରି ଏପରି ନିଲମ୍ବନ କରାଯାଇଛି। କଂଗ୍ରେସର ସଂଖ୍ୟା କମ୍‌ ଥିଲେ ମଧ୍ୟ ସ୍ବର ବହୁ ଜୋର୍‌ ରହିଛି, ସେଥିଲାଗି ଏଭଳି କାର୍ଯ୍ୟାନୁଷ୍ଠାନ। ଏହା ଗଣତନ୍ତ୍ରକୁ ହତ୍ୟା, ବିଧାନସଭାର ଇତିହାସରେ ଏହା କେବେ ନ ଥିଲା। ଭାଜପା ଏବଂ ମୋହନ ମାଝୀଙ୍କ ସରକାର ଯେଉଁ ଇତିହାସ ଲେଖିଛନ୍ତି ସେଥିରେ ଏହା ଲିପିବଦ୍ଧ ହୋଇରହିବ। ଏ ଅନ୍ୟାୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ। ନିଲମ୍ବିତ କଲେ ବି ଆମେ ଡରିବୁ ନାହିଁ ବରଂ ଲଢ଼ିବୁ। ଭାଜପା ବିରୋଧୀ ଦଳରେ ଥିଲାବେଳେ ଯାହା କରୁଥିଲା ସେତେବେଳେ କ’ଣ ସବୁ ଶୋଭନୀୟ ଥିଲା । ସେମାନେ ବି ବିରୋଧୀ ଦଳରେ ଥିବାବେଳେ ଡାଲି, ଜୋତା ଆଦି ବାଚସ୍ପତିଙ୍କ ଉପରକୁ ଫିଙ୍ଗୁଥିଲେ। କଂଗ୍ରେସ ତା’ର ଆଭିମୁଖ୍ୟ ନେଇ ଲଢ଼ିବ। ୨୭ରେ ବିଧାନସଭା ଘେରାଉ ହେବାକୁ ଥିବାରୁ ରାଜ୍ୟ ସରକାର ଡରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ କହିଛନ୍ତି।
ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି, ବିଧାନସଭା ମଧ୍ୟରେ ସୁରକ୍ଷା କର୍ମୀ ଓ ଭାଜପା ବିଧାୟକମାନେ ମିଳିତ ଭାବେ କଂଗ୍ରେସ ବିଧାୟକମାନଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ୧୨ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଭାଜପା ସରକାର ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ ନ ଦେବା ଏକଚ୍ଛତ୍ରବାଦ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri