ସର୍ବଦଳୀୟ ବୈଠକ ନିଷ୍ଫଳ, ଧାରଣାରେ ବିରୋଧୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ବିଧାନସଭା। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ କମ୍ପମାନ କରିଥିବାବେଳେ ପ୍ରମୁଖ ବିରୋଧୀ ବିଜେଡି ସଦସ୍ୟଙ୍କ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଗୃହ ଏକପ୍ରକାର ଅଚଳାବସ୍ଥାକୁ ଚାଲିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ କିଛି ଶୁଣିବା ଅବସ୍ଥାରେ ନ ଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ସଦସ୍ୟଙ୍କୁ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରି ନ ଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ତାହା ନିଷ୍ଫଳ ହୋଇଥିଲା। ବାରମ୍ବାର ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ୪ଟି ପର୍ଯ୍ୟାୟରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇଯାଇଥିଲା।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଂଗ୍ରେସର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଘଣ୍ଟ ମାଡ଼କରି ଗୃହକୁ ହୁଲସ୍ଥୂଲ କରିଦେଇଥିଲେ। ଏଥିସହ କଂଗ୍ରେସର ଅନ୍ୟ ସଦସ୍ୟମାନେ କରତାଳି ଓ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ସେହିପରି ବିଜେଡି ସଂରକ୍ଷଣ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ପ୍ରବଳ ସ୍ଲେଗାନ ଦେଇଥିଲା। ଫଳରେ ଗୋଟିଏ ମିନିଟ୍‌ ମଧ୍ୟ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବପର ହୋଇପାରି ନ ଥିଲା।
ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ମା’ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଗୃହ କମିଟି ଦାବିକରି ଆସୁଛି। ସରକାର ନିଦାବିଷ୍ଣୁ ସାଜିଛନ୍ତି। ସେଥିପାଇଁ ଆମେ ବିଧାନସଭା ଗୃହ ତଥା ପବିତ୍ର ମନ୍ଦିରରେ ଘଣ୍ଟମାଡ଼ କରୁଛୁ। ଭାବୁଛୁ ସରକାର ଟିକେ ଚେତିବେ, ହେଲେ ତାଙ୍କର ନାରୀଙ୍କ ପ୍ରତି ଟିକିଏ ବି ସମ୍ମାନ ନାହିଁ। ଯେପର୍ଯ୍ୟନ୍ତ ସେମାନେ ଗୃହ କମିଟି ଗଠନ ପାଇଁ ରୁଲିଂ ଦେଇନାହାନ୍ତି ସେପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି କାଡ଼ାମ କହିଥିଲେ।
ସଦସ୍ୟ ଅରୁଣ କୁମାର ସାହୁ କହିଛନ୍ତି, ଭାଜପା ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ। ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ବରକୁ ଶାଣିତ କରୁଛି, ସେତେବେଳେ ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି। ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର। ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ୍‌ ଆଗରେ ବସିଲୁ। ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ? ଯେବେ ଜମ୍ମୁ- କଶ୍ମୀର ଏସ୍‌ଟିଏସ୍‌ସି/ଓବିସି ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କଲେ, ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ କି ବୋଲି ସାହୁ ପ୍ରଶ୍ନ କରିଥିଲେ।
ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବିରୋଧୀ ସଦସ୍ୟମାନେ ଗୃହ ଭିତରେ ଦୁଃଶାସନ ଓ ଦୁର୍ଯ୍ୟୋଧନ ଭଳି ହେଉଛନ୍ତି। ବାଚସ୍ପତିଙ୍କୁ ଗୃହ ଚଳାଇବାକୁ ଦେଉନାହାନ୍ତି। ଏହାଦ୍ୱାରା ଅନ୍ୟ ସଦସ୍ୟମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉତ୍‌ଥାପନ କରିପାରୁନାହାନ୍ତି। ବିରୋଧୀମାନେ ବିରୋଧ କରିବାକୁ ମନା ନାହିଁ, ହେଲେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସୀମା ଟପିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?