Posted inଜାତୀୟ

କହ୍ନେୟାଙ୍କ ହତ୍ୟାକାରୀଙ୍କ ଭାଜପା ଲିଙ୍କ୍‌ ନେଇ ରାଜନୀତି ଆରମ୍ଭ…

ଉଦୟପୁର, ୨।୭ : ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଲିଙ୍କ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ତାଙ୍କୁ ଭାଜପାର ବରିଷ୍ଠ ନେତା ଗୁଲାବଚନ୍ଦ କଟାରିଆଙ୍କ ସହ ଦେଖିବାକୁ ମିଳିଛି। ଏହି ଫଟୋ ୨୦୧୮ ବୋଲି କୁହାଯାଉଛି। ଏହା ବ୍ୟତୀତ ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସହ ଜଡିତ ଜଣେ କର୍ମଚାରୀଙ୍କ ପୁରୁଣା ସୋସିଆଲ ମିଡ଼ିଆ ପୋଷ୍ଟ୍‌ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ରିୟାଜଙ୍କୁ ଭାଜପା କର୍ମୀ ବୋଲି ଉଲ୍ଲେଖ କରିଛନ୍ତି। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି।

୨୦୧୯ରେ ଇରଶାଦ ଚେନୱାଲା ଏବଂ ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସହ ଜଡିତ କାର୍ଯ୍ୟକର୍ତ୍ତା ମହମ୍ମଦ ତାହିରଙ୍କ ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡିଆ ପୋଷ୍ଟରେ ରିୟାଜ ଦୃଶ୍ୟମାନ ହେଉଛନ୍ତି। ଏକ ଫଟୋରେ, ଇରଶାଦ ଚେନୱାଲା ରିୟାଜଙ୍କୁ ଫୁଲ ମାଳ ପିନ୍ଧାଇ ସ୍ବାଗତ କରୁଛନ୍ତି। ଯେତେବେଳେ ଏ ବିଷୟରେ ପଚରାଗଲା, ଇରଶାଦ ଚେନୱାଲା କହିଛନ୍ତି ଯେ ସେ ମକ୍କା-ମଦିନାରୁ ଫେରିବା ପରେ ଏଭଳି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଚେନୱାଲା କହିଛନ୍ତି ଯେ ତାଙ୍କୁ ମହମ୍ମଦ ତାହିର ରିୟାଜଙ୍କ ସହ ପରିଚିତ କରିଥିଲେ। ରିୟାଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ତାହିର ଜଣେ କ୍ୟାମେରାମ୍ୟାନ ଏବଂ ଭାଜପା ସମର୍ଥକ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ପ୍ରୋଫାଇଲ ଫଟୋରେ ଭାଜପାର ପଗଡି ଦୃଶ୍ୟମାନ ହେଉଛି। ତାହିର ତାଙ୍କ ପୋଷ୍ଟରେ ରିୟାଜଙ୍କୁ ଭାଜପା କର୍ମୀ ବୋଲି କହିଛନ୍ତି। ତାହିର ଏହି ପୋଷ୍ଟରେ ଲେଖିଛନ୍ତି ଉମରାର ଜିଆରାଟରୁ ଉଦୟପୁରରେ ପହଞ୍ଚିବା ପରେ ଭାଜପା କର୍ମୀ ହର ଦିଲ ଅଜିଜ, ରିୟାଜ ଅତାରତଙ୍କୁ ସ୍ବାଗତ କରୁୁଛନ୍ତି। ଆଲ୍ଲା ରିୟାଜ ଅତାରି ଭାଇଜାନଙ୍କ ସମସ୍ତ ପ୍ରାର୍ଥନା ଗ୍ରହଣ କରନ୍ତୁ, ଆମେନ ।

ଏହି ପୋଷ୍ଟଟି ତାହିରଙ୍କ ଫେସବୁକ ଆକାଉଣ୍ଟରୁ ୨୫ ନଭେମ୍ବର ୨୦୧୯ ରେ ଅପଲୋଡ୍‌ କରାଯାଇଥିଲା। ଏଥିରେ ତାହିର ଏବଂ ଚେନୱାଲା ଏବଂ ଅନ୍ୟ ଜଣେ ଭାଜପା ନେତା ରିୟାଜଙ୍କୁ ଫୁଲମାଳ ପିନ୍ଧାଉଥିବାରୁ ଦେଖିବାକୁ ମିଳିଛି। ଏଥି ସହିତ ତାହିର ସହ ଜଡିତ ଅନେକ ପୋଷ୍ଟରେ ରିୟାଜ ଅତାରି ନାମକ ଏକ ଫେସବୁକ ଆକାଉଣ୍ଟ ବିଷୟରେ ଉଲ୍ଲେଖ କରାଯାଇଛି। କିନ୍ତୁ ସେହି ଆକାଉଣ୍ଟ ଏବେ ଆଉ ଦୃଶ୍ୟମାନ ହେଉନାହିଁ। ଏହି ଘଟଣା ପରେ ହତ୍ୟାକାରୀମାନେ ଏହି ଆକାଉଣ୍ଟ ଡିଲିଟ କରିଥିବା ସନ୍ଦେହ କରାଯାଉଛି।

ଏହା ବ୍ୟତୀତ ୨୭ ଅକ୍ଟୋବର ୨୦୧୯ ରେ ତାହିରଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ବିବାଦୀୟ ମନ୍ତବ୍ୟ ଲେଖିଛନ୍ତି। ରିୟାଜଙ୍କ ସହ ଫଟୋ ସମ୍ପର୍କରେ ବିରୋଧୀ ଦଳର ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି ଯେ ସଂଖ୍ୟାଲଘୁ ମୋର୍ଚ୍ଚାର କିଛି ପୁରୁଣା କାର୍ଯ୍ୟକ୍ରମରେ ଏହି ଫଟୋ ନିଶ୍ଚୟ ନିଆଯାଇଛି। ଇରଶାଦ ଚେନୱାଲା ସଂଖ୍ୟାଲଘୁ ମୋର୍ଚ୍ଚାର ଜଣେ ପୁରୁଣା କର୍ମୀଚ୍‌। ବାକି ଏହି ଘଟଣାରେ, ଯଦି ମୁଁ କିମ୍ବା ଭାଜପାର କୌଣସି ବ୍ୟକ୍ତି ଜଡିତ ଥାନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri