କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ ପୋଡ଼ିବା ସହ ମାର୍‌ପିଟ୍‌ ହୋଇଛି। ଏହାକୁ ନେଇ ଅଭିଯୋଗକ୍ରମେ ଆଗରପଡ଼ା ଥାନାରେ ୩ଟି ମାମଲା ରୁଜୁ କରାଯାଇଛି। କାଦବରାଙ୍ଗ ବଜାରରେ ତେଜରାତି ଦୋକାନ କରିଥିବା ବଳରାମ ଆରଣ ଶୁକ୍ରବାର ଦୋକାନରେ ଥିବା ବେଳେ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେମାନେ ତାଙ୍କୁ ଧକ୍କା ମାରିବା ସହ ପିନ୍ଧିଥିବା ସୁନା ଚେନ୍‌, ମୁଦି ଓ ଦୋକାନରୁ ଟଙ୍କା ନେଇଯାଇଥିବା ବଳରାମଙ୍କ ଭାଇ ଉମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ଏନେଇ ଥାନାରେ ମାମଲା (ନଂ.୯୪/୨୪) ରୁଜୁ ହୋଇଛି।
ସେହିପରି କାଦବରାଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗୀରଥି ସେଠୀ ଶୁକ୍ରବାର ଭଦ୍ରକରୁ ଫେରୁଥିବା ବେଳେ କାଦବରାଙ୍ଗ ବଜାରରେ ଆକ୍ରମଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ କନକଲତା ସେଠୀଙ୍କ ଅଭିଯୋଗକ୍ରମେ ଥାନାରେ ଅନ୍ୟ ଏକ ମାମଲା (ନଂ.୯୫/୨୪) ରୁଜୁ ହୋଇଛି। ଅପରପକ୍ଷେ ଉକ୍ତ ବଜାରରେ ସୁରେଶ ଗିରି ତାଙ୍କ ଦୋକାନରେ ବସିଥିବା ବେଳେ କେତେଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗାଳିଗୁଲଜ କରିବା ସହ ଦୋକାନ ବନ୍ଦ କରି ପଳାଇ ଯିବାକୁ ଧମକ ଦେଇଥିଲେ। ସେ ଦୋକାନ ବନ୍ଦ କରି ଯିବା ପରେ ସେମାନେ ତାଙ୍କ ଦୋକାନର ଟେବୁଲ, ଖଟ ଓ ଛପର ଭଙ୍ଗାରୁଜା କରିବା ସହ ଆଗରେ ଥିବା ଲୁଣ ବସ୍ତା ଫିଙ୍ଗି ଦେଇଥିଲେ। ପରେ ବଜାରର ଏକ ଚାଉମିନ ଦୋକାନକୁ ପୋଡ଼ି ଦେଇଛନ୍ତି। ସୁରେଶଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୯୮/୨୪) ରୁଜୁ କରିଛି। ପୋଲିସ ଏସବୁ ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶଥାଉ କି, ପୂର୍ବରୁ ଏଠାରେ ବାରମ୍ବାର ଏଭଳି ହିଂସାକାଣ୍ଡ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri