ରାଜନୈତିକ ହିଂସା: ବର୍ଷକରେ ଗଲାଣି ୮ ଜୀବନ

ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା ଓ ସେମାନଙ୍କ ସମର୍ଥକ ସୀମା ଲଙ୍ଘି ଯାଇଛନ୍ତି। ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଧମକ, ଅପହରଣ, ଗାଡ଼ି ପୋଡ଼଼ି ଓ ଆକ୍ରମଣ ଭଳି ବହୁ ହିଂସାକାଣ୍ଡ ଘଟିଛି। ନିର୍ବାଚନ ପରେ ଜିଲାରେ ପ୍ରତିଶୋଧ ଜନିତ ରକ୍ତପାତ ଥମୁନାହିଁ। ରକ୍ତରଞ୍ଜିତ ହେଉଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି ତ କାର୍‌ ଚଢ଼ାଇ ହତ୍ୟା କରାଯାଉଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟି ଅମୂଲ୍ୟ ଜୀବନ ହାନୀ ହେଉଛି। ଗତ ବର୍ଷକରେ ୮ ଜଣଙ୍କ ଜୀବନ ନେଇ ସାରିଲାଣି ରାଜନୈତିକ ହିଂସାକାଣ୍ଡ। ବଡ଼ ବଡ଼ିଆ ନେତାଙ୍କ ମୋହରା ସାଜି ଗୋଷ୍ଠୀ ବିବାଦରେ ପଡ଼ି ଅଯଥାରେ ଜୀବନ ହାରୁଛନ୍ତି। କିନ୍ତୁ ପୋଲିସ ସେହି ବଡ଼ ବଡ଼ିଆଙ୍କ ସମ୍ପୃକ୍ତିକୁ ଠାବ କରିପାରୁ ନଥିବାରୁ ସହଜରେ ସେମାନେ ଖସି ଯାଉଛନ୍ତି।
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ଯୁବ ବିଜେଡି ସଭାପତି ଲଳିତ ମୋହନ ମହାପାତ୍ରଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୦ ତାରିଖ ସନ୍ଧ୍ୟାରେ ଲଳିତଙ୍କ ସହ ବିଜେଡିର ଅନ୍ୟଜଣେ ନେତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ନିଜର ବୁଲେଟ ଗାଡ଼ିରେ ସେ ଖମ୍ବାରିଗାଁ’କୁ ଫେରୁଥିଲେ। ଗାଁ’ନିକଟରେ ତାଙ୍କ ବୁଲେଟ ପଛରୁ ବିଜେଡିର ଜଣେ ନେତା କାର ଚପାଇ ତାଙ୍କୁ ହତ୍ୟା କରିଥିଲେ ବୋଲି ପରିବାର ସଦସ୍ୟ ସମ୍ପୃକ୍ତ ନେତାଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ସେହିପରି ପୂର୍ବରୁ ଗତ ବର୍ଷ ଜୁନ ମାସରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗାଁରେ ଘଟିଥିବା ଏକ ରାଜନେତିକ ହିଂସାକାଣ୍ଡରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଙ୍କ ନାମ ହେଉଛି ଯୋଗେଶ ବେହେରା। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ରାଜନେତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଗତ ଏପ୍ରିଲ୍‌ ୨୩ତାରିଖ ରାତିରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ, ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପ୍ରମାଣ ପାଇଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡ ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଏହାପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଗତ ମେ ୨୯ତାରିଖରେ ବାବୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାପଛରେ ମଧ୍ୟ ରାଜନେତିକ ଶତ୍ରୁତା ରହିଥିବା ପୁଲିସ ସ୍ପଷ୍ଟ କରିଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ନାମ ଜଣେ ଯୁବକ ଗୁରୁତର ହୋଇଥିଲେ। ଘଟଣାର ୫ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମଧ୍ୟ ଆଖି ବୁଜିଥିଲେ। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ଫେବ୍ରୁଆରି ୧୮ ତାରିଖରେ ପୋଲସରା ଏବଂ ମାର୍ଚ୍ଚ ୧୨ତାରିଖରେ ଆସିକା ଥାନା ଇଲାକାରେ ଦୁଇଟି ରାଜନେତିକ ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଗୋଷ୍ଠୀ କନ୍ଦଳ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଓ ପୁଞ୍ଜିଭୂତ ଅଶାନ୍ତି ରହିଛି। ନିର୍ବାଚନ ପାଇଁ ବିଭିନ୍ନ ଗାଁରେ ଏବେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଗତ ୬ତାରିଖ ରାତିରେ କୁକୁଡ଼ାଖଣ୍ଡି ବ୍ଲକର ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri