ରାଜନୈତିକ ହିଂସା: ବର୍ଷକରେ ଗଲାଣି ୮ ଜୀବନ

ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା ଓ ସେମାନଙ୍କ ସମର୍ଥକ ସୀମା ଲଙ୍ଘି ଯାଇଛନ୍ତି। ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଧମକ, ଅପହରଣ, ଗାଡ଼ି ପୋଡ଼଼ି ଓ ଆକ୍ରମଣ ଭଳି ବହୁ ହିଂସାକାଣ୍ଡ ଘଟିଛି। ନିର୍ବାଚନ ପରେ ଜିଲାରେ ପ୍ରତିଶୋଧ ଜନିତ ରକ୍ତପାତ ଥମୁନାହିଁ। ରକ୍ତରଞ୍ଜିତ ହେଉଛି ଗଞ୍ଜାମ ଜିଲା। କଥା କଥାରେ ଗାଁରେ ଖଣ୍ଡା ବୁଲି ମୁଣ୍ଡ ଗଡ଼ୁଛି ତ କାର୍‌ ଚଢ଼ାଇ ହତ୍ୟା କରାଯାଉଛି। ରାଜନୀତିରେ କ୍ଷମତା ଦଖଲକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟି ଅମୂଲ୍ୟ ଜୀବନ ହାନୀ ହେଉଛି। ଗତ ବର୍ଷକରେ ୮ ଜଣଙ୍କ ଜୀବନ ନେଇ ସାରିଲାଣି ରାଜନୈତିକ ହିଂସାକାଣ୍ଡ। ବଡ଼ ବଡ଼ିଆ ନେତାଙ୍କ ମୋହରା ସାଜି ଗୋଷ୍ଠୀ ବିବାଦରେ ପଡ଼ି ଅଯଥାରେ ଜୀବନ ହାରୁଛନ୍ତି। କିନ୍ତୁ ପୋଲିସ ସେହି ବଡ଼ ବଡ଼ିଆଙ୍କ ସମ୍ପୃକ୍ତିକୁ ଠାବ କରିପାରୁ ନଥିବାରୁ ସହଜରେ ସେମାନେ ଖସି ଯାଉଛନ୍ତି।
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ଯୁବ ବିଜେଡି ସଭାପତି ଲଳିତ ମୋହନ ମହାପାତ୍ରଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୦ ତାରିଖ ସନ୍ଧ୍ୟାରେ ଲଳିତଙ୍କ ସହ ବିଜେଡିର ଅନ୍ୟଜଣେ ନେତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ନିଜର ବୁଲେଟ ଗାଡ଼ିରେ ସେ ଖମ୍ବାରିଗାଁ’କୁ ଫେରୁଥିଲେ। ଗାଁ’ନିକଟରେ ତାଙ୍କ ବୁଲେଟ ପଛରୁ ବିଜେଡିର ଜଣେ ନେତା କାର ଚପାଇ ତାଙ୍କୁ ହତ୍ୟା କରିଥିଲେ ବୋଲି ପରିବାର ସଦସ୍ୟ ସମ୍ପୃକ୍ତ ନେତାଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ସେହିପରି ପୂର୍ବରୁ ଗତ ବର୍ଷ ଜୁନ ମାସରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଯାମୁନି ଗାଁରେ ଘଟିଥିବା ଏକ ରାଜନେତିକ ହିଂସାକାଣ୍ଡରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଙ୍କ ନାମ ହେଉଛି ଯୋଗେଶ ବେହେରା। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ରାଜନେତିକ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଗତ ଏପ୍ରିଲ୍‌ ୨୩ତାରିଖ ରାତିରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ, ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ପ୍ରମାଣ ପାଇଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡ ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଏହାପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଗତ ମେ ୨୯ତାରିଖରେ ବାବୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାପଛରେ ମଧ୍ୟ ରାଜନେତିକ ଶତ୍ରୁତା ରହିଥିବା ପୁଲିସ ସ୍ପଷ୍ଟ କରିଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ନାମ ଜଣେ ଯୁବକ ଗୁରୁତର ହୋଇଥିଲେ। ଘଟଣାର ୫ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ମଧ୍ୟ ଆଖି ବୁଜିଥିଲେ। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପୂର୍ବରୁ ଫେବ୍ରୁଆରି ୧୮ ତାରିଖରେ ପୋଲସରା ଏବଂ ମାର୍ଚ୍ଚ ୧୨ତାରିଖରେ ଆସିକା ଥାନା ଇଲାକାରେ ଦୁଇଟି ରାଜନେତିକ ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଗୋଷ୍ଠୀ କନ୍ଦଳ ହିଁ ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଓ ପୁଞ୍ଜିଭୂତ ଅଶାନ୍ତି ରହିଛି। ନିର୍ବାଚନ ପାଇଁ ବିଭିନ୍ନ ଗାଁରେ ଏବେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଗତ ୬ତାରିଖ ରାତିରେ କୁକୁଡ଼ାଖଣ୍ଡି ବ୍ଲକର ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ନାଟକ ଜରିଆରେ ଛାତ୍ରୀଛାତ୍ର ପାଳିଲେ ବିଶ୍ୱ ବନ ଦିବସ, ଲୋକଙ୍କୁ ସଚେତନ କରି…

ଭଞ୍ଜନଗର,୨୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତରବନଖଣ୍ଡ, ଟାଟା ପାଓ୍ବାର, ସ୍ନେହା ଅନୁଷ୍ଠାନ ଓ ବିଡିପୁରସ୍ଥିତ ଟିଏସ୍‌ଡି କଲେଜ ଏନ୍‌ସିସି ପକ୍ଷରୁ ମିଳିତ ଭାବେ ଶନିବାର…

ପ୍ରତାପ ଜେନାଙ୍କ ଘର ଉପରେ ଆକ୍ରମଣ ନେଇ ତାତିଲା ବିଜେଡି: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଭୁବନେଶ୍ୱର,୨୧।୩(ସୁନିତ ମିଶ୍ର): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ଅନୁପସ୍ଥିତିରେ ତାଙ୍କ ବାସଭବନରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri