ମୁଖ୍ୟମନ୍ତ୍ରୀ-ନରସିଂହ ମିଶ୍ରଙ୍କ ଭେଟ୍‌ଘାଟ୍‌କୁ ନେଇ ରାଜନୈତିକ ମହଲରେ ହଲ୍‌ଚଲ୍‌

ବଲାଙ୍ଗୀର,୮ା୧(ବୀରେନ୍ଦ୍ର କୁମାର ଝାଙ୍କର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗତ ୪ ତାରିଖରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଓଡ଼ିଶା ରାଜ୍ୟ ଏବଂ ବଲାଙ୍ଗୀର ଜିଲାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପ ନିକଟରେ ଥିବା ଖେଳପଡ଼ିଆକୁ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଶ୍ର ପ୍ରସ୍ତାବ ଦେଇଥିଲେ। ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ଏକ ଉଦ୍ୟାନ ନିର୍ମାଣ ପାଇଁ ଆସିଥିବା ଅନୁଦାନ ଫେରିଯାଇଥିଲା। ତେଣୁ ସେହି ଅନୁଦାନରାଶି ପୁଣି ପ୍ରଦାନ କରି ଲୋୟର ସୁକ୍‌ତେଲ ଡ୍ୟାମ୍‌ ନିକଟରେ ଏକ ବଡ଼ ଉଦ୍ୟାନ ବା ପାର୍କ ନିର୍ମାଣ କାମ ଆରମ୍ଭ କରାଯାଉ ବୋଲି ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ଆଇନମନ୍ତ୍ରୀ ନରସିଂହଙ୍କ ମଧ୍ୟରେ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ସର୍ବଦଳୀୟ କମିଟି ଗଠନ କରିଥିଲେ। ଏହାକୁ ନରସିଂହ ସ୍ବାଗତ କରିବା ସହ ପୂର୍ବ ସରକାରକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଭାଜପା ସରକାର ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ କମିଟି ଗଠନ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ କଂଗ୍ରେସର ବରିଷ୍ଠ ନେତା ଆସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିଥିବା ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଧିମାଛଗାଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା,୯।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ...

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

ଶୀତ କାକରରେ ଦୁଲୁକିଲା ବୁଢ଼ାରଜା ମଞ୍ଚ: କଳା-ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

କେସିଙ୍ଗା,୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହୋଇଯାଇଛି। କେସିଙ୍ଗା ବିଡିଓ ତଥା ଆବାହକ ଜନ୍ମେଜୟ...

ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ...

ଏପି ଢିଲୋନ୍ ଇମ୍ପାକ୍ଟ: ତାରା ସୁତାରିଆ, ବୀର ପାହାରିଆ ବ୍ରେକଅପ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କ ‘ଏପି...

ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ...

ହଜିଗଲା ମାନବିକତା: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ମାରି ଝୁଲାଇଦେଲେ

କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri