Posted inଜାତୀୟ

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ ରୋକା ଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ। ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ହିମା ଖୋଲିଙ୍କ ନେତୃତ୍ୱରେ ଏକ ବେଞ୍ଚ ବୁଧବାର କହିଛନ୍ତି ଯେ ବିନା ମୂଲ୍ୟରେ ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳ ପକ୍ଷରୁ କରାଯାଉଥିବା ଯୋଜନା ଘୋଷଣାକୁ କୋର୍ଟ ରୋକି ପାରିବେ ନାହିଁ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସରକାରଙ୍କ କାମ। ଜନସାଧାରଣଙ୍କ ଟଙ୍କା କିପରି ଖର୍ଚ୍ଚ ହେବ ତାହା ଚିନ୍ତାର ବିଷୟ ବୋଲି କୋର୍ଟ କହିଛନ୍ତି। ଏହି ବିଷୟଟି ବହୁତ ଜଟିଳ। ଏହି ପ୍ରସଙ୍ଗ ଉପରେ ଏବେ ପ୍ରଶ୍ନ ଉଠିଛି ଯେ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଦେବାକୁ କ୍ଷମତା ରଖିଛନ୍ତି କି? ପ୍ରଧାନ ବିଚାରପତି କହିଛନ୍ତି ଯେ କେଉଁ ଯୋଜନାକୁ ମାଗଣା ଘୋଷଣାରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ କେଉଁଟି ନୁହେଁ, ଏହା ଏକ ଜଟିଳ ପ୍ରସଙ୍ଗ। ପ୍ରଧାନ ବିଚାରପତି କହିଛନ୍ତି, ଆମେ ରାଜନୈତିକ ଦଳଗୁଡ଼ିକୁ ପ୍ରତିଶ୍ରୁତି ଦେବା ବନ୍ଦ କରବା ଲାଗି ରୋକି ପାରିବୁ ନାହିଁ।

ପ୍ରଶ୍ନ ହେଉଛି କେଉଁ ପ୍ରତିଶ୍ରୁତି ସତ୍ୟ ଅଟେ। ଆମେ ମାଗଣା ଶିକ୍ଷାର ପ୍ରତିଶ୍ରୁତିକୁ ଫ୍ରିବିଜ ଭାବରେ ଗ୍ରହଣ କରିପାରିବା କି? ମାଗଣା ପାନୀୟ ଜଳ ଏବଂ କିଛି ୟୁନିଟ ବିଦ୍ୟୁତ ଯୋଗାଇବା ମଧ୍ୟ ଫ୍ରିବିଜ ଭାବରେ ବିବେଚନା କରାଯାଇପାରିବ କି? କିମ୍ବା ଉପଭୋକ୍ତା ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବଣ୍ଟନକୁ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଅଦାଲତ କହିଛନ୍ତି ଯେ ବର୍ତ୍ତମାନ ଜନସାଧାରଣଙ୍କ ଟଙ୍କା ଖର୍ଚ୍ଚ କରିବାର ସଠିକ ଉପାୟ କ’ଣ ହୋଇପାରେ ତାହା ବର୍ତ୍ତମାନ ଚିନ୍ତାର ବିଷୟ। କିଛି ଲୋକ କୁହନ୍ତି ଯେ ଟଙ୍କା ନଷ୍ଟ ହେଉଛି। ଏହା ବ୍ୟତୀତ କିଛି ଲୋକ ମତ ଦେଇଛନ୍ତି ଯେ ଏହା କଲ୍ୟାଣ ମୂଳକ କାର୍ଯ୍ୟ। ଏହି ବିଷୟ ଜଟିଳ ହେବାରେ ଲାଗିଛି। ଆପଣ ଆପଣଙ୍କର ମତାମତ ଦେଇପାରିବେ। ବିତର୍କ ଏବଂ ଆଲୋଚନା ପରେ, ଆମେ ଏହା ଉପରେ ନିଷ୍ପତ୍ତି ନେଇପାରିବା। କେବଳ ପ୍ରତିଶ୍ରୁତି ଆଧାରରେ ରାଜନୈତିକ ଦଳମାନେ ବିଜୟ ପାଆନ୍ତି ନାହିଁ ବୋଲି କୋର୍ଟ କହିଛନ୍ତି।

ଏହା ସହିତ ପ୍ରଧାନ ବିଚାରପତି ମନରେଗାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବେଳେବେଳେ ରାଜନୈତିକ ଦଳ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଏହା ପରେ ମଧ୍ୟ ସେମାନେ ଜିତି ପାରନ୍ତି ନାହିଁ। ଆସନ୍ତା ସପ୍ତାହରେ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ସୁଦ୍ଧା ଏହି ପ୍ରସଙ୍ଗରେ ଏକ କମିଟି ଗଠନ ନେଇ ମତାମତ ସଂଗ୍ରହ ପରେ ସୋମବାର ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସ୍ବାର୍ଥ ନୁହେଁ, ପ୍ରଚାର ସ୍ବାର୍ଥ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧୦: ତାଜମହଲ ଇତିହାସର ତଥ୍ୟାନ୍ବେଷୀ ଅନୁଧ୍ୟାନ ସହ ଏହା ପରିସରରେ ଥିବା ୨୨ଟି ପ୍ରକୋଷ୍ଠକୁ ଖୋଲିବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର...

ଏଣିକି ହେଲମେଟ୍‌ ଉପରେ ନଜର ରଖିବେ ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୮:ସାଧାରଣତଃ ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ପ୍ରକାରର ହେଲମେଟ ପିନ୍ଧନ୍ତି। ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ। କାରଣ ସଡ଼କ...

ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଅଭିଯାନ: ସମସ୍ତ ଖର୍ଚ୍ଚ ବହନ କରିବେ ମୋଦି ସରକାର

ନୂଆଦିଲ୍ଲୀ,୨୫।୨: ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଇତିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସ୍‌ନ...

ଜେଲରେ ହଙ୍ଗର ଷ୍ଟ୍ରାଇକରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ

ନୂଆଦିଲ୍ଲୀ,୨୩ ।୭: ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲିକ ଜେଲ ଭିତରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ।...

କରୋନା ମୁକାବିଲା: ସମସ୍ତ ଜିଲାରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୫।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ...

ଭ୍ରଷ୍ଟ ଶାସନ ଦେବା ଆମ ସରକାରଙ୍କ ଲକ୍ଷ୍ୟ: ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ଅମରାବତି,୧୬।୬: ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ପି ପୁଷ୍କା ଶିଓ୍ବାନିଙ୍କ ପାଟିରୁ ଖସି ଯାଇଥିବା କଥା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ଗତ ଶନିବାର...

ଡିସେମ୍ବର ପାଇଁ ଆସିଲା ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡ୍‌ଲାଇନରେ ଗୁରୁତ୍ୱ ଦିଆଯାଇଛି। କଣ୍ଟେନମେଣ୍ଟ...

ଇ-ରୁପି ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଇ-ରୁପି ଲଞ୍ଚ୍‌ କରିଛନ୍ତି। ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିଛନ୍ତି। ୟୁପିଆଇ...

Advertisement
Archives

Model This Week