Posted inଜାତୀୟ

ପଞ୍ଜାବରେ ବଦଳିଲା ରାଜନୈତିକ ସମିକରଣ: ଭାଜପା ହୋଇପାରେ ଗେମ ଚେଞ୍ଜର, ୭୭ ଆସନରେ ପଡିପାରେ ପ୍ରଭାବ

ଚଣ୍ଡିଗଡ,୨୦ ।୧୧: ଗୁରୁପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ପଞ୍ଜାବ ରାଜନୀତିର ସମିକରଣ ବଦଳି ଯିବା ପରି ଲକ୍ଷ୍ୟ କରାଯାଇଛି । ଆଗାମୀ ୨୦୨୨ରେ ହେବାକୁ ଥିବା ୧୧୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଗେମ ଚେଞ୍ଜର ହୋଇପାରେ ବୋଲି କୁହାଯାଉଛି । ଏହାର ଆଉ ଏକ ବଡ କାରଣ ହେଉଛି ରାଜ୍ୟର କୃଷି କାର୍ଯ୍ୟ କରୁଥିବା ୭୫ ପ୍ରତିଶତ ଜନସଂଖ୍ୟାର ୭୭ ବିଧାନସଭା ଆସନରେ ଏହି ନୂଆ କୃଷି ଆଇନ ଅଧିକ ପ୍ରଭାବ ପକାଇଥାଆନ୍ତା । ହେଲେ ଏବେ ଏହା ବଦଳି ଯାଇଛି । ତେଣୁ ଆଗାମୀ ନିର୍ବାଚନରେ ଭାଜପା ଏହି ଆସନରେ ତା’ର ଲାଭ ଉଠାଇପାରେ ବୋଲି କୁହାଯାଉଛି ।
କୃଷି ଆଇନକୁ ନେଇ ପଞ୍ଜାବର ରାଜନୀତି ଭାଜପା ପାଇଁ କଠିନ ହୋଇଯାଇଥିଲା । ପାର୍ଟି ନେତାଙ୍କୁ ଲଗାତାର ଭାବେ କୃଷକମାନେ ବିରୋଧ କରି ଆସୁଥିଲେ । ନେତାଙ୍କ ଘର ବାହାରେ କୃଷକମାନେ ଡେରା ପକାଇଥିଲେ । ସଡ଼କ ଉପରକୁ ଆସୁଥିବା ନେତାଙ୍କୁ ବି କୃଷକଙ୍କ ବିରୋଧର ସାମ୍ନା କରିବାକୁ ପଡୁଥିଲା । ନିକଟରେ ସେଠାରେ ହୋଇଥିବା ନଗର ନିଗମର ନିର୍ବାଚନରେ କୃଷକଙ୍କ ବିରୋଧ ଯୋଗୁ ଦଳକୁ ପ୍ରାର୍ଥୀ ମିଳିବା ବି କଷ୍ଟକର ବ୍ୟାପାର ହୋଇ ଯାଇଥିଲା । ବାଧ୍ୟ ହୋଇ ଦଳ କେତେଜଣ ପଦାଧିକାରୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ଏହି ସମୟରେ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଜରୁରୀ ଥିଲା । କରତାରପୁର କରିଡର ଖୋଲିବା ଠାରୁ ପଞ୍ଜାବର ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଲଗାତାର ଭାବେ ପଞ୍ଜାବର ନେତାଙ୍କଠାରୁ ଫିଡବ୍ୟାକ ବି ନେଉଥିଲେ । ଏହାକୁ ନେଇ ଦିଲ୍ଲୀରେ କିଛି ବୈଠକ ବି ଆୟୋଜନ କରାଯାଇଥିଲା । ନିକଟରେ ପଞ୍ଜାବ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ସାକ୍ଷାତ୍ କରି ପଞ୍ଜାବରେ ପରିବର୍ତ୍ତିତ ରାଜନୈତିକ ସମିକରଣର ସୂଚନା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ଏବେ ପଞ୍ଜାବ ରାଜନୀତିର ସମିକରଣ ବଦଳି ଯାଇଥିବା କୁହାଯାଉଛି । ତେଣୁ ଏବେ ଭାଜପା ପଞ୍ଜାବ ରାଜନୀତିରେ ଗେମ ଚେଞ୍ଜର ହୋଇପାରେ ବୋଲି ଅନୁମାନ କରାଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri