ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା: ଖୁବ୍‌ଶୀଘ୍ର ଭାଜପାରେ ମିଶିପାରନ୍ତି ଲଲାଟେନ୍ଦୁ

ଜଗତ୍‌ସିଂହପୁର, ୮ା୪(ପ୍ରମୋଦ କୁମାର ନାୟକ):ଏକଦା ଓଡ଼ିଶା ରାଜନୀତିରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ନଁା ଥିଲା। ଜଗତ୍‌ସିଂହପୁର ଜିଲାରେ ସେ ବେଶ୍‌ ଲୋକପ୍ରିୟ ଥିଲେ। ସେ ୩ ଥର ଅର୍ଥାତ୍‌ ୧୯୭୧, ୧୯୭୪ ଓ ୧୯୮୦ ସାଧାରଣ ନିର୍ବାଚନରେ ତତ୍କାଳୀନ ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ତାଙ୍କ ପୁଅ ହିସାବରେ ଲଲାଟେନ୍ଦୁ ମହାପାତ୍ର (ଜିତୁ) ୧୯୯୫ରେ ରାଜନୀତିରେ ପାଦ ଥାପି ପ୍ରଥମ ଥର ପାଇଁ ବାଲିକୁଦା ଆସନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇ ଜିତିଥିଲେ। କିନ୍ତୁ ୨୦୦୦ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଅଣଦେଖା କରିଥିଲା। ଅର୍ଥାତ୍‌ ପ୍ରାର୍ଥୀ ନ କରି ତାଙ୍କ ସ୍ଥାନରେ ଜନତା ଦଳ ନେତା ଉମେଶ ସ୍ବାଇଁଙ୍କୁ କଂଗ୍ରେସରେ ମିଶାଇ ପ୍ରାର୍ଥୀ କରିଥିଲା। ଏହାଦ୍ୱାରା ଜିତୁଙ୍କ ରାଜନୈତିକ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥିଲା। ତଥାପି ସେ ଦଳ ନ ଛାଡ଼ି ନିରବଚ୍ଛିନ୍ନ ଭାବେ ସଙ୍ଗଠନ ପାଇଁ କାମ କରି ଚାଲିଥିଲେ। ୧୪ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କଲା ଏବଂ ବାଲିକୁଦା-ଏରସମା ବିଧାନସଭା ଆସନ ପାଇଁ ଦଳୀୟ ଟିକେଟ ଦେଲା। କିନ୍ତୁ ସେ ଜିତିପାରି ନ ଥିଲେ। ତା’ପର ନିର୍ବାଚନ ଅର୍ଥାତ୍‌ ୨୦୧୯ରେ ଏହି ଆସନରେ ଦଳ ପୁଣିଥରେ ତାଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ଅନୁରୂପ ଭାବେ ଜିତୁ ପରାଜିତ ହୋଇଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ବତନ୍ତ୍ର ଭାବେ ଧରିତ୍ରୀକୁ କହିଥିଲେ। କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ଉପରେ ସେ କହିଥିଲେ, ଏହି ଦଳରୁ ପ୍ରାର୍ଥୀ ହେବା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିତୁ ଆପାତତଃ ସୋମବାର କଂଗ୍ରେସ ଛାଡ଼ିପାରନ୍ତି। କେବଳ ଏତିକି ନୁହେଁ, ଖୁବଶୀଘ୍ର ଅର୍ଥାତ୍‌ ଦିନେ ଦୁଇଦିନ ଭିତରେ ଭାଜପାରେ ମିଶି ପ୍ରାର୍ଥୀ ହୋଇପାରନ୍ତି। ଏହାହେଲେ ବାଲିକୁଦା-ଏରସମା ବିଧାନସଭା ଆସନରେ ରାଜନୈତିକ ସମୀକରଣ ବଦଳିବା ସମ୍ଭାବନା ଅଛି। କାରଣ ଜିତୁଙ୍କ ଭୋଟ ବ୍ୟାଙ୍କ ଭାଜପାକୁ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୧୪ ନିର୍ବାଚନରେ ଜିତୁ ୩୯,୯୮୧ ଓ ୨୦୧୯ରେ ୪୯,୨୩୧ ଖଣ୍ଡ ଭୋଟ ପାଇଥିଲେ। ବଡ କଥା ହେଲା, କଂଗ୍ରେସର ଦୁର୍ବଳ ସମୟରେ ସେ ଏତେ ଭୋଟ ପାଇବା ଭାଜପା ନେତୃତ୍ୱଙ୍କୁ ଆକର୍ଷିତ କରିଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ସେତେବେଳର ଭାଜପା ପ୍ରାର୍ଥୀ ସ୍ବର୍ଗତ ଡ. ଦାମୋଦର ରାଉତଙ୍କୁ ମାତ୍ର ୩୭,୬୧୧ ଖଣ୍ଡ ଭୋଟ ମିଳିଥିବାବେଳେ ଜିତୁଙ୍କୁ ତାଙ୍କଠାରୁ ଯଥେଷ୍ଟ ଅଧିକ ଭୋଟ ମିଳିଥିଲା। ଏହିସବୁ ଦୃଷ୍ଟିରୁ ଜିତୁଙ୍କୁ ଭାଜପା ଦଳରେ ମିଶାଇବା ପାଇଁ ଚିନ୍ତା କରୁଥିବା କୁହାଯାଉଛି। ଅନ୍ୟପଟେ ଜିତୁ ଯେଉଁ ଅର୍ଥାଭାବକୁ ନେଇ ଚିନ୍ତା କରୁଛନ୍ତି ଭାଜପାରେ ମିଶିଲା ପରେ ତାହା ରହିବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri