କଟକରେ ରାଜନୈତିକ ପାଣିପାଗ ଉଷ୍ମ: ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା

କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ):କଟକରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ବାରବାଟୀ-କଟକ ପାଇଁ ବିଜେଡି ପକ୍ଷରୁ ୨ ଦିନ ତଳେ ପ୍ରକାଶ ବେହେରାଙ୍କ ନାମ ଘୋଷଣା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିଜେଡି ପ୍ରଥମେ କଟକ ଲୋକ ସଭା ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିଲା। ଏହାର ଗୋଟିଏ ଦିନ ପରେ ଭାଜପା କଟକ ଲୋକ ସଭା ପ୍ରାର୍ଥୀ ଭାବେ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା କରିଥିଲା। ହେଲେ କଂଗ୍ରେସ କାହାକୁ ଲୋକ ସଭା ପ୍ରାର୍ଥୀ କରିବ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ।
କଟକ ଜିଲାର ୯ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୭ଟି(କଟକ-ସଦର, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, ବଡମ୍ବା ଓ ମାହାଙ୍ଗା)ରେ ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଠିକ୍‌ ଏହାର ପରଦିନ ବିଜେଡି ପକ୍ଷରୁ ସାଲେପୁର ଓ ବାରବାଟୀ-କଟକ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ହେଲେ ଏପର୍ଯ୍ୟନ୍ତ ବାରବାଟୀ-କଟକ ପାଇଁ ଭାଜପା କାହିଁକି ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ ତାହାକୁ ନେଇ ଲୋକେ ତର୍ଜମା କରୁଛନ୍ତି। ଅପରପକ୍ଷରେ ନାମ ଘୋଷଣା ପରେ ଦୁଇଦିନ ହେବ ପ୍ରକାଶ ବେହେରା ଦଳର ନେତୃବୃନ୍ଦଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା ଚଳାଇଛନ୍ତି। ପୂର୍ବରୁ ଭାଜପାରେ ଥିବା ପ୍ରକାଶଙ୍କୁ ବିଜେଡି ଆମଦାନୀ କରି ବାରବାଟୀ-କଟକରେ ଲଢ଼ିବା ପାଇଁ ପ୍ରସ୍ତୁତ କରୁଥିବାବେଳେ ଏହି ପ୍ରକ୍ରିୟାକୁ ଭାଜପା ଆପଣାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି, ବାରବାଟୀ-କଟକ ପାଇଁ ନେତା କିପରି ହେବ ସେ ସମ୍ପର୍କରେ ଭୋଟର ନିଷ୍ପତ୍ତି ନିଅନ୍ତି। ବିଜେଡିର କୌଣସି ଧାରାକୁ ଭାଜପା ଆପଣାଇ ନାହିଁ। ଖୁବ୍‌ଶୀଘ୍ର ବାବରାଟୀ-କଟକ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଭାଜପା କୌଣସି ମତେ ନେତାଙ୍କୁ ଆମଦାନୀ କରି ବାରବାଟୀ-କଟକରେ ଲଢିବାକୁ ଦେବନାହିଁ। ଖୋଦ୍‌ କଟକିଆ ନେତାଙ୍କୁ ଭାଜପା ଏଠାରେ ପ୍ରାର୍ଥୀ କରିବ। ପୂର୍ବରୁ ଯିଏ ଭୋଟରଙ୍କ ନିକଟତର ହୋଇରହିଛନ୍ତି।
ସୂଚନାନୁଯାୟୀ, ବାରବାଟୀ-କଟକ ଭାଜପାର ବିଧାନସଭା ଟିକେଟକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ଭାଜପାରେ ପୂର୍ବରୁ ଆଶାୟୀଙ୍କ ଲମ୍ବା ତାଲିକା ରହିଥିବାବେଳେ ଦଳରେ ନୂଆ କରି ଅରିନ୍ଦମ ରାଏ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ଅରିନ୍ଦମଙ୍କୁ ପ୍ରଚାରରେ ଅନ୍ୟ ସ୍ଥାନରେ ଦେଖିବାକୁ ମିଳିଥିବାବେଳେ ଦଳରେ ଯୋଗଦେବା ପରେ ଗାଏବ ହୋଇ ଯାଇଛନ୍ତି ଅନୁଭବ। ଅପରପକ୍ଷରେ କଂଗ୍ରେସ ବରିଷ୍ଠ ନେତା ଇଂ. ମହମ୍ମଦ ମୋକିମ ତୃଣମୂଳସ୍ତରରେ ଲୋକଙ୍କ ସହିତ ଯୋଡି ହୋଇ କାମ କରୁଛନ୍ତି। ତେଣୁ କଂଗ୍ରେସ ପକ୍ଷରୁ ତାଙ୍କୁ ଟିକେଟ୍‌ ମିଳିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri