ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ,୨।୧୧: ରବିବାରଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏହି ପୂଣ୍ୟ ଓ ଧର୍ମ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରତ୍ୟୁଷରୁ ସ୍ନାନ ସାରିବା ପରେ ସଂକଳ୍ପ କରି ବ୍ରତ ଧରିଛନ୍ତି। ତୁଳସୀ ଚଉରା ମୂଳେ ରାଇଦାମୋଦରଙ୍କ ପୂଜା ମଧ୍ୟ କରିଛନ୍ତି। କିନ୍ତୁ ମହାପ୍ରଭୁଙ୍କ ଦର୍ଶନରୁ ହବିଷିଆଳି ଓ ଭକ୍ତ ବଞ୍ଚତ୍ତ ହୋଇଛନ୍ତି। କୋଭିଡ୍‌ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ହବିଷିଆଳି ଫେରୁଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ହୋଇଛି। ନିର୍ଘଣ୍ଟ ସମୟର ୨ଘଣ୍ଟା ବିଳମ୍ବରେ ଦ୍ୱାର ଖୋଲିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପୁରୀ ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳିଙ୍କ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ପାଇଁ ବ୍ୟବସ୍ଥା କରାଯାଇଛି। ଅରୁଣ ସ୍ତମ୍ଭ ପାଖକୁ କାହାକୁ ଛଡ଼ାଯାଉ ନାହିଁ। ଦୂରରୁ ସମସ୍ତଙ୍କୁ ପତିତପାବନଙ୍କ ଦର୍ଶନ ସୁଯୋଗ ଦିଆଯାଉଛି। ହବିଷିଆଳି ଓ ଭକ୍ତ ସୁବିଧାରେ ମହାପ୍ରସାଦ ପାଇବା ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଶେଡ୍‌ କରାଯାଇ ମହାପ୍ରସାଦ ବିକ୍ରି କରାଯାଉଛି। ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦେଖିପାରୁ ନ ଥିବାରୁ ହବିଷିଆଳିମାନେ ମନ ଦୁଃଖ କରିଛନ୍ତି। ହବିଷିଆଳି ସାବିତ୍ରୀ ସାହୁ କହିଛନ୍ତି, ସାକ୍ଷୀଗୋପାଳରୁ ସେ ଆସିଛନ୍ତି। ଗତ କିଛିବର୍ଷ ହେବ ସେ କାର୍ତ୍ତିକ ମାସ ଆରମ୍ଭରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ରଖିଥାନ୍ତି। ହେଲେ ଏଥର ସେ ସୁଯୋଗ ନାହିଁ। ପ୍ରାୟ ୮ମାସ ହେଲାଣି ସେ ଠାକୁରଙ୍କୁ ଦେଖିନାହାନ୍ତି। ଏଥର କାର୍ତ୍ତିକ ମାସରେ ଦର୍ଶନ ସୁଯୋଗ ମିଳିବ ବୋଲି ଆଶା ରଖିଥିଲେ। କିନ୍ତୁ ସେତକ ହେଲା ନାହିଁ। ତଥାପି ପତିତପାବନଙ୍କୁ ଦର୍ଶନ କରି ସେ ଘରକୁ ଫେରିଯାଉଥିବା କହିଛନ୍ତି। କେବଳ ସାବିତ୍ରୀ ନୁହଁନ୍ତି, ପୁରୀ ପଞ୍ଚକୋଶୀ ଅଞ୍ଚଳରୁ ବହୁ ବ୍ରତଧାରୀ ସକାଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ସହ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ତେବେ କାର୍ତ୍ତିକର ପ୍ରଥମ ଦିନରେ ଶ୍ରୀମନ୍ଦିର ନୀତିରେ ବିଳମ୍ବ ହୋଇଛି। ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ କରାଯାଇଥିଲା। ଏଥିରେ ଭୋର ୪ଟାରେ ଦ୍ୱାର ଫିଟିବାକୁ ନିର୍ଘଣ୍ଟ ହୋଇଥିବା ବେଳେ ରବିବାର ସକାଳ ୬ଟାରେ ଦ୍ୱାର ଫିଟାଯାଇଥିଲା। ଏହି ବିଳମ୍ବ ଅନ୍ୟ ନୀତିରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ୨ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ମହାପ୍ରସାଦ ବାହାରିଥିଲା। ତେବେ ମହାପ୍ରସାଦ ନେବା ପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ମହାପ୍ରସାଦ ବାହାରିବ ବୋଲି ନୀତି ନିର୍ଘଣ୍ଟ କରାଯାଇଥିବାରୁ ଭକ୍ତ ଓ ହବିଷିଆଳି ପହଞ୍ଚତ୍ଥିଲେ। ଟୋକନ କାଟି ଅପେକ୍ଷା କରିଥିଲେ। ହେଲେ ନୀତି ବିଳମ୍ବ ଯୋଗୁ ଅବଢା ବାହାରିବାରେ ଡେରି ହୋଇଥିଲା। ଫଳରେ ଧୀରେ ଧୀରେ ଭକ୍ତଙ୍କ ଗହଳି ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri