ଓଡ଼ିଶାରେ ଜିଏସ୍‌ଟି ଆଦାୟ ୨୧% ବଢ଼ିଲା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଗତ ବର୍ଷ ଅକ୍ଟୋବର ତୁଳନାରେ ୨୧% ବଢି ୨୪୧୯ କୋଟି ଟଙ୍କା ଛୁଇଁଛି। ସେହିଭଳି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ପରୋକ୍ଷ ଟିକସ ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଲଗାତର ଦ୍ୱିତୀୟ ମାସ ଲାଗି ରାଜ୍ୟରେ ଜିଏସ୍‌ଟି ଆଦାୟରେ ବୃଦ୍ଧି ଦେଖାଯାଉଛି। ଅକ୍ଟୋବରରେ ଏଥିରେ ୫.୧୬% ବୃଦ୍ଧି ଘଟିଛି। ଯାହା ସେପ୍ଟେମ୍ବରରେ ୩.୨୪% ବଢିଥିଲା। ଚଳିତ ବର୍ଷ ଅକ୍ଟୋବରରେ ସମନ୍ବିତ ଜିଏସ୍‌ଟି ସମାଧାନ ପରେ ରାଜ୍ୟ ୪୮୦.୮୩ କୋଟି ଟଙ୍କା ଲାଭ କରିଛି। ଏହା ଗତ ବର୍ଷ ସମାନ ସମୟରେ ୩୦୭.୬୯ କୋଟି ଟଙ୍କା ରହିଥିଲା। ସେହିଭଳି ସେସ୍‌ ସଂଗ୍ରହରେ ୫୭.୫୫% ବୃଦ୍ଧି ହୋଇଥିବା ସୂଚନା ମିଳିଛି।
ଲକଡାଉନ ଯୋଗୁ ଚଳିତ ବର୍ଷ ଟିକସ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ପରୋକ୍ଷ ଟିକସ ଆଦାୟ ୮.୪୮% ନିମ୍ନରେ ରହି ୪୩୦୯.୨୯ କୋଟି ଟଙ୍କା ରହିଛି। ଗତ ବର୍ଷ ସମାନ ସମୟରେ ଏହା ୪୭୦୮.୩୯ କୋଟି ଟଙ୍କା ରହିଥିଲା। ସେହିଭଳି ଏପ୍ରିଲ-ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ କଥା ବିଚାରକୁ ନେଲେ ଏହା ୧୪,୭୦୧ କୋଟି ଟଙ୍କା ରହିଛି। ଗତ ବର୍ଷ ସମାନ ଅବଧିରେ ଏହା ୧୭,୦୨୦ କୋଟି ଟଙ୍କା ରହିଥିଲା। ସେହିଭଳି ରାଜ୍ୟ ମଧ୍ୟରେ ଭାଟ୍‌ ସଂଗ୍ରହ ଗତମାସଠାରୁ ଉନ୍ନତି ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପେଟ୍ରୋଲିୟମ ଡିଲରଙ୍କଠାରୁ ଯଥାକ୍ରମେ ୪୬୪.୨୫ କୋଟି ଓ ୫୧୪.୨୯ କୋଟି ଟଙ୍କାର ଟିକସ ଆଦାୟ କରାଯାଇଛି। ସେହିଭଳି ଅଣ ଜିଏସ୍‌ଟି ରାଜସ୍ବ ଆଦାୟରେ ବୃଦ୍ଧି ଦେଖାଯିବା ସହ ଏହା ୩୬.୦୫% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri