ଓଡ଼ିଶାରେ ଜିଏସ୍‌ଟି ଆଦାୟ ୨୧% ବଢ଼ିଲା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଗତ ବର୍ଷ ଅକ୍ଟୋବର ତୁଳନାରେ ୨୧% ବଢି ୨୪୧୯ କୋଟି ଟଙ୍କା ଛୁଇଁଛି। ସେହିଭଳି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ପରୋକ୍ଷ ଟିକସ ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଲଗାତର ଦ୍ୱିତୀୟ ମାସ ଲାଗି ରାଜ୍ୟରେ ଜିଏସ୍‌ଟି ଆଦାୟରେ ବୃଦ୍ଧି ଦେଖାଯାଉଛି। ଅକ୍ଟୋବରରେ ଏଥିରେ ୫.୧୬% ବୃଦ୍ଧି ଘଟିଛି। ଯାହା ସେପ୍ଟେମ୍ବରରେ ୩.୨୪% ବଢିଥିଲା। ଚଳିତ ବର୍ଷ ଅକ୍ଟୋବରରେ ସମନ୍ବିତ ଜିଏସ୍‌ଟି ସମାଧାନ ପରେ ରାଜ୍ୟ ୪୮୦.୮୩ କୋଟି ଟଙ୍କା ଲାଭ କରିଛି। ଏହା ଗତ ବର୍ଷ ସମାନ ସମୟରେ ୩୦୭.୬୯ କୋଟି ଟଙ୍କା ରହିଥିଲା। ସେହିଭଳି ସେସ୍‌ ସଂଗ୍ରହରେ ୫୭.୫୫% ବୃଦ୍ଧି ହୋଇଥିବା ସୂଚନା ମିଳିଛି।
ଲକଡାଉନ ଯୋଗୁ ଚଳିତ ବର୍ଷ ଟିକସ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ପରୋକ୍ଷ ଟିକସ ଆଦାୟ ୮.୪୮% ନିମ୍ନରେ ରହି ୪୩୦୯.୨୯ କୋଟି ଟଙ୍କା ରହିଛି। ଗତ ବର୍ଷ ସମାନ ସମୟରେ ଏହା ୪୭୦୮.୩୯ କୋଟି ଟଙ୍କା ରହିଥିଲା। ସେହିଭଳି ଏପ୍ରିଲ-ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ କଥା ବିଚାରକୁ ନେଲେ ଏହା ୧୪,୭୦୧ କୋଟି ଟଙ୍କା ରହିଛି। ଗତ ବର୍ଷ ସମାନ ଅବଧିରେ ଏହା ୧୭,୦୨୦ କୋଟି ଟଙ୍କା ରହିଥିଲା। ସେହିଭଳି ରାଜ୍ୟ ମଧ୍ୟରେ ଭାଟ୍‌ ସଂଗ୍ରହ ଗତମାସଠାରୁ ଉନ୍ନତି ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପେଟ୍ରୋଲିୟମ ଡିଲରଙ୍କଠାରୁ ଯଥାକ୍ରମେ ୪୬୪.୨୫ କୋଟି ଓ ୫୧୪.୨୯ କୋଟି ଟଙ୍କାର ଟିକସ ଆଦାୟ କରାଯାଇଛି। ସେହିଭଳି ଅଣ ଜିଏସ୍‌ଟି ରାଜସ୍ବ ଆଦାୟରେ ବୃଦ୍ଧି ଦେଖାଯିବା ସହ ଏହା ୩୬.୦୫% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଖିମ୍‌ଜୀର ‘ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌’

ଭୁବନେଶ୍ୱର,୧୯।୭(ଅଭୟ ଦାଶ): ଓଡ଼ିଶାର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଏଣ୍ଡ୍‌ ଅଫ୍‌ ସିଜନ୍‌ ସେଲ୍‌-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି...

ଟ୍ରାଫିକ ନିୟମ ଉଲ୍ଲଙ୍ଘନ: ଚାଲାଣ ଦେୟ ଜମା ସମୟ ବଢ଼ିପାରେ

ନୂଆଦିଲ୍ଲୀ,୧୨-୨: ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ଯୋଜନା ରଖିଛନ୍ତି। ଟ୍ରାଫିକ ଏବଂ ପରିବହନ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଚାଲାଣ ଜମା କରିବା ସମୟକୁ...

ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର...

ହ୍ରାସ ପାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୯।୬: କୋଭିଡ୍‌-୧୯ ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଲକଡାଉନ ଜାରି କରିଥିଲେ । ଏହି ସଂକ୍ରମଣର ଭୟାବହତା ପାଇଁ ସରକାର ନାନା...

ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୫-୬: ଆନ୍ଧ୍ର ବ୍ୟାଙ୍କ ସମ୍ବଲପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଶଙ୍କର ହେମ୍ବ୍ରମ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ହାଇଦ୍ରାବାଦ...

ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ...

୭୪୬ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ହୋଇଛି। ପ୍ରଫିଟ୍‌ ବୁକିଂ ଯୋଗୁ ଏଭଳି ହୋଇଥିବା ନଜରକୁ ଆସିଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ...

ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର

ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ...

Advertisement
Archives

Model This Week