Posted inଜାତୀୟ

ଜେଲ୍‌ରେ ଅତିକଙ୍କ ଭାଇ ଅଶରଫଙ୍କୁ ସହାୟତା କରିଥିବା ପୋଲିସ ଗିରଫ

ପ୍ରୟାଗରାଜ,୧୩।୩: ଉମେଶ ପାଲଙ୍କ ହତ୍ୟାକାଣ୍ଡରେ ବରେଲି ଜେଲ୍‌ରେ ବନ୍ଦୀ ଥିବା ବାହୁବଲୀ ବିଧାୟକ ଅତିକ ଅହମଦଙ୍କ ଭାଇ ଅଶରଫଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ୟୁପି ପୋଲିସ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି। ପଲିଭିତ ଜେଲ୍‌ରେ ମୁତୟନ ଥିବା ଜେଲ୍‌ ଗାର୍ଡ ମନୋଜ ଗୌଡଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ମନୋଜ ବରେଲି ଜେଲ୍‌ରେ ମୁତୟନ ଥିବା ବେଳେ ଅଶରଫଙ୍କ ପାଇଁ କାମ କରୁଥିଲେ। କେବଳ ସେତିକି ନୁହେଁ ତାଙ୍କ ସହ ଭେଟିବା ପାଇଁ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ। ସୋମବାର ବରେଲି ପୋଲିସ ମନୋଜଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡକାଇଥିଲେ। ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିବା ପୂର୍ବରୁ ଅଶରଫଙ୍କ ସମର୍ଥକମାନେ ଫେବୃୟାରୀ ୧୧ରେ ବରେଲି ଜେଲ୍‌ରେ ତାଙ୍କୁ ଭେଟିଥିଲେ। ଏହାପରେ ଫେବୃୟାରୀ ୨୪ରେ ଉମେଶଙ୍କ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପଞ୍ଚାୟତରୁ ମହାସଂଗ୍ରାମ

ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ...

ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଶ୍ରୀନଗର,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୭୩ତମ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିପାରନ୍ତି। ଏଥିପାଇଁ ଅଗଷ୍ଟ ୧୪ ସନ୍ଧ୍ୟାରେ...

ପାଙ୍ଗୋଙ୍ଗ୍‌ରୁ ସେନା ପ୍ରତ୍ୟାହାର ଆରମ୍ଭ

ନୂଆଦିଲ୍ଲୀ, ୧୧।୨(ପି.ଟି.): ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମା ବିବାଦକୁ ନେଇ ୯ ମାସ ହେଲା ଅଚଳାବସ୍ଥା ଲାଗି ରହିଥିବା ବେଳେ...

ନଏଡା ପରେ ଏବେ ଗାଜିଆବାଦ ବର୍ଡର ସିଲ୍‌: କେବଳ ପାସ୍‌ଧାରୀଙ୍କୁ ମିଳିବ ପ୍ରବେଶ ଅନୁମତି

ଗାଜିଆବାଦ,୨୫।୫: ଉତ୍ତରପ୍ରଦେଶ ଗାଜିଆବାଦରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ମାମଲା ତୀବ୍ରଗତିରେ ବଢ଼ିବାରେ ଲାଗିଛି। କରୋନା ମାମଲାକୁ ବଢ଼ୁଥିବା ଦେଖି ଗାଜିଆବାଦ ପ୍ରଶାସନ ଏକ...

ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ

ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ...

ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…

ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର...

ଅଶ୍ୱିନୀ କୁମାରଙ୍କ ଇସ୍ତଫା ପରେ ତେଜିଲା ରାଜନୀତି: କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୬।୨: ପଞ୍ଜାବରେ ବିଧାନସଭା ନିର୍ବାଚନର ୫ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶ୍ୱିନୀ କୁମାର ଦଳ ଛାଡିବା ପରେ କଂଗ୍ରେସରେ...

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ

ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ...

Advertisement
Archives

Model This Week