ପୋଲିସ-ଚାଷୀନେତା ମୁହାଁମୁହିଁ: ଚାଷୀ ଗଲେ କଲେକ୍ଟୋରେଟ୍‌ ଗେଟ୍‌ ପଡୁଛି

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବର୍ଷା ସହିତ ଖରିଫ ଚାଷ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ଚାଷୀଙ୍କ ରବିଧାନ ବିକ୍ରି ହୋଇପାରି ନାହିଁ। ଅନ୍ୟପଟେ ଖଳାଠାରୁ ଆରମ୍ଭ କରି ଖୋଲାମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହୋଇ ବସିଛି। ଏଭଳି ସ୍ଥିତି ଚାଷୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡ଼ିଛି। ଫଳରେ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ ତୁରନ୍ତ କ୍ରୟ କରିବା ତଥା ମଣ୍ଡିରୁ ଉଠାଇବା ପାଇଁ ଦାବି ହେଉଛି। ସ୍ଥାନୀୟ ଅଧିକାରୀମାନେ ଧାନ ଉଠାଣ ଦିଗରେ ଆଶାନୁରୂପ ପଦକ୍ଷେପ ନେଉ ନଥିବାରୁ ଜିଲାପାଳଙ୍କ ଦୃଷ୍ଟିକୁ ସେହି ସମସ୍ୟା ଆଣିବା ପରେ କିଛି ସୁଫଳ ମିଳିବ ବୋଲି ଚାଷୀମାନେ ମନରେ ଆଶା ବାନ୍ଧିଛନ୍ତି। ଏହି ଆଶା ନେଇ ଜିଲାର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ପ୍ରତିଦିନ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାନ ଉଠାଣ ଦାବି ନେଇ ଆସୁଛନ୍ତି। କେତେକ ଚାଷୀ ବର୍ଷାରେ ଭିଜି ନଷ୍ଟ ହୋଇଥିବା ତଥା ଗଜା ହୋଇଥିବା ଧାନ ଧରି ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। କିନ୍ତୁ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ସେହି ଦାବି ନେଇ ଆସିଥିବା ସମସ୍ତ ଚାଷୀଙ୍କୁ ଜିଲାପାଳ କିମ୍ବା ଅତିରିକ୍ତ ଜିଲାପାଳ ବସୁଥିବା ଚ୍ୟାମ୍ବରକୁ ଛାଡୁ ନାହାନ୍ତି ଏବଂ କିଛି ଚାଷୀ ପ୍ରତିନିଧି ସେମାନଙ୍କ ଅଭିଯୋଗ ନେଇ ସେଠାକୁ ଯିବାକୁ କହୁଛନ୍ତି। ଗୋଟିଏ ପଟେ ଚାଷୀ ଧାନବିକ୍ରି କରି ନ ପାରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ପୋଲିସର ସେଭଳି କଟକଣା ଚାଷୀଙ୍କ ପାଇଁ କଟା ଘାରେ ଚୂନ ଦେବା ଭଳି ହୋଇଛି ଏବଂ ଏହାକୁ ନେଇ ଅସନ୍ତୋଷର ନିଆଁ କୁହୁଳୁଛି।
ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସ୍ଥିତିରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଭେଡ଼େନ ବ୍ଲକ ଖୁଣ୍ଟୁଲିପାଲି ସମେତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଧାନ ଉଠାଣ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଦାବିପତ୍ର ଧରି ଜିଲାପାଳ, ଅତିରିକ୍ତ ଜିଲାପାଳ ବସୁଥିବା ଚ୍ୟାମ୍ବର ଅଭିମୁଖେ ଯାଉଥିଲେ। ମାତ୍ର ସେଠାରେ ଅଳ୍ପ କିଛି ଚାଷୀଙ୍କୁ ଛାଡ଼ି ଲାଗିଥିବା ଏକ ଫାଟକକୁ ଉପସ୍ଥିତ ପୋଲିସ କର୍ମଚାରୀମାନେ ବନ୍ଦ କରି ଦେଇଥିଲେ। ଫଳରେ ଅନେକ ଚାଷୀଙ୍କୁ ଫାଟକ ସମ୍ମୁଖରେ ରହିବାକୁ ପଡ଼ିଥିଲା। ତେବେ ପୋଲିସର ସେଭଳି ଆଭିମୁଖ୍ୟକୁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ସମାଲୋଚନା କରିବା ସହିତ କାହିଁକି ଫାଟକ ବନ୍ଦ କଲେ ବୋଲି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ପୋଲିସ ଏବଂ ଚାଷୀନେତାଙ୍କ ମଧ୍ୟରେ କଟାକଟି ଚାଲିଥିବାବେଳେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ନିଜ ଚ୍ୟାମ୍ବରକୁ ସେହି ବାଟ ଦେଇ ଆସୁଥିଲେ। ତେବେ ସେ ନିଜ ଚ୍ୟାମ୍ବରକୁ ପଶିବା ପୂର୍ବରୁ ଚାଷୀମାନେ ଅଟକାଇ ଦାବିପତ୍ର ପ୍ରଦାନ କରିଥିଲେ। ଗତ କିଛିଦିନ ତଳେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଥିଲା। ଚାଷୀମାନେ ଦୁର୍ଦ୍ଦଶାରେ ଥିବାବେଳେ ସେମାନଙ୍କ ପ୍ରତି ଆନ୍ତରିକତା ବଦଳରେ ଅଧିକାରୀଙ୍କ ସେଭଳି ଆଭିମୁଖ୍ୟ ଏବେ ସାରାଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri