Posted inଜାତୀୟ

ଏକକ ମା’ଙ୍କ ପିଲାର ଓବିସି ସାର୍ଟିଫିକେଟ ପାଇଁ ନିୟମ ବଦଳିବା ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୬ (ପି.ଟି.): ନିର୍ଦ୍ଦିଷ୍ଟ ବର୍ଗର ଏକକ ମା’ଙ୍କ ପିଲାଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସାର୍ଟିଫିକେଟ ଇସ୍ୟୁ ପାଇଁ ନିୟମାବଳୀରେ ସଂଶୋଧନ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ ଗାଇଡ୍‌ଲାଇନ ଆଣିବାକୁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି, ଯାହା ଦ୍ୱାରା ପିତୃତ୍ୱ ପକ୍ଷର କାଗଜାତ ବିନା ଏକକ ମା’ଙ୍କ ପିଲା ସାର୍ଟିଫିକେଟ ପାଇପାରିବେ ବୋଲି ଜଷ୍ଟିସ୍‌ କେ.ଭି. ବିଶ୍ୱନାଥନ ଏବଂ ଏନ୍‌. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ପିଟିଶନ୍‌ର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨କୁ ଧାର୍ଯ୍ୟ ହୋଇଛି। ଦିଲ୍ଲୀର ଜଣେ ମହିଳା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଜାନୁଆରୀ ୩୧ରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଥିଲେ। ସତ୍ୟପାଠ ଦାଖଲ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ଓକିଲ ଜଣାଇଥିଲେ। ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଅଧିକ ଶୁଣାଣି ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

ପୁଣି ଏକ ନୂଆ ମାମଲାରେ ଫସିଲେ ରାହୁଲ ଗାନ୍ଧୀ, ଏଥର…

ନୂଆଦିଲ୍ଲୀ,୭ା୫: ଲୋକ ସଭାର ବିରୋଧୀ ଦଳ ନେତା ତଥା ରାୟବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲା ପରେ ଆଉ ଏକ ନୂଆ ମାମଲାରେ…

‘ଏମାନେ ମୋ ପୁଅକୁ ହତ୍ୟା କରିଛନ୍ତି! ’, ପିଏ ମା’ଙ୍କ ଚାଞ୍ଚଲ୍ୟକାର ଖୁଲାସା

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ଡାହାଣ ହାତ ବୋଲି ବିବେଚିତ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚନ୍ଦ୍ରନାଥଙ୍କ ମା’…

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଆସୁଛି ଲଘଚାପ: ଏହି ଦିନଠାରୁ ଛେଚିବ ବର୍ଷା

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ):ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ…

ବିହାର କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ନିଶାନ୍ତ କୁମାର

ପାଟ୍‌ନା,୭ା୫: ବିହାର କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର, ଭାରତୀୟ ଜନତା ପାର୍ଟି (ଭାଜପା), ଜନତା ଦଳ ୟୁନାଇଟେଡ୍‌…

ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା: ମଣିଷଠାରୁ ମଣିଷକୁ ହେବ ସଂକ୍ରମଣ

କେପ୍‌ ଟାଉନ୍‌,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri