ଇନ୍ଦୋର,୧୩।୮: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଦୁର୍ନୀତି ଅଭିଯୋଗ ନେଇ ଇନ୍ଦୋରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲ ନାଥ ଏବଂ ଅରୁଣ ଯାଦବଙ୍କ ପରି କଂଗ୍ରେସର ବରିଷ୍ଠ ନେତାଙ୍କ ‘ଏକ୍ସ’ (ପୂର୍ବ ଟୁଇଟର) ଆକାଉଣ୍ଟଗୁଡ଼ିକର ହ୍ୟାଣ୍ଡଲର୍ (ଆକାଉଣ୍ଟ ଚଳାଉଥିବା ବ୍ୟକ୍ତି) ଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଛି।
ରବିବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାମଲାର ତଦନ୍ତର ଦିଗ ସ୍ଥିର କରିବାକୁ ବିବାଦୀୟ ପୋଷ୍ଟ ସମ୍ପର୍କରେ ‘ଏକ୍ସ’ ରୁ ସୂଚନା ମଗାଯିବ।
ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସ୍କର କହିଛନ୍ତି ଯେ ଭାଜପାର ଲିଗାଲ ସେଲର ସ୍ଥାନୀୟ ୟୁନିଟର ସଂଯୋଜକ ନିମେଶ ପାଠକ ଅଭିଯୋଗ କରିଛନ୍ତି ଯେ, ଜ୍ଞାନେନ୍ଦ୍ର ଆଓ୍ବସ୍ଥି ନାମକ ଜଣେ ବ୍ୟକ୍ତି କଣ୍ଟ୍ରାକ୍ଟରଙ୍କଠାରୁ ‘୫୦ ପ୍ରତିଶତ କମିଶନ’ ଦାବି କରି ଏକ ମିଥ୍ୟା ଚିଠି ସାର୍ବଜନୀନ କରିଛନ୍ତି।
Posted inଜାତୀୟ