ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…

ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ କେବେ ସାନ୍ତା ଅପରାଧିଙ୍କୁ ଧରିଥିବାର ଶୁଣିଛନ୍ତି କି? ହଁ ଏପରି ଘଟଣା ଘଟିଛି ଦକ୍ଷିଣ ଆମେରିକାର ପେରୁରେ। ଯେଉଁଠି ସାନ୍ତା ଡ୍ରଗ୍ସ ଡିଲରମାନଙ୍କୁ ଖୋଜି ବାହାର କରିଛନ୍ତି।

ପେରୁର ପୋଲିସ ଲେମା ସହରର ବିପଦଜ୍ଜନକ ଇଲାକାକୁ ପ୍ରବେଶ କରିବା ପାଇଁ ସାନ୍ତା କ୍ଲସର ପୋଷାକ ପିନ୍ଧିଥିଲେ। ସେଠାରେ ଥିବା ଅପରାଧିଙ୍କୁ ଜାଲରେ ଫଶେଇବା ପାଇଁ ନିଜକୁ ଜଲି ସେଣ୍ଟ ବୋଲି ପରିଚୟ ଦେଇଥିଲା। ଏହାପରେ ପୋଲିସ ସେହି ଡ୍ରଗ୍ସ ଡିଲରଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କୁ କାବୁ କରିବାକୁ ସଫଳ ହୋଇଥିଲା। ଏନେଇ ନାଶନାଲ ପୋଲିସ ଗ୍ରୀନ ସ୍କାଡ୍ରନର ମୁଖ୍ୟ କର୍ଣ୍ଣଲ ବ୍ଲାଟର ପାଲୋମିନୋ କହିଛନ୍ତି, ଆମ ଷ୍ଟ୍ରାଟେଜି ସଫଳ ହୋଇଛି। ଦୁଇ ଜଣଙ୍କୁ ଗିରଫ କରିଛୁ।

ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଦୁହିଁଙ୍କୁ ହାଜର କରିଛି। ଏହି ଷ୍ଟ୍ରିଙ୍ଗ ଅପରେଶନ ସମୟରେ ପୋଲିସ ନିଜ ପାଖରେ କୁରାଢି ସମେତ ଅନ୍ୟାନ୍ୟ ହତିଆର ମହଜୁଦ ରଖିଥିଲା। ଛାପାବେଳେ ପୋଲିସ ହାତରେ ୨୭୯ ପ୍ୟାକେଟ ଭାଙ୍ଗ ଓ କୋକେନ ପେଷ୍ଟ ୬ହଜାର ପ୍ୟାକେଟ, କୋକେନ ପାଉଡର ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri