ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତଠାରେ ନିୟମଗିରି ସୁରକ୍ଷା ସମିତିର ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନିୟମଗିରି ଉପରେ ରହୁଥିବା ସମସ୍ତ ଗାଁର ଡଙ୍ଗରିଆ ଉପସ୍ଥିତ ଥିଲେ। ଲଦ ଶିକାକ କହିବା ଅନୁଯାୟୀ, ଗତ ମାର୍ଚ୍ଚ ତା-୨୫.୩.୨୬ ମଧ୍ୟାହ୍ନ ସମୟରେ ଲିଙ୍ଗରାଜ ଆଜାଦଙ୍କୁ ଭବାନୀପାଟଣାସ୍ଥିତ ତାଙ୍କ ନିଜ ଘରୁ ଉଠାଇ ନେଇଛି ପୋଲିସ। ବିନା କାରଣରେ କ’ଣ ପାଇଁ ଉଠାଇ ନେଇଛି ପୋଲିସ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍‌କା ପ୍ରଶ୍ନ କରିବା ସହ ଜଳ, ଜମି, ଓ ଜଙ୍ଗଲକୁ ଛଡାଇ ନେବାକୁ ଚେଷ୍ଟା କରୁଥିବା ସମ୍ବିଧାନ ବିରୋଧୀ କହି ରାଜ୍ୟ ସରକାର ଉପରେ ବର୍ଷିଥିଲେ। ଲିଙ୍ଗରାଜ ଆଜାଦ ଏବଂ ସୁରେଶ ସଂଗ୍ରାମକୁ ମିଥ୍ୟା ଅଭିଯୋଗରେ ଭବାନୀପାଟଣା ପୋଲିସ ଉଠାଇ ନେଇଛି। ସେଥିପାଇଁ ଆମେ ନିୟମଗିରି ସୁରକ୍ଷା ସମିତି ଦାବି କରୁଛୁ। ଏହି ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କରାଯାଇ ତାଙ୍କୁ ତୁରନ୍ତ ମୁକ୍ତ କରାଯିବାକୁ ଦାବି ହୋଇଛି।
ଯଦି ପୋଲିସ ନ ଛାଡ଼େ ତାହା ହେଲେ ଆମେ ଆଗାମୀ ଏପ୍ରିଲ ୮ ତାରିଖରେ ଭବାନୀପାଟଣାଠାରେ ବିଶାଳ ଆନ୍ଦଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଦଦି ସିକକା, ଡ୍ରିକା କାଡ୍ରାକା, ସମ୍ବା ହୁଇକାଙ୍କ ସୋହ ନିୟମଗିରି ଉପରେ ବସବାସ କରୁଥିବା ଡଙ୍ଗରିଆ।

Dharitri –Odisha’s No.1 Trusted Odia Daily

Share