ଜନ୍ତୁ ଶିକାର ପାଇଁ ବିଛାଇଥିଲେ ତାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଇଥିଲେ ବିଦ୍ୟୁତ ତାର। ହେଲେ ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିିଛି । ଗିରଫଦ୍ୱୟ ହେଲେ ଟାଇଁସର ଗ୍ରାମର ହିମାଂଶୁ ସାହୁ (୪୦) ଏବଂ ସଲିକ ମିଞ୍ଜ (୩୮)।

ସୂଚନାନୁଯାୟୀ,ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ହାଇସ୍କୁଲ ପଛପଟେ ଥିବା ଜଙ୍ଗଲରେ ବିଦ୍ୟୁତ ତାର ବିଛାଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉକ୍ତ ଗ୍ରାମର ସଂଯୁକ୍ତା ପ୍ରଧାନ(୪୮) ଗୁରୁତର ହୋଇ ପଡିଥିଲେ । ଧାନ ବିଡ଼ା ସଂଗ୍ରହ ପାଇଁ ଯାଉଥିବା ବେଳେ ମହିଳାଜଣଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ବେଳେ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ ବିଦ୍ୟୁତ ବିଭାଗ ତରଫରୁ ଦେବଗଡ ଥାନାରେ ଏକ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଉଭୟଙ୍କ ସମ୍ପୃକ୍ତି ପୋଲିସ ଜାଣିବା ପରେ ସେମାନଙ୍କୁ ଗିରଫ କରିଛି।