ଚଢ଼ାଉବେଳେ ପୋଲିସ ଟିମ୍‌କୁ ଅପରାଧୀଙ୍କ ଆକ୍ରମଣ

ଭୁବନେଶ୍ୱର,୨୦।୮(ସୂର୍ଯ୍ୟକାନ୍ତ ବେହେରା)ଚଢ଼ାଉବେଳେ ଧଉଳି ଥାନା ପୋଲିସ୍‌ ଟିମ୍‌ ଉପରେ ଅପରାଧୀ ଗ୍ୟାଙ୍ଗ୍‌ର ସଂଘବଦ୍ଧ ଆକ୍ରମଣ ହୋଇଛି। ଲିଙ୍ଗିପୁର ୩୧/୧୧ କେଭି ସବ୍‌ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଏଥିରେ ଏସ୍‌ଆଇ ସନ୍ତୋଷ କୁମାର ଭୋଳ ଓ ଏଏସ୍‌ଆଇ ପ୍ରବୀର କୁମାର ଲେଙ୍କା ଆହତ ହୋଇଛନ୍ତି। ତେବେ ପୋଲିସ ଆତ୍ମରକ୍ଷା କରିବା ସହ ସେମାନଙ୍କୁ କାବୁ କରିବା ସମୟରେ ଧସ୍ତାଧସ୍ତିରେ ଜଣେ ଅଭିଯୁକ୍ତଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି। ତେବେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଛକାପଞ୍ଝା ଭିତରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ କାବୁ କରିଥିବାବେଳେ ଜଣେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧରାପଡିଥିବା ଅଭିଯୁକ୍ତ ହେଲେ କେନ୍ଦ୍ରାପଡାର କାଳନ୍ଦୀ ପାତ୍ର, ଧଉଳିର ଅଭିଷେକ ନାୟକ, ପୁରୀର ସିଦ୍ଧାନ୍ତ ମିଶ୍ର ଓ ଖୋର୍ଦ୍ଧାର ସୁଜିତ ମହାରଣା। ସେମାନଙ୍କଠାରୁ ଗୋଟିଏ ବାଇକ, ଚାପଡ, ହାମର ଆଦି ମାରଣାସ୍ତ୍ର ଜବତ ହୋଇଛି। ଏନେଇ ପୋଲିସ ଏକ ମାମଲା ନଂ.୧୬୪/୨୩ ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଖୋଳତାଡ଼ କରିଛି।
ଶୁକ୍ରବାର ରାତିରେ କେତେଜଣ ଅପରାଧୀ ଜାତୀୟ ରାଜପଥରେ ଲୁଟ୍‌ ଓ ଧଉଳି ଲିଙ୍ଗପୁର ଅଞ୍ଚଳରେ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ନେଇ ପୋଲିସ ଖବର ପାଇଥିଲା। ଏହାପରେ ଏସ୍‌ଆଇ ସନ୍ତୋଷ ତାଙ୍କ ଟିମ୍‌ ସହ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଏହି ସମୟରେ ଅପରାଧୀମାନେ ପୋଲିସ ଉପରକୁ ଆକ୍ରମଣ କରିବାରୁ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହି ସମୟରେ ଅଭିଯୁକ୍ତମାନେ ରମେଶଙ୍କ ମୁଣ୍ଡକୁ ଏକ ହାମରରେ ଆକ୍ରମଣ କରିବା ସହ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କୁ କାମୁଡି ଦେଇଥିଲେ। ଫଳରେ ଉପସ୍ଥିତ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଥାନାକୁ ଖବର ଦେବା ସହ ଅପରାଧୀଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହା ଭିତରେ ଥାନାରେ ଆଉ ଏକ ଟିମ୍‌ ସେଠାରେ ପହଞ୍ଚତ୍ବା ପରେ ଅପରାଧୀମାନଙ୍କୁ ଚାରିପଟୁ ଘେରିଯାଇଥିଲେ। ଡକାୟତି ଗ୍ୟାଙ୍ଗ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ପରେ ୪ଜଣଙ୍କୁ କାବୁ କରାଯାଇଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ଜଣେ ଖସି ଯାଇଥିବାରୁ ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri