Categories: ରାଜ୍ୟ

ବିନା ଆଇଆଇସିରେ ଚାଲିଛି ଥାନା

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ମଡ଼େଲ ଥାନା, ଟାଉନ୍‌ ଥାନା, ରେମୁଣା ଥାନା, କମର୍ଦ୍ଦା ଥାନାରେ ଫାଙ୍କା ପଡ଼ିଛି ଆଇଆଇସି ପଦବୀ। ଦୀର୍ଘଦିନ ହେଲା ଥାନା ପରିଚାଳନା ଦାୟିତ୍ୱରେ ଅଛନ୍ତି ସବ୍‌ଇନ୍ସପେକ୍ଟର। ଫଳରେ ଲୋକେ ପୋଲିସ ପ୍ରଶାସନଠାରୁ ଉଚିତ୍‌ ନ୍ୟାୟ ପାଇପାରୁ ନ ଥିବା ଏବଂ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଜନନୀ ପରିବାରର ସଭାପତି ଜ୍ୟୋତ୍ସ୍ନା ମହାନ୍ତି ମଙ୍ଗଳବାର ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପଦବୀ ଆସନ୍ତା ୧୫ ଦିନ ଭିତରେ ପୂରଣ ନ ହେଲେ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।